ଜର୍ଣ୍ଣାଲ୍ ଅଫ୍ ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଏକ ଚାମଚ ଲୁଣ ହ୍ରାସ କରନ୍ତି, ତେବେ ଏହା ଶରୀରରେ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିପାରେ।
ଅଧିକାଂଶ ଲୋକ ଦୈନିକ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଥା’ନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ। ଏହା ଏପରି ଅନେକ ରୋଗର ଆଶଙ୍କା ବଢାଇଥାଏ, ଯାହା ମୃତ୍ୟୁକୁ ମଧ୍ୟ ନିମନ୍ତ୍ରଣ କରିଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଗୋଟିଏ ଦିନରେ ଆମେ କେତେ ଲୁଣ ଖାଇବା ଉଚିତ? କେଉଁ ବୟସରେ କେତେ ଲୁଣ ଖାଇବା ଉଚିତ?
ଆପଣ ଜାଣନ୍ତି କି, ଯଦି ଆମ ଦୈନନ୍ଦିନ ଜୀବନରେ ଲୁଣର ବ୍ୟବହାର ଆବଶ୍ୟକ ଠାରୁ ଅଧିକ ହୁଏ ତେବେ କ’ଣ ସବୁ କ୍ଷତି ହୋଇପାରେ । ଶରୀରରେ ଏହାର କି ପ୍ରଭାବ ପଡ଼ିଥାଏ ।