Advertisment

Cigarette: ସିଗାରେଟ୍‌ ପିଉଛନ୍ତି କି? ଆସିଲା ସାଂଘାତିକ ତଥ୍ୟ

ୟୁନିଭର୍ସିଟି କଲେଜ ଲଣ୍ଡନ(ୟୁସିଏଲ)ର ଗବେଷକମାନେ କରିଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାଙ୍କ ଆୟୁଷ ୨୨ ମିନିଟ କମୁଛି ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Cigarette

Cigarette

ଧୂମପାନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ। ଏହା ସ୍ୱତ୍ତେ ଅନେକ ଲୋକ ସିଗାରେଟ୍ ଓ ବିଡ଼ି ପରି ଧୂଆଁ ପ୍ରେମରେ ପଡ଼ିଛନ୍ତି। ଯେପରି ସିଗାରେଟ୍ ସେମାନଙ୍କ ପାଇଁ ନିଶା। ସିଗାରେଟ୍ ଖଣ୍ଡେ ନ ଟାଣିଲେ ଯେପରି ପୂରା ଦୁନିଆ ତାଙ୍କ ପାଇଁ ଅନ୍ଧାର। ହେଲେ ଆପଣମାନେ ଜାଣିଛନ୍ତି କି ? ଗୋଟିଏ ସିଗାରେଟ ଜଣେ ଲୋକର ମୋଟ ଆୟୁଷକୁ ପ୍ରାୟ ୨୦ ମିନିଟ କମାଇ ଦେଇଥାଏ। ଆଜ୍ଞା ହଁ, ନୂଆ ଗବେଷଣାରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।

Advertisment

ୟୁନିଭର୍ସିଟି କଲେଜ ଲଣ୍ଡନ(UCL)ର ଗବେଷକମାନେ କରିଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାଙ୍କ ଆୟୁଷ ୨୨ ମିନିଟ ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି। ପୂର୍ବରୁ ହୋଇଥିବା ଗବେଷଣାରେ ଗୋଟିଏ ସିଗାରେଟ ଜଣେ ବ୍ୟକ୍ତିଙ୍କ ଆୟୁଷକୁ ୧୧ ମିନିଟ ହ୍ରାସ କରୁଥିବା ଜଣାପଡ଼ିଥିଲା।

ଏବେ ଅଧିକ ଲୋକଙ୍କୁ ଦୀର୍ଘ ସମୟ ଧରି ସର୍ଭେରେ ସାମିଲ କରାଯିବା ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୋଟିଏ ସିଗାରେଟ ଜଣେ ବ୍ୟକ୍ତି/ ମହିଳାଙ୍କ ଆୟୁଷକୁ ହାରିହାରି ୨୦ ମିନିଟ ହ୍ରାସ କରିଦେଉଛି ବୋଲି ସର୍ଭେରୁ ସ୍ପଷ୍ଟ ହୋଇଛି।

Advertisment

ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ଗବେଷଣାକୁ ଗ୍ରହଣ କରିଛି। ଏଥିରେ ଧୂମପାନ କେମିତି ଶରୀରରେ ସାମଗ୍ରୀକ କ୍ଷତି କରିଥାଏ, ସେ ବିଷୟରେ ଉଲ୍ଲେଖ କରାଯାଇଛି। ଏହାର ଅର୍ଥ ଜଣେ ବ୍ୟକ୍ତି ଯେତେ ଶୀଘ୍ର ଧୂମପାନ ଛାଡ଼ିବେ, ସେ ସେତିକି ଅଧିକ ବର୍ଷ ବଞ୍ଚିପାରିବେ। ସେହିପରି ସେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମଧ୍ୟ ଦୂରେଇ ରହିବେ।

ଅଧିକ ପ‍ଢ଼ନ୍ତୁ: କ୍ୟାନ୍‌ସର୍ ପାଇଁ ରାମବାଣ ଭଳି କାମକରେ ଏହି ଫୁଲ ଗଛ।

Cigarettes Smoking Smokers
Advertisment
Advertisment