Advertisment

Health Tips: ଆପଣଙ୍କ ବୟସ ବଢୁଛି...ଚର୍ମରେ କୁଞ୍ଚନ ଆସୁଛି, କ’ଣ କଲେ ଆପଣଙ୍କ ଚେହେରା ଚମକିବ...

ପ୍ରଥମେ ଜାଣିବା ଏଜିଂ ବା ବୟସବୃଦ୍ଧିର ପ୍ରକ୍ରିୟା କିପରି ହୁଏ। ଆପଣ ଜାଣନ୍ତି କି, ଆମ ଶରୀରର ପ୍ରତି କୋଷ ବା ସେଲ୍ ନିଜ ସମୟକାଳ ପରେ ମରିଯାଆନ୍ତି ଏବଂ ବିଭାଜନ ଦ୍ୱାରା ନୂଆ ସେଲ୍ ତିଆରି ହୋଇଥଆନ୍ତି। ଏହାକୁ ରିଜେନେରେସନ୍ କୁହାଯାଏ। ଏଥିପାଇଁ ଆମ ଶରୀରର କୌଣସି ଅଙ୍ଗ କିମ୍ୱା ତ୍ୱଚାରେ କୌଣସି କ୍ଷତ ହେଲେ ମଧ୍ୟ ଏହା ଜଲ୍‌ଦି ଭରଣ ହୋଇଯାଏ। ଏହି କୋଷ ବିଭାଜନ ବା ନୂତନକରଣ ଆମର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଧୀର ହେବାକୁ ଲାଗେ ଏବଂ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏହା ଖୁବ୍ ଶୀଥିଳ ହୋଇଯାଏ।

author-image
Jyotsna Mohapatra
ଅଦ୍ୟତନ ହୋଇଛି
ଚେହେରାରେ ଚମକ ଆଣେ ଏହି ଖାଦ୍ୟ

ଚେହେରାରେ ଚମକ ଆଣେ ଏହି ଖାଦ୍ୟ

ମନୁଷ୍ୟଟିଏ ଧରାପୃଷ୍ଠରେ ଜନ୍ମନେବା ପରଠାରୁ ତାର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆସେ। ଶିଶୁଟିଏ ବଡ଼ ହୋଇ ଯୁବକ ଏବଂ ତା ପରେ ବୃଦ୍ଧ ହୋଇ ଜୀର୍ଣ୍ଣ ଶରୀର ଧରି ମୃତ୍ୟୁଯାଏ। ଏହା ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଆମର ଖାଦ୍ୟପେୟ ତଥା ଅନ୍ୟାନ୍ୟ ଜୀବନଶୈଳୀ ଦ୍ୱାରା ଆମର ବୟସ ବୃଦ୍ଧି ପ୍ରଭାବିତ ହୋଇଥାଏ। ମୋର କହିବାର ମାନେ ହେଲା, ଶାରୀରିକ ପ୍ରକ୍ରିୟାଗୁଡ଼ିକ ସର୍ବଦା ଆମ ଶରୀରରେ ଥିବା ଖାଦ୍ୟସାର ଅନୁସାରେ ପ୍ରଭାବିତ ହୋଇଥାଏ। ଏଣୁ ଆଜି ଏପରି କିଛି ଖାଦ୍ୟ ବିଷୟରେ କଥା ହେବା ଯାହା ନିୟମିତ ସେବନ ଦ୍ୱାରା ଆମର ଏଜିଂ ବା ବୟସ ବଢ଼ିବା ପ୍ରକ୍ରିୟା ଅପେକ୍ଷାକୃତ ଧୀର ହୁଏ।

Advertisment

ପ୍ରଥମେ ଜାଣିବା ଏଜିଂ ବା ବୟସବୃଦ୍ଧିର ପ୍ରକ୍ରିୟା କିପରି ହୁଏ। ଆପଣ ଜାଣନ୍ତି କି, ଆମ ଶରୀରର ପ୍ରତି କୋଷ ବା ସେଲ୍ ନିଜ ସମୟକାଳ ପରେ ମରିଯାଆନ୍ତି ଏବଂ ବିଭାଜନ ଦ୍ୱାରା ନୂଆ ସେଲ୍ ତିଆରି ହୋଇଥଆନ୍ତି। ଏହାକୁ ରିଜେନେରେସନ୍ କୁହାଯାଏ। ଏଥିପାଇଁ ଆମ ଶରୀରର କୌଣସି ଅଙ୍ଗ କିମ୍ୱା ତ୍ୱଚାରେ କୌଣସି କ୍ଷତ ହେଲେ ମଧ୍ୟ ଏହା ଜଲ୍‌ଦି ଭରଣ ହୋଇଯାଏ। ଏହି କୋଷ ବିଭାଜନ ବା ନୂତନକରଣ ଆମର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଧୀର ହେବାକୁ ଲାଗେ ଏବଂ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏହା ଖୁବ୍ ଶୀଥିଳ ହୋଇଯାଏ। ଏଥି ଯୋଗୁଁ ଚର୍ମର କୁଞ୍ଚନ, ଗଣ୍ଠିଜାଗାରେ କାର୍ଟିଲେଜ ସରିଯିବା, ସ୍ନାୟୁତନ୍ତ୍ରରେ କିଛି ପରିବର୍ତ୍ତନ, ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହେବା ପରି ବିଭିନ୍ନ ଲକ୍ଷଣ ଦେଖାଯାଏ। ଏଣୁ ସରଳ ଭାଷାରେ କହିବାକୁ ଗଲେ ବୟସ୍କ ହେବା ବା ଏଜିଂ ଅର୍ଥାତ୍ କୋଷ ସଂରଚନାରେ ପରିବର୍ତ୍ତନର ଫଳସ୍ୱରୂପ ଶାରୀରିକ ପ୍ରକ୍ରିୟାଗୁଡ଼ିକରେ ଶୀଥିଳତା ଆସିଥାଏ

ଏହି ନୂତନ କୋଷ ତିଆରି ପ୍ରକ୍ରିୟାକୁ ଆମେ ଅଧିକ ଦିନ ସକ୍ରିୟ ରଖିପାରିବା ଯଦି କିଛି ନିର୍ଦ୍ଦିଷ୍ଟ ଜୀବନଶୈଳୀ ସହ ଖାଦ୍ୟପେୟ ଅନୁସରଣ କରିବା। ମୁଖ୍ୟତଃ ପ୍ରୋଟିନ୍, ଉପଯୋଗୀ ସ୍ନେହସାର ଓ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ଖାଇଲେ ହିଁ ଆପଣ ନିରୋଗ ରହିବା ସହ ତ୍ୱଚାର ଚମକ ଠିକ୍ ରହିବ। ଏଠାରେ କିଛି ଏପରି ଖାଦ୍ୟ ବିଷୟରେ ଆଲୋଟନା କରାଯାଇଛି।

Advertisment

ଗ୍ରୀନ୍ ଟି- ଆମ ଶରୀରର ବିଭିନ୍ନ କ୍ରିୟା ବା ମେଟାବଲିଜିମ୍‌ରୁ ନିର୍ଗତ ଫ୍ରୀ ରାଡିକ୍ଲସ ଅଧିକ ହେଲେ ଆମ ଚର୍ମରେ କୁଞ୍ଚନ ଦେଖଆଯାଏ ଏବଂ ଏଜିଂ ଆରମ୍ଭ ହେଉଛି ବୋଲି କୁହାଯାଏ। ତେବେ ଗ୍ରୀନ୍ ଟି ପଲିଫେନଲ୍, ଗ୍ୟାଲିକ୍ ଏସିଡ୍ ଓ କ୍ୟାଟକିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଯାହା କୋଷରେ ଜାରଣ ବନ୍ଦ କରେ ଏବଂ କୋଷକୁ ସୁସ୍ଥ ରଖେ। ଏହା ଆମ ଚର୍ମର କୋଷଗୁଡ଼ିକୁ ବାହ୍ୟ ପ୍ରଦୂଷଣରୁ ମଧ୍ୟ ସୁରକ୍ଷା ଦିଏ।

ଚର୍ବିଯୁକ୍ତ ମାଛ- ମାଛରେ ଥିବା ଫ୍ୟାଟ୍ ବା ଚର୍ବି ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ। ମାଛରେ ସାଧରଣତଃ ଓମେଗା 3 ଫ୍ୟାଟି ଏସିଡ୍ ଥାଏ ଯାହା ହୃଦ୍‌ରୋଗ ଓ ପ୍ରଦାହ ପରି ଆଶଙ୍କା କମ୍ କରି ଆମକୁ ସୁସ୍ଥ ରଖେ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ସାଲମୋନ୍ ମାଛରେ ଥିବା ଆଷ୍ଟାଜାନ୍ଥିନ୍ ଓ କୋଲାଜେନ୍ ଚର୍ମର ନୂତନକରଣ ପାଇଁ ଖୁବ୍ ଉପାଦେୟ। ଏହା ସହ ଚୁନାମାଛରେ ଥିବା ବିଭିନ୍ନ ଖଣିଜ ଲବଣ ସହ କ୍ୟାଲସିୟମ୍ ଡି.ଏନ୍.ଏ ସିନ୍ଥେସିସ୍‌କୁ ତ୍ୱରାନ୍ୱିତ କରି ଶରୀରର କ୍ଷତ ପୂରଣ ଓ ତ୍ୱଚାକୁ ସୁସ୍ଥ ରଖେ।

ବିଟା କ୍ୟାରୋଟିନ୍ ଯୁକ୍ତ ପନିପରିବା- କନ୍ଦମୂଳ, ଗାଜର, କଖାରୁ ପରି ପନିପରିବାରେ ବିଟାକାରୋଟିନ୍ ସହ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ ଯାହା କୋଷ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରେ। ଏଥିସହିତ କେତେକ ଭିଟାମିନ୍ ସି ଯୁକ୍ତ ପରିବା ଯେପରି ଟମାଟୋ, କ୍ୟାପସିକମ୍, ବ୍ରୋକୋଲି ଇତ୍ୟାଦି ସେବନ ଦ୍ୱାରା ଚର୍ମ ସୁସ୍ଥ ରହେ ଓ ଶରୀରରେ ଏଜିଂ ଦୃଶ୍ୟମାନ ହୁଏ ନାହିଁ।

ଫ୍ଲାକ୍ସସିଡ୍- ରାଶି ପରି ଦେଖାଯାଉଥିବା ଫ୍ଲାକ୍ସସିଡ୍ ତଥା ପେଶୀ ମଞ୍ଜିଗୁଡ଼ିକ ଲିଗନାନ୍ ନାମକ ପଲିଫିନଲ୍‌ରେ ଭରପୂର ଯାହା ଶରୀରକୁ ବିଭିନ୍ନ କ୍ରୋନିକ୍ ରୋଗ ଯେପରି ବ୍ରେଷ୍ଟ କ୍ୟାନସର, ହୃଦ୍‌ରୋଗ ଆଦି ହେବାରୁ ରକ୍ଷା କରେ। ଏଥିରେ ଥିବା ଆଲଫା ଲିନୋନିକ୍ ଏସିଡ୍ ଓ ଓମେଗା 3 ଫ୍ୟାଟିଏସିଡ୍ ଆମର ଚର୍ମକୁ ସତେଜ ରଖେ ଓ ଏଜିଂରୁ ବଞ୍ଚାଏ।

ଡାଳିମ୍ୱ- ଭିଟାମିନ୍ କେ, ଫାଇବର୍, ପୋଟାସିୟମ୍, ଫ୍ଲାବନଏଡ୍, ଲିନୋନିକ୍ ଏସିଡ୍ ଓ ଟାନିନ୍‌ରେ ଭରପୂର ଏହି ଫଳ ହୃଦରୋଗ ଆଶଙ୍କା କମ୍ କରିବା ସହ ଚର୍ମର କୋଲାଜେନ୍ ତିଆରିରେ ସାହାଯ୍ୟ କରେ ଯାହା ଆପଣଙ୍କ ଯୁବାବସ୍ଥାକୁ ଅକ୍ଷତ ରଖେ। ମଞ୍ଜି ସହ ଡାଳିମ୍ୱର ଏକ ଗ୍ଲାସ୍ ଜୁସ ନିୟମିତ ସେବନ ଦ୍ୱାରା ଆପଣ ଖୁବ୍ ସକ୍ରିୟ ଅନୁଭବ କରନ୍ତି।

ପ୍ରୋଟିନ୍ ବା ପୁଷ୍ଟିସାରଯୁକ୍ତ ଖାଦ୍ୟ- ଅଣ୍ଡା, ଛେନା ତଥା ବିଭିନ୍ନ ଡାଲିଜାତୀୟ ଖାଦ୍ୟ ପୁଷ୍ଟିସାରରେ ଭରପୂର। ଏହା ସେବନ ଦ୍ୱାରା କୋଲାଜେନ୍‌ର ପ୍ରକ୍ରିୟାକରଣ ଧୀର ହୋଇଥାଏ। ଏହା ଦ୍ୱାରା ଶରୀର ସୁସ୍ଥ ରହେ ଏବଂ ବୃଦ୍ଧାବସ୍ଥା ଡେରିରେ ଆସେ।

ଉପରୋକ୍ତ ଖାଦ୍ୟପଦାର୍ଥ ସେବନ ଦ୍ୱାରା ଶରୀରରେ ବୃଦ୍ଧଅବସ୍ଥାର ଲକ୍ଷଣ ଡେରିରେ ଦେଖା ଦେଇଥାଏ। ଏଥିସହିତ ପ୍ରଚୁର ପାଣି ପିଇବା ଓ ଋତୁଗତ ଫଳ ସେବନ ଦ୍ୱାରା ଶରୀରର ଜଳୀୟଅଂଶ ଯଥେଷ୍ଟ ରୁହେ ଯାହା କୋଷକୁ ସତେଜ ରଖେ। ଏସବୁ ମାନି ଚଳିଲେ ଆପଣ ଏଜିଂ ବା ଶାରୀରିକ ବୟସବୃଦ୍ଧି ପ୍ରକ୍ରିୟାକୁ ଧୀର କରିପାରିବା ଓ ବିଭିନ୍ନ କ୍ରୋନିକ୍ ରୋଗରୁ ଦୂରେଇ ରହିବା।

Skin Glow Nutritious Food Grain Anti-ageing Health Tips Skin Glow Restoration Skin Care
Advertisment
Advertisment