ପ୍ରତିଦିନ ସେଓ ଖାଇବାର ୫ ଜବରଦସ୍ତ ଫାଇଦା...
Author: Namita Biswal | Credit: C
ସେଓ ଏକ ସ୍ବାସ୍ଥ୍ୟକର ଫଳ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ମିନେରାଲ ଥାଏ । ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇଲେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରୁ ରକ୍ଷା ମିଳେ । ଏହା ଦାନ୍ତ ଓ ହାଡ ମଜଭୁତ କରେ । ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ ।
Author: Namita Biswal | Credit: a
ସେଓରେ କ୍ୟାନ୍ସର ପ୍ରତିରୋଧ ଗୁଣ ରହିଛି । ଦିନକୁ ଗୋଟିଏ ସେଓ ଖାଇଲେ ଡାଇବେଟିସ୍, କୋଲେଷ୍ଟରଲ ବୃଦ୍ଧି, ହୃଦରୋଗ ଭଳି ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଚାଲନ୍ତୁ ଜାଣିବା ସେଓ ଖାଇଲେ ଆଉ କେଉଁ ସବୁ ଫାଇଦା ମିଳେ ।
Author: Namita Biswal | Credit: n
ଇମ୍ୟୁନିଟି ବଢାଏ: ଶରୀରରେ ଇମ୍ୟୁନିଟି ବଢାଇବାକୁ ଚାହୁଁଥିଲେ ପ୍ରତିଦିନ ଗୋଟିଏ ସେଓ ଖାଆନ୍ତୁ । ଏହା ଶରୀରରେ ଶକ୍ତି ଯୋଗାଏ ଏବଂ ବିଭିନ୍ନ ପ୍ରକାର ରୋଗ ଓ ସଂକ୍ରମଣରୁ ଦୂରେଇ ରଖେ ।
Author: Namita Biswal | Credit: v
ଓଜନ ନିୟନ୍ତ୍ରଣ: ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ପ୍ରତିଦିନ ଗୋଟିଏ ସେଓ ଖାଆନ୍ତୁ । କାରଣ ଏଥିରେ ହାଇ ଫାଇବର ସହ ଜଳ ଥାଏ । ସେଓ ଖାଇଲେ ଭୋକ ନିୟନ୍ତ୍ରଣ ରହେ, ଯାହାକି ଓଜନ କମାଇବାରେ ସହାୟକ ହୁଏ ।
Author: Namita Biswal | Credit: Canva
କୋଲେଷ୍ଟରଲ୍, ବ୍ଲଡପ୍ରେସର କମାଏ: ସେଓ ଶରୀରରେ ଖରାପ କୋଲେଷ୍ଟରଲ୍ କମ୍ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ଫାଇବର, ପୋଟାସିୟମ, ଆଣ୍ଟିଅକ୍ସିଡାଣ୍ଟ ହୃଦୟକୁ ସୁସ୍ଥ ରଖେ । ରକ୍ତଚାପ ନିୟନ୍ତ୍ରିତ କରେ । ଏଥିପାଇଁ ହୃଦରୋଗ ଆଶଙ୍କା କମିଯାଏ ।
Author: Namita Biswal | Credit: Canva
ବ୍ଲଡସୁଗାର: ଡାଇବେଟିସ୍ ରୋଗୀ ନିୟମିତ ସେଓ ଖାଇବା ଲାଭଦାୟକ । ଏଥିରେ ଥିବା ସଲ୍ୟୁବଲ୍ ଫାଇବର ବ୍ଲଡସୁଗାର ନିୟନ୍ତ୍ରଣରେ ସାହାଯ୍ୟ କରେ । ପ୍ରତିଦିନ ସେଓ ଖାଇଲେ ଟାଇପ୍-2 ଡାଇବେଟିସ ଆଶଙ୍କା କମିଥାଏ ।
Author: Namita Biswal | Credit: Canva
ମସ୍ତିଷ୍କ ସୁସ୍ଥ ରଖେ: ସେଓ ଖାଇଲେ ମସ୍ତିଷ୍କ ବା ବ୍ରେନ ସୁସ୍ଥ ରହିଥାଏ । ଆଲଜାଇମର ରୋଗ ଆଶଙ୍କା କମାଏ । ସ୍ମୃତିଶକ୍ତି ଉନ୍ନତ କରେ । ଏଥିପାଇଁ ପ୍ରତିଦିନ ଗୋଟିଏ ସେଓ ଖାଆନ୍ତୁ । ଏହା ଆପଣଙ୍କ ତ୍ବଚାକୁ ମଧ୍ୟ ସୁସ୍ଥ ରଖେ ।