ବ୍ରେନ ଟ୍ୟୁମର ହେଲେ ଦେଖାଯାଏ ଏସବୁ ଲକ୍ଷଣ...
Author: Namita Biswal | Credit: C
ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ମଧ୍ୟରୁ ବ୍ରେନ ଟ୍ୟୁମର ଅନ୍ୟତମ । ଏହି ରୋଗ ହେଲେ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ବ୍ରେନ ଟ୍ୟୁମରରେ ମସ୍ତିଷ୍କର କୋଶିକାଗୁଡିକ ଅସ୍ୱାଭାବିକ ବୃଦ୍ଧି ପାଇଥାଏ । ଅନେକ ଲୋକ ବ୍ରେନ ଟ୍ୟୁମର ଲକ୍ଷଣକୁ ସାଧାରଣ ସମସ୍ୟା ଭାବି ଅବହେଳା କରିଥାନ୍ତି । ଯାହାଫଳରେ ଟ୍ୟୁମର ବଢି ଗୁରୁତର ହୋଇଯାଏ ।
Author: Namita Biswal | Credit: Canva
ବ୍ରେନ ଟ୍ୟୁମର ବୟସ୍କଙ୍କଠାରୁ ନେଇ ଛୋଟ ପିଲା ଯାଏ ସବୁ ଶ୍ରେଣୀର ଲୋକଙ୍କୁ ହୋଇପାରେ । ଡାକ୍ତରଙ୍କ କହିବା ଅନୁସାରେ କିଛି ଲୋକଙ୍କ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏନି । ହେଲେ କିଛି ଲକ୍ଷଣ ରହିଛି ଯାହାକୁ ଆମେ ସାଧାରଣ ସମସ୍ୟା ଭାବି ଅଣଦେଖା କରିଥାନ୍ତି । ଚାଲନ୍ତୁ ଜାଣିବା ସେସବୁ କ'ଣ
Author: Namita Biswal | Credit: Canva
ମୁଣ୍ଡବିନ୍ଧା, ଝାପସା ଦିଶିବା: ବ୍ରେନ ଟ୍ୟୁମର ହେଲେ ବାରମ୍ବାର ମୁଣ୍ଡବିନ୍ଧା ହେବା, ଝାପସା ଦେଖାଯିବା ଭଳି ଲକ୍ଷଣ ରହିଥାଏ । ବିଶେଷକରି ସକାଳ ସମୟରେ ଅଧିକ ମୁଣ୍ଡବିନ୍ଧା ହୁଏ ।
Author: Namita Biswal | Credit: Canva
ଅସ୍ପଷ୍ଟ ଦୃଷ୍ଟିଶକ୍ତି: ବ୍ରେନ ଟ୍ୟୁମରରେ ରୋଗୀଙ୍କ ଦୂରଦୃଷ୍ଟି ଦୁର୍ବଳ ହୋଇଯାଇଥାଏ । ବେଳେବେଳେ ଜିନିଷଗୁଡିକ ଅସ୍ପଷ୍ଟ ଦେଖାଯାଇଥାଏ ।
Author: Namita Biswal | Credit: Canva
ଥକ୍କାପଣ, ବାନ୍ତି ହେବା: ବାନ୍ତି ଲାଗିବା, ବାନ୍ତି ହେବା ଏବଂ ଥକ୍କା ଲାଗିବା ଓ ମୁଣ୍ଡ ବୁଲେଇଦେବା ଆଦି ବ୍ରେନ ଟ୍ୟୁମର ଲକ୍ଷଣ ହୋଇପାରେ ।
Author: Namita Biswal | Credit: Canva
ସ୍ମରଣ ଶକ୍ତି ଓ ଶ୍ରବଣ ଶକ୍ତି କମିବା: ବ୍ରେନ ଟ୍ୟୁମର ହେଲେ ମଣିଷର ଶୁଣିବା, କହିବା ଓ ଚିନ୍ତା କରିବାରେ ସମସ୍ୟା ହୋଇଥାଏ । ସ୍ମରଣ ଶକ୍ତି ହ୍ରାସ ପାଇଥାଏ ।
Author: Namita Biswal | Credit: OTV
ସନ୍ତୁଳନ ନରହିବା: ବ୍ରେନ ଟ୍ୟୁମରର ଶରୀରର ସନ୍ତୁଳନ ରକ୍ଷା କରିବାରେ ସମସ୍ୟା ହୋଇଥାଏ ।
Author: Namita Biswal | Credit: Canva
ଯଦି ଏହିସବୁ ସମସ୍ୟା ନିୟମିତ ଭାବେ ଦେଖାଯାଉଛି ତେବେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।