Advertisment

Health Tips: ଆପଣଙ୍କର ଅଛି କି ଥାଇରଏଡ୍ ସମସ୍ୟା; ଖାଆନ୍ତୁ ଏହି ସବୁ ସୁପର୍‌ଫୁଡ୍, ହୋଇଯିବ ଠିକ୍

ଥାଇରଏଡ୍ କାରଣରୁ ଯଦି ଥକ୍କାପଣ, ଦୁର୍ବଳତା, ଓଜନ ବୃଦ୍ଧି କିମ୍ବା ହ୍ରାସ, ଚୁଟି ଝଡ଼ିବା ଏବଂ ମୁଡ୍ ସ୍ୱିଙ୍ଗ୍ ଭଳି ସମସ୍ୟା ଦେଖାଯାଏ, ତେବେ ନିଶ୍ଚିତ ଭାବରେ ସଚେତନ ହୋଇଯିବା ଉଚିତ। ଥାଇରଏଡ୍‌କୁ ଠିକ ରଖିବା ନେଇ କେତେକ ସୁପରଫୁଡ୍‌କୁ ନିଜ ଡାଏଟ୍‌ରେ ସାମିଲ କରିବାରେ ଅଛି। ଆସନ୍ତୁ ସେହି ସୁପର୍‌ଫୁଡ୍ ବିଷୟରେ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
For thyroid include this energetic superfood in your diet

For thyroid include this energetic superfood in your diet

ଥାଇରଏଡ୍ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥି, ଯାହା ଶରୀରର ମେଟାବୋଲିଜିମ୍‌କୁ ନିୟନ୍ତ୍ରଣ କରିଥାଏ। ଯେତେବେଳେ ଏହା ସଠିକ୍ ଭାବରେ କାମ ନ କରେ ଥକ୍କାପଣ, ଦୁର୍ବଳତା, ଓଜନ ବୃଦ୍ଧି କିମ୍ବା ହ୍ରାସ, ଚୁଟି ଝଡ଼ିବା ଏବଂ ମୁଡ୍ ସ୍ୱିଙ୍ଗ୍ ଭଳି ସମସ୍ୟା ଦେଖାଯାଇପାରେ।

Advertisment

ଥାଇରଏଡ୍ କାରଣରୁ ଯଦି ଆପଣ ମଧ୍ୟ କ୍ରମାଗତ ଭାବରେ ଏହିଭଳି ଅନୁଭବ କରୁଛନ୍ତି, ତେବେ ନିଶ୍ଚିତ ଭାବରେ ସଚେତନ ହୋଇଯିବା ଉଚିତ। ଥାଇରଏଡ୍‌କୁ ଠିକ ରଖିବା ନେଇ କେତେକ ସୁପରଫୁଡ୍‌କୁ ନିଜ ଡାଏଟ୍‌ରେ ସାମିଲ କରିବାରେ ଅଛି। ଆସନ୍ତୁ ସେହି ସୁପର୍‌ଫୁଡ୍ ବିଷୟରେ ଜାଣିବା।

ଅଧିକ ପଢ଼ନ୍ତୁ:  କ୍ଷୀର ବିନା ବି ହୋଇପାରିବ ସୁସ୍ଥ ଘିଅ; ଜାଣନ୍ତୁ ତିଆରି କରିବାର ପଦ୍ଧତି

Advertisment

ଅଖରୋଟ ଏବଂ ପେଷି:

  • ଅଖରୋଟ ଏବଂ ପେଷିରେ ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ସେଲେନିୟମ୍ ଭରପୂର ଥାଏ, ଯାହା ଥାଇରଏଡ୍ ଗ୍ରନ୍ଥିକୁ ସୁସ୍ଥ ରଖେ।
  • ଶରୀରର ଥକାପଣ ଦୂର କରିବାରେ ଏହା ସହାୟକ ହୋଇଥାଏ।

କିପରି ଖାଇବେ:

ପ୍ରତିଦିନ ସକାଳେ ୪-୫ ଭିଜା ଅଖରୋଟ୍ ଏବଂ ୧ ଚାମଚ ପେଷି ଖାଆନ୍ତୁ।

ଦହି ଏବଂ ପନିର:

  • ଦହି ଏବଂ ପନିରରେ ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ପ୍ରୋବାୟୋଟିକ୍ ଭରପୂର ଥାଏ, ଯାହା ଥାଇରଏଡ୍ ହରମୋନର ସନ୍ତୁଳନ ବଜାୟ ରଖେ।
  • ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ, ଯାହା ଶରୀରକୁ ଶକ୍ତି ପ୍ରଦାନ କରେ।

କିପରି ଖାଇବେ:

ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ଦହି ଏବଂ ସାଲାଡ ସହିତ ପନିର ସାମିଲ କରନ୍ତୁ

ଅଧିକ ପଢ଼ନ୍ତୁ:  ଆପଣ ଅସଲି ଘିଅ ଖାଉଛନ୍ତି ତ…. ଏହି ୫ଟି ଉପାୟରେ କରନ୍ତୁ ପରୀକ୍ଷା

ସବୁଜ ପନିପରିବା:

  • ପାଳଙ୍ଗ ଶାଗ, ମେଥି ଶାଗ, ସୋରିଷ ଶାଗ ଏବଂ ବଥୁଆ ଶାଗ ପରି ସବୁଜ ପନିପରିବା ଲୌହ ଏବଂ ମ୍ୟାଗ୍ନେସିୟମର ଏକ ଉତ୍ତମ ଉତ୍ସ, ଯାହା ଥକ୍କାପଣ ଏବଂ ଦୁର୍ବଳତା ହ୍ରାସ କରିବାରେ ସହାୟକ ହୋଇଥାଏ।
  • ସେଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଥାଇରଏଡ୍ ଗ୍ରନ୍ଥିକୁ ସୁସ୍ଥ ରଖେ।

କିପରି ଖାଇବେ?

ପନିପରିବା, ସୁପ୍ କିମ୍ବା ପରଟା କରି ଏସବୁ ଖାଇହେବ।

ପଇଡ ପାଣି ଏବଂ କିସ୍‌ମିସ୍:

  • ନଡ଼ିଆ ପାଣିରେ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ ଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖେ ଏବଂ ଥକାପଣରୁ ମୁକ୍ତି ଦେଇଥାଏ।
  • ବାଦାମ, କାଜୁ ଏବଂ କିସ୍‌ମିସ୍‌ରେ ଜିଙ୍କ୍‌ ଏବଂ ସେଲେନିୟମ ମିଳିଥାଏ, ଯାହା ଥାଇରଏଡ କାମକୁ ଉନ୍ନତ କରିଥାଏ।

କିପରି ଖାଇବେ:

ପ୍ରତିଦିନ ଏକ ଗ୍ଲାସ ପଇଡ ପାଣି ପିଅନ୍ତୁ ଏବଂ ୫-୬ଟି ବାଦାମ, ୨-୩ଟି କାଜୁ ଏବଂ ୫-୬ଟି କିସମିସ୍ ଖାଆନ୍ତୁ।

ପୁରା ଶସ୍ୟ (ଓଟସ୍, ନାଲି ଚାଉଳ, କ୍ୱିନୁଆ):

  • ପୁରା ଶସ୍ୟରେ ପ୍ରଚୁର ଫାଇବର ଏବଂ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଥାଏ, ଯାହା ଶରୀରକୁ ଦୀର୍ଘସମୟ ପାଇଁ ଶକ୍ତି ଯୋଗାଇଥାଏ ଏବଂ ମେଟାବୋଲିଜିମ୍‌ରେ ଉନ୍ନତି ଆଣିଥାଏ।
  • ଏହା ବ୍ଲଡ୍‌ ସୁଗାରକୁ ସନ୍ତୁଳିତ ରଖେ ଏବଂ ଥାଇରଏଡ ଗ୍ରନ୍ଥି ସଠିକ୍ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ।

କିପରି ଖାଇବେ:

ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ବ୍ରାଉନ୍ ରାଇସ୍, ଓଟସ୍ କିମ୍ବା କ୍ୱିନୁଆ ସାମିଲ କରନ୍ତୁ।

ଏହାକୁ ଧ୍ୟାନରେ ରଖନ୍ତୁ:

ଥାଇରଏଡ୍ ସମସ୍ୟା ହେଲେ ସଠିକ୍ ଖାଦ୍ୟ ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଥକ୍କାପଣ ଏବଂ ଦୁର୍ବଳତାରୁ ମୁକ୍ତି ପାଇଁ ଆପଣଙ୍କ ଖାଦ୍ୟରେ ଅଖରୋଟ, ଦହି, ସବୁଜ ପନିପରିବା, ପଇଡ ପାଣି ଏବଂ ପୁରା ଶସ୍ୟ ପରି ସୁପରଫୁଡ୍ ସାମିଲ୍ କରନ୍ତୁ।

ସଠିକ୍ ଖାଦ୍ୟ ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ଦ୍ୱାରା ଥାଇରଏଡ୍ ସ୍ୱାସ୍ଥ୍ୟରେ ଉନ୍ନତି ଆସେ ଏବଂ ଶରୀର ଉର୍ଜାବାନ ହୋଇଯାଏ।

ଅଧିକ ପଢ଼ନ୍ତୁ: ପାଣି ଗରମ ପାଇଁ ବ୍ୟବହାର କରୁଛନ୍ତି କି ୱାଟର କେଟଲ୍… ଏହି ୫ କଥା ମନେରଖନ୍ତୁ, ନଚେତ...

Thyroid Thyroid Disease Health Tips
Advertisment
Advertisment