ଏସବୁ ଲକ୍ଷଣ ସ୍ତନ କର୍କଟ, ଆଦୌ କରନ୍ତୁନି ଅବହେଳା
Author: Namita Biswal | Credit: Canva
ବିଭିନ୍ନ ପ୍ରକାର କ୍ୟାନସର ମଧ୍ୟରୁ ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ଅନ୍ୟତମ, ଯାହାକି ସାଧାରଣତଃ ମହିଳାଙ୍କଠାରେ ଦେଖାଯାଏ । ହେଲେ ଅନ୍ୟ କ୍ୟାନସର ପରି ଏହା ଆରମ୍ଭରୁ ବେଳେବେଳେ ଜଣାପଡ଼େ ନାହିଁ ଏବଂ ଏହାର ଛୋଟ ଛୋଟ ଲକ୍ଷଣକୁ ମହିଳାମାନେ ଅଣଦେଖା କରିବା ଦ୍ୱାରା ରୋଗ ଅଧିକ ବଢ଼ିଯାଏ ଓ ମୃତ୍ୟୁମୁଖରେ ପଡିଥାନ୍ତି । ତେଣୁ ଆରମ୍ଭରୁ ଏହାର ଲକ୍ଷଣଗୁଡିକୁ ଚିହ୍ନିବା ଜରୁରୀ ।
Author: Namita Biswal | Credit: Canva
ସ୍ତନ କର୍କଟ ରୋଗର ଲକ୍ଷଣ ଆରମ୍ଭରୁ ଜାଣିବା କଷ୍ଟକର । ଏହାର ଲକ୍ଷଣ ମହିଳାଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇପାରେ ।
Author: Namita Biswal | Credit: Canva
ସ୍ତନ କର୍କଟ ଲକ୍ଷଣ: ସ୍ତନର କୌଣସି ଅଂଶ କିମ୍ୱା କାଖର ପାଖାପାଖି ଅଂଶରେ କୌଣସି ଗେଟା ପରି ଲାଗିବା ତଥା ଏହାର ଅସ୍ୱାଭାବିକ ବୃଦ୍ଧି ହେବା
Author: Namita Biswal | Credit: Canva
ନିପଲ କିମ୍ୱା ସ୍ତନ ଚାରିପାଖରେ ଲାଲ୍ ପଡ଼ିଯିବା, ଅଧିକ କୁଣ୍ଡେଇ ହେବା ଓ ସ୍ତନାଗ୍ରରୁ ତରଳ ପଦାର୍ଥ ବାହାରିବା
Author: Namita Biswal | Credit: Canva
ଅନିୟମିତ ରକ୍ତସ୍ରାବ, ନିପଲରୁ ଚମଡ଼ା ଛାଡ଼ିବା ଓ ଘା ପରି ଦେଖାଯିବା ମଧ୍ୟ ସ୍ତନ କର୍କଟର ଲକ୍ଷଣ ହୋଇପାରେ ।
Author: Namita Biswal | Credit: Canva
ସ୍ତନ ଫୁଲିବା, ଆକାରରେ ପରିବର୍ତ୍ତନ, ଇତ୍ୟାଦି ହେଉଛି ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଯାହା ଦେଖିଲେ ଆପଣ ସତର୍କ ହୋଇ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।
Author: Namita Biswal | Credit: Canva
କେତେକ ସ୍ଥଳରେ ଏପରି ଲକ୍ଷଣ ଥାଇ ମଧ୍ୟ କର୍କଟ ଚିହ୍ନଟ ହୋଇନଥାଏ । ଏଣୁ ବ୍ୟସ୍ତ ନ ହୋଇ ତୁରନ୍ତ ଡାକ୍ତର ପରାମର୍ଶ କରିବା ଉଚିତ୍ ।