ସବୁ ପ୍ରତିକ୍ଷାର ଘଟିବ ଅନ୍ତ, ସବୁ ସ୍ୱପ୍ନ ହେବ ସାକାର , ଯାହାକୁ ଦେଖିବ ଏହି ନେତ୍ର, ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହେବ । ଆଉ ଅପେକ୍ଷା ମାତ୍ର କିଛି ଘଣ୍ଟାର ଅପେକ୍ଷା, ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିବେ ।
ବ୍ୟର୍ଥ ଯାଇନି ହଜାର ହଜାର କରସେବକଙ୍କ ବଳିଦାନ । ୫ଶହ ବର୍ଷର ପ୍ରତୀକ୍ଷା,
ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ରାତି ପାହିଲେ ଉପନୀତ ହେବ ଶତାବ୍ଦୀ ଶତାବ୍ଦୀର ସେଇ ବହୁ ଆକାଂକ୍ଷିତ ତିଥି... ଐତିହାସିକ ଦିବସ ।
ଓଡ଼ିଶାରେ ପ୍ରାଣ । ହେଲେ ଅଯୋଧ୍ୟାରେ ମନ । କାଲି ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାମଜନ୍ମଭୂମୀକୁ ଯାଇପାରୁନଥିଲେ ବି ଏଇଠୁ ଥାଇ ରାମ ଭକ୍ତିରେ ଡୁବିଲେଣି ବ୍ରହ୍ମପୁରବାସୀ ।
ଉଛୁଳୁଛି ଅଯୋଧା, ପୁରି ଉଠୁଛି ରାମନଗରୀ । ତା’ଉପରେ ଘୁରି ବୁଲୁଛି ପୋଲିସର ଛଞ୍ଚାଣ ଆଖି । ଦିନ ହୋ ୟା ରାତ୍, ୧୧୨ ହେ ଆପକେ ସାଥ୍। ଅର୍ଥାତ କୌଣସି ଅଘଟଣ ହେଲେ ୧୧୨କୁ ଡାଏଲ୍ କରିବାକୁ କହିଛି ୟୁପି ପୋଲିସ ।
ଘରକୁ ଫୁଲ ଏବଂ ରଙ୍ଗୀନ ଆଲୋକରେ ସଜାଯାଇଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଆଣ୍ଟିଲିଆର ସମସ୍ତ ସ୍ଥାନକୁ ମଧ୍ୟ ସୁସଜ୍ଜିତ କରାଯାଇଛି ।
ଏନେଇ ନିର୍ମଳା ସୀତାରମଣ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ‘ତାମିଲନାଡୁ ସରକାର ୨୨ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଦେଖିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି।
ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ହନୁମାନ ଗଡିରେ ପହଞ୍ଚି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । କଙ୍ଗନା କହିଛନ୍ତି, ଅଯୋଧ୍ୟା ସଜାଇ ହୋଇଛି ପୁରା ନବବଧୂ ପରି ।
ସାରାଦେଶ ଏବେ ପ୍ରଭୁ ରାମଙ୍କୁ ଆରାଧନା କରିବାରେ ବ୍ୟସ୍ତ। ଏହାକୁ ନେଇ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ପ୍ରଭୁ ରାମଙ୍କୁ ଗାଳି କରୁଛନ୍ତି ଏବଂ ଖୁସିରେ ନାଚୁଛନ୍ତି।
ଅରୁଣ ଗୋବିଲ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ମାତା ସୀତାଙ୍କ ଭୂମିକାରେ ଦୀପିକା ଚିଖାଲିଆ ଓ ଲକ୍ଷ୍ମଣ ଭୂମିକାରେ ସୁନୀଲ ଲହରୀଙ୍କ ଜୀବନ୍ତ ଅଭିନୟ ସମସ୍ତ ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲା ।
ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ସହର ସୁରକ୍ଷାକର୍ମୀରେ ଛାଉଣୀ ହୋଇଛନ୍ତି । ପୂରା ସହର ସିସିଟିଭି ନଜରରେ ରହିଛି ।
ଗୁରମିତ ଚୌଧୁରୀ ଅନୁଭବ କରିଛନ୍ତି ଯେ ଏହାର ତାଙ୍କର ଭାଗ୍ୟ ଥିଲା ଯେ ‘ରାମାୟଣ’ରେ ସେ ରାମଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହାକୁ ନେଇ ସେ ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ ।
ମଙ୍ଗଳ ଧ୍ୱନୀ ପାଇଁ ବିଭିନ୍ନ ରାଜ୍ୟରୁ ସ୍ୱତନ୍ତ୍ର ବାଦ୍ୟ ଯନ୍ତ୍ରର ଆୟୋଜନ କରାଯାଇଛି ।
ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ ।
ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପରିସରରେ ହଜାରେ ଆଠ ଯଜ୍ଞ କୁଣ୍ଡରେ ଚାଲିଛି ବେଦ ଓ ପାରାୟଣ ପାଠ ।
ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‘ଇଡା’ ଓ ‘ପିଙ୍ଗଳା’ ନାଡି ସହିତ ସଂଯୁକ୍ତ। ଏହା ମାନବକୁ କରିଦିଏ ମହାମାନବ।
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭବ୍ୟ ଶ୍ରୀରାମ ମନ୍ଦିରର ଦିବ୍ୟ ରୂପ। ସୁଗନ୍ଧ ପୁଷ୍ପରେ ପ୍ରସ୍ଫୁଟିତ ନବନିର୍ମିତ ମନ୍ଦିର।ଆକର୍ଷଣୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ। ଯେମିତି ସ୍ୱର୍ଗପୁରୀ ପାଲଟିଛି ଶ୍ରୀରାମ ଜନ୍ମଭୂମି।
ଓଡ଼ିଶା ଭୂଇଁରେ ରାମ କାହାଣୀ। ଆଜିର କାହାଣୀରେ କିମ୍ବଦନ୍ତୀ ନାହିଁ କି ପୌରାଣିକ କଥାବସ୍ତୁ ନାହିଁ। ଆଜି ଭେଟିବା ଏମିତି କିଛି ଓଡ଼ିଆଙ୍କୁ, ଯାହାଙ୍କ ସୃଜନଶୀଳତାରେ ଭରି ରହିଛି କେବଳ ରାମ ମନସ୍କ ଭାବନା, ଆବେଗ ଆଉ ଉତ୍କଣ୍ଠା।
ନିଜର ଯାଦୁଗରୀ ସ୍ପର୍ଶରେ କିଏ ପ୍ରଭୁ ଶ୍ରୀରାମଙ୍କ କ୍ଷୁଦ୍ର ମୂର୍ତ୍ତିଟିଏ କରି ଚର୍ଚ୍ଚାକୁ ଆସିଛନ୍ତି ତ ଆଉ କିଏ ୨୫ ଲକ୍ଷ ରାମନାମ ଲେଖି ନିଜକୁ ଉତ୍ସର୍ଗ କରିଦେଇଛନ୍ତି ମର୍ଯ୍ୟାଦାପୁରୁଷଙ୍କ ଉଦ୍ଦେଶ୍ୟରେ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ପରିସରରେ ଚାଲିଛି ଅନୁଷ୍ଠାନ । ହଜାରେ ଆଠ କୁଣ୍ଡରେ ମହାଯଜ୍ଞ ସହ ମନ୍ତ୍ରମୁଗ୍ଧ କରୁଛି ବେଦ ଓ ରାମାୟଣ ପାଠ । ୩୩ କୋଟି ଦେବଦେବୀଙ୍କୁ କରାଯାଉଛି ଆବାହନ ।
ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ବର୍ତ୍ତମାନ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମ ଗୁଡ଼ିକୁ କିଛି ପରାମର୍ଶ ଦିଆଯାଇଛି ।
ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଞ୍ଚଳର ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ମୂହୁର୍ତ୍ତ ।
ମାତା ସୀତାଙ୍କୁ ଖୋଜିବା ପଥରେ ପଡେ କିସ୍କିନ୍ଧା ନଗର । ଏଠି ଗୋଟିଏ ଏମିତି ବାନର ଥାଏ, ଯିଏ ରାବଣକୁ କାଖରେ ଜାକି ପରାହତ କରିଛି । ଇତିହାସ କହୁଛି ରାବଣଠୁ ଅଧିକ ବଳ ତା’ ପାଖରେ ଅଛି ।
୫ଶହ ବର୍ଷ ପରେ ବହୁ ଲୋକଙ୍କ ତ୍ୟାଗ ଓ ସଂଘର୍ଷ ପରେ ରାମ ମନ୍ଦିର ନିର୍ମାଣ ହୋଇଛି । ଏହା ଭାରତ ଓ ସମସ୍ତ ଭାରତୀୟଙ୍କ ପାଇଁ ଏକ ଗୌରବର ବିଷୟ ।