Ram Naam in Odisha
ଯେଉଁ ନାମକୁ ନେଇ ଏତେ ଶ୍ରଦ୍ଧା...ଯେଉଁ ନାମ ଧରି ଡାକିଦେଲେ ମିଳୁଛି ଏତେ ଆତ୍ମତୃପ୍ତି...ଏ ବୟସରେ ଆଉ ବା କ’ଣ ଦରକାର ଯେ...
ସେଥିପାଇଁ ବୋଧହୁଏ ନିଜ ଲେଖନୀରେ ଏଭଳି ଅନବରତ ଭାବେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନାମ ଲେଖିଚାଲିଛନ୍ତି କୋରାପୁଟ ଜୟପୁର ପୋଷ୍ଟାଲ୍ ଗଳିର ବ୍ରଜକିଶୋରୀ ସାହୁ। ବୟସ ଆସି ୭୨ ହେଲାଣି। ଗତ ୨୦ ବର୍ଷ ହେଲା ରାମମନସ୍କ ସେ । ୨୦୨୦ରେ ୨୫ ଲକ୍ଷ ଥର ରାମ ନାମ ଲେଖି ଆନ୍ଧ୍ର ଭଦ୍ରାଚଲମ୍ ସ୍ଥିତ ରାମମନ୍ଦିରରେ ପ୍ରଦାନ କରିଥିଲେ ୫୫ଟି ଖାତା। ଆଉ ଏବେ ଅଯୋଧ୍ୟା ପଠାଇବା ଲକ୍ଷ୍ୟରେ ଖାତାରେ ଦୈନିକ ୧୦୪୦ ଥର ରାମ ନାମ ଲେଖି ଚାଲୁଛନ୍ତି ବ୍ରଜକିଶୋରୀ । ରାମମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେଲା ପରେ ଯାଇ ଏସବୁକୁ ପଠାଇବେ ବୋଲି ଆଶା ରଖିଛନ୍ତି ଏହି ରାମ ପ୍ରେମୀ ମହିଳା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)