Advertisment

ଅଯୋଧ୍ୟାରେ ପୋଲିସ୍‌ ଛାଉଣୀ, ସୁରକ୍ଷା ଦାୟିତ୍ୱରେ ରହିବେ ୧୭ ଆଇପିଏସ୍‌ ଓ ATS କମାଣ୍ଡୋ

ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ସହର ସୁରକ୍ଷାକର୍ମୀରେ ଛାଉଣୀ ହୋଇଛନ୍ତି । ପୂରା ସହର ସିସିଟିଭି ନଜରରେ ରହିଛି ।

author-image
Santosh Kumar Sahoo
security tight for ayodhya

security tight for ayodhya

୫ ଶହ ବର୍ଷ ଧରି ଯେଉଁ ମାହେନ୍ଦ୍ର ବେଳାକୁ ଅପେକ୍ଷା କରିଥିଲେ ସାରା ସଂସାରର ରାମ ଭକ୍ତ। ଆସନ୍ତାକାଲି ସେହି ଦିବ୍ୟ ମୁହୂର୍ତ୍ତ ଆସୁଛି। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ନିଜ ଆସ୍ଥାନକୁ ବିଜେ କରିବେ ପ୍ରଭୁ ଶ୍ରୀରାମ। ଏନେଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି।

Advertisment

ଆସନ୍ତାକାଲି ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ରାମଲାଲାଙ୍କ ଦର୍ଶନ ପାଇଁ ଖୋଲିବ ମନ୍ଦିର। ତେବେ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରାୟ ୮ ହଜାର ନିମନ୍ତ୍ରିତ ଅତିଥି ଅଯୋଧ୍ୟା ଆସିବେ। ତେବେ ଏମାନଙ୍କ ମଧ୍ୟରେ ଅନେକ ଭିଭିଆଇପି ଗେଷ୍ଟ ରହିଥିବା ସୂଚନା ରହିଛି। ଏନେଇ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ସହର ସୁରକ୍ଷାକର୍ମୀରେ ଛାଉଣୀ ହୋଇଛନ୍ତି । ପୂରା ସହର ସିସିଟିଭି ନଜରରେ ରହିଛି । ସହରର ଏଣ୍ଟ୍ରି ପଏଣ୍ଟରୁ ଆରମ୍ଭ କରି ରାମ ମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସ୍‌ ଓ ATS କମାଣ୍ଡୋ ନିୟୋଜିତ ଅଛନ୍ତି। ଏହା ସହ ଅଯୋଧ୍ୟାରେ ଏବେ ସୁରକ୍ଷା ବ୍ୟବସ୍ଥାରେ ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ, ସଶସ୍ତ୍ର ଯାନ ଓ ଡ୍ରୋନ୍‌ ନିୟୋଜିତ ଅଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ସରଜୁ ନଦୀ ନିକଟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ନିୟୋଜିତ ହୋଇଛି।

ୟୁପି ପୋଲିସ୍‌ କଥା ଯଦି କହିବା ତାହାଲେ ୟୁପି ପୋଲିସ ଏଠାରେ ୩ ଜଣ ଡିଆଇଜି ନିୟୋଜିତ କରିଛି। ଏଥିସହ ୧୭ ଆଇପିଏସ୍‌, ୧୦୦ ପିପିଏସ୍‌ ଲେବଲ ଅଧିକାରୀ, ୩୨୫ ଇନ୍ସପେକ୍ଟର, ୮୦୦ ସବ୍‌ ଇନ୍ସପେକ୍ଟର ଏବଂ ୧୦୦୦ରୁ ଅଧିକ କନଷ୍ଟେବଳ ନିୟୋଜିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟା ରେଡ୍ ଓ ୟେଲୋ ଜୋନ୍ ବଣ୍ଟା ଯାଇଛି । ରେଡ୍ ଜୋନରେ ପିଏସିର ୩ ବାଟାଲିୟନ ମୁତୟନ ହୋଇଛନ୍ତି । ୟେଲୋ ଜୋନରେ ୭ ବାଟାଲିୟନ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । କେବଳ ପୋଲିସ୍ ନୁହେଁ ଘରୋଇ ସଂସ୍ଥାର ସିକ୍ୟୁରିଟି ମଧ୍ୟ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

Advertisment
India News Ayodhya Ayodhya Ram Mandir Ram Mandir
Advertisment
Advertisment