Advertisment

Ayodhya Ram Mandir; ବଢୁଛି ଉତ୍କଣ୍ଠା, ଅଯୋଧ୍ୟାରେ ବଢିଲାଣି ସେଲିବ୍ରିଟିଙ୍କ ଭିଡ଼

ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ହନୁମାନ ଗଡିରେ ପହଞ୍ଚି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । କଙ୍ଗନା କହିଛନ୍ତି, ଅଯୋଧ୍ୟା ସଜାଇ ହୋଇଛି ପୁରା ନବବଧୂ ପରି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Kangana Ranaut arrives in Ayodhya, offers prayers at Hanumangarhi

Kangana Ranaut arrives in Ayodhya, offers prayers at Hanumangarhi

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରତିଷ୍ଠା ସମୟ ଯେତିକି ପାଖେଇ ଆସୁଛି, ସେତିକି ସେତିକି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି । ଉତ୍କଣ୍ଠା ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବହୁ ନାମିଦାମୀ ସେଲିବ୍ରିଟିଙ୍କ ମଧ୍ୟରେ ରହିଛି । ଆଉ ଏଥିପାଇଁ କିଏ ଶ୍ରୀରାମଙ୍କ ଭୂମି ଅଯୋଧ୍ୟାରେ ପହଞ୍ଚି ସାରିଲେଣି ତ ଆଉ କିଏ ନିଜ ମାଟିରୁ ଅଯୋଧ୍ୟା ଅଭିମୁଖେ ।

Advertisment

ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ହନୁମାନ ଗଡିରେ ପହଞ୍ଚି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । କଙ୍ଗନା କହିଛନ୍ତି, ଅଯୋଧ୍ୟା ସଜାଇ ହୋଇଛି ପୁରା ନବବଧୂ ପରି । ମୋତେ ଲାଗୁଛି ଏହା ଦେବଲୋକ ଭଳି । ଏମିତିକି ସେ ହନୁମାନଗଡିରେ ସଫେଇ କାର୍ଯ୍ୟକ୍ରମ ବି କରିଛନ୍ତି । ଏପଟେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ମଧ୍ୟ ଲକ୍ଷ୍ଣୋ ଏୟାରପୋର୍ଟରେ ପହଞ୍ଚି ସାରିଛନ୍ତି ।

ସେହିପରି ତାମିଲ ସୁପରଷ୍ଟାର ରଜନୀକାନ୍ତ ସହ ତାଙ୍କ ପତ୍ନୀ ମଧ୍ୟ ଅଯୋଧ୍ୟ ଅଭିମୁଖେ ବାହାରିଛନ୍ତି । ଏମାନଙ୍କ ସହ ଅଛନ୍ତି ଅଭିନେତା ଧନୁଷ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଚେନ୍ନାଇ ଛାଡିଛନ୍ତି ଅଭିନେତା । ଏହି ଜଣେ କି ଦୁଇ ଜଣ ଅନେକ ଅଭିନେତା ଏବେ ଅଯୋଧ୍ୟା ଅଭିମୁଖେ । ବର୍ଷିୟାନ ଅଭିନେତା ଅନୁପମ ଖେର ମଧ୍ୟ ମୁମ୍ବାଇ ଛାଡିଛନ୍ତି ।

Advertisment
Actress Kangana Ranaut Ayodhya Ram Mandir
Advertisment
Advertisment