• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ । ଗାଁର ନାଁ ଅଯୋଧ୍ୟା । ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥଳୀ ନୁହେଁ, ଏ ହେଉଛି ବାଲେଶ୍ୱର ନୀଳିଗିର ବ୍ଲକରେ ଥିବା ଅଯୋଧ୍ୟା ଗାଁ ।

ତେବେ ଗାଁର ନାମକରଣ ପଛରେ ରହିଛି ଅନେକ କିମ୍ବଦନ୍ତୀ । କିଏ କହେ ପ୍ରଭୁ ଶ୍ରୀରାମ ବନବାସ ବେଳେ ଏ ଗାଁକୁ ଆସିଥିଲେ, ଆଉ କିଏ କହେ ପ୍ରଭୁ ଶ୍ରୀରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ ଖୁସିରେ ଏ ଗାଁର ନା ଅଯୋଧ୍ୟା ରଖାଯାଇଥିଲା । ଏବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବା ବେଳେ ଧୁମଧାମରେ ପାଳନ କରିବାକୁ ପ୍ରସ୍ତୁତି କରିଛନ୍ତି ଗ୍ରାମବାସୀ ।

ଅଯୋଧ୍ୟାର ଐତିହ୍ୟ ବି ବେଶ ଉଚ୍ଚକୋଟିର । ବହୁ ପ୍ରାଚୀନ ମନ୍ଦିର ଏବେବି ଗାଁର ବିଦ୍ୟମାନ ଥିବା ବେଳେ, ଅନେକ ମନ୍ଦିର ଓ ଦେବାଦେବୀଙ୍କ ଭଗ୍ନାବିଶେଷ ଏଠାରୁ ହିଁ ମିଳିଛି । ୪୦ରୁ ଅଧିକ ପ୍ରାଚୀନ ମୂର୍ତ୍ତି ଗାଁରୁ ଉଦ୍ଧାର ହୋଇଛି । ସେସବୁକୁ ଗାଁରେ ଥିବା ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟରେ ରଖାଯାଇଛି ।

ଏବେ ମାଟିତଳେ ଅନେକ କୀର୍ତ୍ତିରାଜି ଥିବାରୁ ସରକାରଙ୍କ ପକ୍ଷରୁ ଗବେଷଣା କଲେ ଅନେକ ତଥ୍ୟ ମିଳିପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ ।