• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

୧୪ ବର୍ଷ ବନବାସକୁ ବରଣ କରିଥିବା ରାମ, ବନବାସର ପ୍ରଥମ କେଇ ଦିନରେ ପତ୍ନୀଙ୍କ ବିରହ ପ୍ରାପ୍ତ କରନ୍ତି । ପର୍ଣ୍ଣ କୁଟିରରୁ ରାବଣ ମାତା ସୀତାଙ୍କୁ ହରିନିଏ । ରାମ ବିଳାପ କରନ୍ତି । କିନ୍ତୁ ବିଳାପ ଭିତରେ ମର୍ଯ୍ୟାଦାକୁ ରକ୍ଷା କରି ୭ ଜନ୍ମକୁ ସାଥି କରି ଆଣିଥିବା କନ୍ୟାକୁ ଲେଉଟାଇ ଆଣିବାକୁ ପ୍ରଯତ୍ନ କରନ୍ତି । ଆରମ୍ଭ ହୁଏ ସମରସଜା । ବନଚାରୀ ରାମ, ଭଲ୍ଲୁକ ଓ ମାଙ୍କଡମାନଙ୍କ ସହାୟତା ନିଅନ୍ତି, ଦୁର୍ଦ୍ଧଷ ରାକ୍ଷସଙ୍କୁ ପରାହତ କରିବା ପାଇଁ । ଦୁର୍ବଳଙ୍କୁ ନିଜ ନେତୃତ୍ୱ ବଳରେ ବଳଶାଳୀ କରିଥିବା ରାମ ଯୁଦ୍ଧ ଜୟ କରନ୍ତି । ଏଣୁ ସେ ପୁରୁଷୋତ୍ତମ ।

ମାତା ସୀତାଙ୍କୁ ଖୋଜିବା ପଥରେ ପଡେ କିସ୍କିନ୍ଧା ନଗର । ଏଠି ଗୋଟିଏ ଏମିତି ବାନର ଥାଏ, ଯିଏ ରାବଣକୁ କାଖରେ ଜାକି ପରାହତ କରିଛି । ଇତିହାସ କହୁଛି ରାବଣଠୁ ଅଧିକ ବଳ ତା’ ପାଖରେ ଅଛି । ସେଥିପାଇଁ ତ ସେ ବାଳୀ ବୋଲାଉଛି । ରାମ, ଚାହିଁଥିଲେ ସେହି ବାନରର ସହୟତା ନେଇପାରିଥାନ୍ତେ । କ୍ଷଣକେ ରାବଣକୁ ପରାସ୍ତ କରି ପତ୍ନୀକୁ ସାଥିରେ ଆଣିପାରି ଥାନ୍ତେ ।

ହେଲେ ରାମ ସେମିତି କଲେନି । ସହଜରେ କୌଣସି ଜିନିଷକୁ ପ୍ରାପ୍ତ କରିବା ଅପେକ୍ଷା ଧର୍ମ ଓ ନ୍ୟାୟୋଚିତ ଢଙ୍ଗରେ ଏହାକୁ ଗ୍ରହଣ କରିବା ହିଁ ତାଙ୍କୁ ଶ୍ରେୟସ୍କର ଲାଗିଲା । ସେଥିପାଇଁ ତ ବଳଶାଳୀ ବାଳୀ ଅପେକ୍ଷା ତାର ଦୁର୍ବଳ ଭ୍ରାତା ସୁଗ୍ରୀବର ସହାୟତା ତାଙ୍କୁ ଉଚିତ ଲାଗିଲା । ଆଉ ତାରି ନେତୃତ୍ୱରେ ଯୁଦ୍ଧ ଜୟ କରିଥିଲେ । ଏଣୁ ସେ ପୁରୁଷୋତ୍ତମ ।

ବାଳୀ ନିଜ ଭାତ୍ରା ପତ୍ନୀ ରୋମାକୁ ହରି ଆଣି ନିଜ ପାଖରେ ରଖିଥାଏ। ତାଠୁ ନିଜ ପତ୍ନୀ ରକ୍ଷା ପାଇଁ ସହଯେୋଗ ମାଗିବା ଆଦୌ ସମୀଚିନ ନୁହେଁ। ଯଦି ପ୍ରଭୁ ରାମଚନ୍ଦ୍ର ସେଦିନ ଏମିତି କରିଥାନ୍ତେ, ତା ହେଲେ ହୁଏତ ଏ ସମାଜ ରାମଙ୍କୁ ପୂଜା କରୁ ନ ଥାନ୍ତା। ତେଣୁକରି ତ ସେ ପୁରୁଷୋତ୍ତମ।