• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ସେହି ଅପୂର୍ବ ମୁହୂର୍ତ୍ତକୁ ଅନେଇ ବସିଛି ସାରା ଦେଶ । ଆଉ ଏଥିପାଇଁ ପୂରା ଚଳଚଞ୍ଚଳ ଅଯୋଧ୍ୟା । ରାମଲାଲାଙ୍କ ଆଗମନ ପୂର୍ବରୁ ପୁଣି ଥରେ ଦର୍ଶକଙ୍କ ହୃଦୟରେ ଜୀବନ୍ତ ହୋଇ ଉଠିଛି ୯୦ ଦଶକର ରାମାୟଣ । ଯେଉଁଥିରେ ଅତି ନିଖୁଣ ଭାବେ ଅରୁଣ ଗୋବିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲହରୀ ଅଭିନୟ କରିଥିଲେ ।

ଅରୁଣ ଗୋବିଲ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ମାତା ସୀତାଙ୍କ ଭୂମିକାରେ ଦୀପିକା ଚିଖାଲିଆ ଓ ଲକ୍ଷ୍ମଣ ଭୂମିକାରେ ସୁନୀଲ ଲହରୀଙ୍କ ଜୀବନ୍ତ ଅଭିନୟ ସମସ୍ତ ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲା ।

ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅରୁଣ ଗୋବିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲହରୀଙ୍କ ଏକ ଭିଡିଓ ବର୍ତ୍ତମାନ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୀପିକାଙ୍କୁ ଏକ ସୁନ୍ଦର ଲାଲ୍‌ ରଙ୍ଗର ଶାଢ଼ିରେ ଦେଖିବାକୁ ମିଳିଥିବାବେଳେ ଅନ୍ୟ ଦୁଇଜଣ ଅରୁଣ ଏବଂ ସୁନୀଲଙ୍କୁ ପାରମ୍ପାରିକ ହଳଦିଆ କୁର୍ତ୍ତାରେ ଦେଖିବାକୁ ମିଳିଛି ।

ହେଲେ ସବୁଠାରୁ ବଡ଼ କଥା ହେଉଛି ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଉଚ୍ଛୁକଥିବା ୯୦ ଦଶକର ସେହି ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ସୁନୀଲଙ୍କୁ ଅଯୋଧ୍ୟାରେ ଘର ମିଳୁନାହିଁ । ଅର୍ଥାତ୍‌ ତାଙ୍କ ପାଇଁ କୌଣସି ହୋଟେଲରେ ରୁମ୍‌ ନଥିବା ସେ କହିଛନ୍ତି ।

ଏକ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମର ଗୋଟିଏ ସୋ’ରେ ଏପରି କହିଛନ୍ତି ଅଭିନେତା ସୁନୀଲ ଲହରୀ । ସୁନିଲ ଆହୁରି କହିଛନ୍ତି ଯେ, ଏଯାଏଁ ମୁଁ ଘର ପାଇନାହିଁ । ଅଯୋଧ୍ୟାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟକର ହେଉଛି । ଯେଉଁ ସହରରେ ଆମେ ଦୁଇ ବର୍ଷ ପୂର୍ବେ ସୁଟିଂ ପାଇଁ ଆସିଥିଲୁ । ସେ ବର୍ତ୍ତମାନ ବହୁତ ପରିବର୍ତ୍ତନ ହୋଇଛି । ଏଠିକାର ପବନରେ ଆପଣ ଶକ୍ତି ଅନୁଭବ କରିପାରିବେ ।

ସବୁକିଛି ଭକ୍ତମୟ ହୋଇଛି । ସହର ବର୍ତ୍ତମାନ ସମ୍ପୂର୍ଣ୍ଣ ପରିଷ୍କାର । ହେଲେ ଗୋଟିଏ ଅସୁବିଧା ଏଠାରେ ଘର ମିଳିବା କଷ୍ଟକର ହେଉଛି । କୌଣସି ହୋଟେଲ୍‌ରେ ଆଉ ବୁକିଂ ଉବଲବ୍ଧ ନାହିଁ । ସବୁ ହୋଟେଲ ବୁକ୍‌ ହୋଇସାରିଛି । କେଉଁଠାରେ ବି ରୁମ୍‌ ଖାଲିନାହିଁ । ମୁଁ କିପରି ଭଗବାନ ଶ୍ରୀରାମଙ୍କୁ ଦର୍ଶନ କରିବି ଜାଣିନାହିଁ । ମୋର ଫ୍ଲାଇଟ୍‌ ଟିକେଟ୍‌ କନ୍‌ଫ୍ରମ୍‌ ହୋଇଛି, କିନ୍ତୁ ବର୍ତ୍ତମାନ ମୁଁ ଘର ପାଇନାହିଁ ବୋଲି ସୁନୀଲ ଲହରୀ କହିଛନ୍ତି ।