• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସନ୍ତାକାଲି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆଉ ଏଥିପାଇଁ ଚଳଚଞ୍ଚଳ ପୂରା ଅଯୋଧ୍ୟା ନଗରୀ । ସେହି ଦିବ୍ୟ ମୁହୂର୍ତ୍ତକୁ ସାରା ଦେଶ ଅନାଇ ବସିଛି । ବିଭନ୍ନ ସ୍ଥାନରେ ଏହି ଉତ୍ସବକୁ ପାଳନ ପାଇଁ ଭିନ୍ନ ଭିନ୍ନ ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରାଯାଇଛି । ଆଉ ଏଥିରୁ ବାଦ୍‌ ପଡ଼ିନାହିଁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର । ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର 'ଆଣ୍ଟିଲିଆ' ସଂପୂର୍ଣ୍ଣ ଭାବେ ସଜେଇ ହୋଇଛି ।

ଘରକୁ ଫୁଲ ଏବଂ ରଙ୍ଗୀନ ଆଲୋକରେ ସଜାଯାଇଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଆଣ୍ଟିଲିଆର ସମସ୍ତ ସ୍ଥାନକୁ ମଧ୍ୟ ସୁସଜ୍ଜିତ କରାଯାଇଛି । ହିନ୍ଦୁ ଧର୍ମର ପ୍ରତୀକ ଏବଂ ଭଗବାନ ରାମଙ୍କ ସହ ଜଡିତ ଚିତ୍ର ଘର ଭିତରେ ଓ ବାହାରେ ଲଗାଯାଇଛି । ପ୍ରଭୁ ଶ୍ରୀରାମଙ୍କ ଏହି ଉତ୍ସବରେ ପରିବାରର ସମସ୍ତ ସଦସ୍ୟ ଯୋଗଦେବାକୁ ଉତ୍ସାହିତ ଥିବା ଅମ୍ବାନୀ କହିଛନ୍ତି ।

ମୁକେଶ ଅମ୍ବାନୀଙ୍କ ଘର ୪,୦୦,୦୦୦ ବର୍ଗଫୁଟ ଉପରେ ରହିଛି ।

୬୦୦ କର୍ମଚାରୀ ଆଣ୍ଟିଲିଆରେ ପ୍ରତ୍ୟେକ ଦିନ କାର୍ଯ୍ୟ କରନ୍ତି ।

ଆଣ୍ଟିଲିଆରେ କାର୍ ପାର୍କିଂ ପାଇଁ ୬ ମହଲା ବ୍ୟବସ୍ଥା ରହିଛି ।

ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆରେ ଥିଏଟର ରହିଛି ।

ଏହି ଘରେ ଗୋଟିଏ ହେଲିପ୍ୟାଡ୍‌ ସହ ସୁନ୍ଦର ହ୍ୟାଙ୍ଗିଂ ଗାର୍ଡେନ୍‌ ରହିଛି ।

ଆଣ୍ଟିଲିଆରେ ଗୋଟିଏ ସ୍ପା ସହିତ ଯୋଗ କେନ୍ଦ୍ର ମଧ୍ୟ ଅଛି ।

ଭୂମିକମ୍ପ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବାକୁ ଆଣ୍ଟିଲିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ମୁକେଶ ଆମ୍ବାନୀଙ୍କ ଘର ‘ଆଣ୍ଟିଲିଆ’କୁ ସବୁଠାରୁ ମହଙ୍ଗା ଘର ବୋଲି କୁହାଯାଏ । ଏହା ମୁମ୍ବାଇର ଆଲ୍ଟାମାଉଣ୍ଟ ରୋଡରେ ରହିଛି । ଯାହା କି ୨୭ ମହଲା ବିଶିଷ୍ଟ । ଆଣ୍ଟିଲିଆର ଉଚ୍ଚତା ପ୍ରାୟ ୫୬୮ ଫୁଟ । ଏବଂ ଏହାର ପ୍ରତ୍ୟେକ ମହଲାରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏହି ଘର ଏତେ ଶକ୍ତିଶାଳୀ ଯେ ରିକ୍ଟର ସ୍କେଲରେ ୮ର ଭୂକମ୍ପକୁ ସହଜରେ ସହିପାରେ ।