Advertisment

ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ମଙ୍ଗଳଧ୍ୱନୀରେ ପ୍ରକମ୍ପିତ ହେବ ଅଯୋଧ୍ୟା ନଗରୀ

ମଙ୍ଗଳ ଧ୍ୱନୀ ପାଇଁ ବିଭିନ୍ନ ରାଜ୍ୟରୁ ସ୍ୱତନ୍ତ୍ର ବାଦ୍ୟ ଯନ୍ତ୍ରର ଆୟୋଜନ କରାଯାଇଛି ।

author-image
Santosh Kumar Sahoo
Mangal Dhawani

Mangal Dhawani

ଆସନ୍ତାକାଲି ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଯାହାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ । ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ରାମଲାଲାଙ୍କ ପ୍ରତିଷ୍ଠା ବେଳେ ବିଭିନ୍ନ ରାଜ୍ୟର ବାଦ୍ୟ ଯନ୍ତ୍ରରେ ପ୍ରକମ୍ପିତ ହେବ ଅଯୋଧ୍ୟା ନଗରୀ ।

Advertisment

ମଙ୍ଗଳ ଧ୍ୱନୀ ପାଇଁ ବିଭିନ୍ନ ରାଜ୍ୟରୁ ସ୍ୱତନ୍ତ୍ର ବାଦ୍ୟ ଯନ୍ତ୍ରର ଆୟୋଜନ କରାଯାଇଛି । ଓଡ଼ିଶାରୁ ମର୍ଦଳ, ଦିଲ୍ଲୀରୁ ସାହାନାଇ, ଉତ୍ତରପ୍ରଦେଶରୁ ବଂଶୀ, ଢୋଲକ, କର୍ଣ୍ଣାଟକରୁ ବୀଣା, ମଧ୍ୟପ୍ରଦେଶରୁ ସନ୍ତୁର, ପଞ୍ଜାବରୁ ଅଲଗୋଜା, ମଣିପୁରରୁ ପୁଙ୍ଗ, ମହାରାଷ୍ଟ୍ରରୁ ସୁନ୍ଦରୀ, ଆସାମରୁ ନଗାଡା, କାଳୀ, ଛତିଶଗଡରୁ ତମ୍ବୁରା, ଆନ୍ଧ୍ରପ୍ରଦେଶରୁ ଘଟମ୍, ରାଜସ୍ଥାନରୁ ରାବଣହତ୍ୟା, ଝାଡଖଣ୍ଡରୁ ସୀତାର, ପଶ୍ଚିମବଙ୍ଗରୁ ଶ୍ରୀଖୋଲ ସରୋଦ, ଗୁଜୁରାଟରୁ ସନ୍ତାରା, ତାମିଲନାଡୁରୁ ନାଗସ୍ୱରମ, ତାବିଲ ଆଉ ମୃଦଙ୍ଗ, ବିହାରରୁ ପଖ୍ୟାବଜ, ଉତ୍ତରାଖଣ୍ଡରୁ ହୃଣ୍ଡକା ଆଦି ବାଦ୍ୟଯନ୍ତ୍ର ଦ୍ୱାରା ମଙ୍ଗଳ ଧ୍ୱନୀ କରାଯିବ ।

Advertisment
India Ayodhya Ram Mandir Ram Temple Ayodhya
Advertisment
Advertisment