/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705754738.jpg)
Ayodhya Ram Mandir
ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରଣ ପ୍ରତିଷ୍ଠା । ଆଉ ଏଥିପାଇଁ ଉତ୍ସବମୁଖର ସାରା ଦେଶ । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ବର୍ତ୍ତମାନ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମ ଗୁଡ଼ିକୁ କିଛି ପରାମର୍ଶ ଦିଆଯାଇଛି ।
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି ଯେ, ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗରେ ତଥ୍ୟର ଯାଞ୍ଚ କରାନଯାଇ ଖବର ପ୍ରସାରଣ କରାଯିବା ଉଚିତ୍ ନୁହେଁ । ଖବରକାଗଜ, ଟେଲିଭିଜନ୍ ଚ୍ୟାନେଲ, ଡିଜିଟାଲ୍ ନ୍ୟୁଜ୍ ପ୍ରକାଶକ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ପରାମର୍ଶ ଜାରି କରାଯାଇଛି ।
ରାମ ମନ୍ଦିର ପ୍ରସଙ୍ଗକୁ ନେଇ ମିଥ୍ୟା ଖବର ପ୍ରସାରଣ ନକରିବାକୁ ପରାମର୍ଶ ଦେଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ବିଶେଷ ଭାବରେ ସୋସିଆଲ ମିଡିଆରେ କିଛି ମିଥ୍ୟା ବାର୍ତ୍ତା ପ୍ରଚାର ହେଉଛି । ଯାହାକି ଶୃଙ୍ଖଳା ଭଙ୍ଗ କରିପାରେ ତେଣୁ ସମସ୍ତ ଗଣମାଧ୍ୟମକୁ ଏପରି ଖବରରୁ ନିବୃତ୍ତ ରହିବାକୁ କୁହାଯାଇଛି ।
I&B Ministry issues advisory to check the spread of unverified, provocative and fake messages, in the context of Ram Lalla Pran Pratishtha in Ayodhya.
The Ministry has issued an advisory today, 20th January, 2024, to newspapers, television channels, digital news publishers and… pic.twitter.com/c9qepedkOR
— ANI (@ANI) January 20, 2024
I&B ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ, କେବୁଲ ଟେଲିଭିଜନ ନେଟୱାର୍କ ଅଧିନିୟମ, ୧୯୯୫ ଏବଂ ପ୍ରୋଗ୍ରାମ୍ କାଉନସିଲ୍ ଅଧିନିୟମ, ୧୯୭୮ ଅନୁଯାୟୀ ଭାରତର ପ୍ରେସ୍ କାଉନସିଲ୍ ଦ୍ୱାରା ସ୍ଥାପିତ ନର୍ମାସ୍ ଅଫ୍ ସାମ୍ବାଦିକତା ଆଚରଣର ପ୍ରୋଗ୍ରାମ କୋଡର ବ୍ୟବସ୍ଥା ବିଷୟରେ ଉଲ୍ଲେଖ ରହିଛି ।
ମନ୍ତ୍ରଣାଳୟ ଆହୁରି କହିଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ଖବର ପ୍ରସାରଣ କରିବା ପୂର୍ବରୁ ଖବରର ତର୍ଜମା କରିବା ନିହାତି ଆବଶ୍ୟକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)