ଅରୁଣ ଗୋବିଲ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ମାତା ସୀତାଙ୍କ ଭୂମିକାରେ ଦୀପିକା ଚିଖାଲିଆ ଓ ଲକ୍ଷ୍ମଣ ଭୂମିକାରେ ସୁନୀଲ ଲହରୀଙ୍କ ଜୀବନ୍ତ ଅଭିନୟ ସମସ୍ତ ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲା ।
ପ୍ରତ୍ୟେକ ରବିବାର ଦିନ ଟିଭିରେ ‘ରାମାୟଣ’ ପ୍ରସାରିତ ହେଉଥିଲା । ତାହାସହ ଦୂରଦର୍ଶନରେ ଅନେକ ମେଗା ଧାରାବାହିକ ପ୍ରସାରିତ ହେଉଥିଲେ ମଧ୍ୟ ‘ରାମାୟଣ’ ପ୍ରତି ଲୋକଙ୍କ ଅତୁଟ ଭଲପାଇବା ରହିଥିଲା । ଯାହା ଆଜି ଯାଏଁ ବଜାୟ ରହିଛି ।