ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ୧୬ ତାରିଖରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।
ଆଉ ୭ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି । ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି ।
ମନ୍ଦିର ଟ୍ରଷ୍ଟ୍ ଯତ୍ନର ସହ ଏକ ସାତ ଦିନିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଯେଉଁଥିରେ ରୀତିନୀତି ଏବଂ କାର୍ଯ୍ୟକ୍ରମର ଏକ ଶୃଙ୍ଖଳା ରହିଛି। ଅଭିଷେକ ସମାରୋହ ପାଇଁ ମାହୋଲ ଦେଖାଯାଉଥିବା ବେଳେ ପ୍ରାୟଶ୍ଚିତ ସମାରୋହ ଏବଂ ଦଶବିଧ ସ୍ନାନ ସହ ଏହି କାର୍ଯ୍ୟକ୍ରମ ୧୬ ଜାନୁୟାରୀରୁ ଆରମ୍ଭ ହେଉଛି। ଆସନ୍ତୁ ପୂରା କାର୍ଯ୍ୟକ୍ରମ ବିଷୟରେ ଜାଣିନେବା।
ଆଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଦିବସ ପୂର୍ବରୁ ସ୍ୱଚ୍ଛତା ଅଭିଯାନ ।
ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ ଏହି ଫଟୋ ସେୟାର କରାଯାଇଛି।
ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମନ୍ଦିର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଚିତ୍ର ଜାରି କଲା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଅତିଥିଙ୍କ ସମେତ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ ଜଣାଇଛନ୍ତି ଅଯୋଧ୍ୟାର ମୁସଲିମ ସମାଜ ।
ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ମାତା ସୀତାଙ୍କ ବାପଘର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବହୁମୂଲ୍ୟ ଭାର। ସେପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ସାରା ଦେଶର ବିଭିନ୍ନ ମନ୍ଦିରରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ।
ରାମଲାଲାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳ ଭାର। ଜାମାତାଙ୍କ ପାଇଁ ଉପହାର ପଠାଇଲେ ମିଥିଳାବାସୀ। ଭାରତୀୟ ପରଂପରା ଅନୁସାରେ ଝିଅର ଶାଶୁଘରେ କୌଣସି ଶୁଭ କାର୍ଯ୍ୟ ହେଲେ ବାପଘରୁ ଆସିଥାଏ ଭଳି କି ଭଳି ଭାର।
ଅହମ୍ମଦାବାଦ ଏୟାରପୋର୍ଟରେ କମ୍ପିଲା ‘ଜୟ ଶ୍ରୀରାମ’ ଧ୍ୱନି । ଏୟାରପୋର୍ଟର ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଭଗବାନ ରାମ ହେଉଛନ୍ତି ଏ ଜାତିରେ ପ୍ରାଣ ଆଉ ପରମ୍ପରା ମଧ୍ୟ। ଏ ସମାଜ ରାମଙ୍କ ଠାରୁ ଜଣେ ଭାଇର ଭଲ ପାଇବା, ଜଣେ ପୁତ୍ରର କର୍ତ୍ତବ୍ୟ, ଜଣେ ପତିର ପ୍ରେମ, ଜଣେ ବନ୍ଧୁର ପ୍ରତିଶ୍ରୁତି, ଜଣେ ରାଜାର ପ୍ରଜା ବତ୍ସଲ୍ୟ ଶିଖିପାରିବ। ଭଗବାନ ରାମଙ୍କୁ ନେଇ ରହିଛି ଅନେକ କଥା ଓ ରହସ୍ୟ। ତେବେ ଆସନ୍ତୁ ଏମିତି ୫ଟି ରହସ୍ୟ ଉପରେ ନଜର ପକେଇ ନେବା।
୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା। ଆଣ୍ଟି ଡ୍ରୋନ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ ମୁତୟନ ରହିବେ ବମ୍ବ ସ୍କ୍ୱାଡ..
୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା । ଆଣ୍ଟି ଡ୍ରୋନ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ ମୁତୟନ ରହିବେ ବମ୍ ସ୍କ୍ୱାର୍ଡ ।
ଭାରତର ଦୀର୍ଘତମ ସମୁଦ୍ର ସେତୁର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଅଭିଯାନର ପ୍ରଚାର କରିଛନ୍ତି । ମହାରାଷ୍ଟ୍ରର ନାସିକରେ ଥିବା କାଲାରାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ନିଜେ ସଫେଇ କରି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଛନ୍ତି ।
ଆଉ କିଛି ଦିନ ପରେ ହେବ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ‘ରାମାୟଣ’ରେ 'ଲକ୍ଷ୍ମଣ' ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିର୍ଙ୍କୁ ଏହି ମହାନ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ଏହି ଭବ୍ୟ କାର୍ଯ୍ୟକ୍ରମ ପୂର୍ବରୁ ତାଙ୍କୁ ନିମନ୍ତ୍ରଣ ମିଳିଯାଇଛି।
ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା କରିହେବ । ସବୁଠାରୁ ବଡ଼ କଥା ହେଲା ଏହି କିଟ୍ର ଦାମ୍ ମାତ୍ର ୫ ରୁ ୭ ଟଙ୍କା ।
ମାତା ସୀତାଙ୍କ ଜନ୍ମସ୍ଥାନ ନେପାଳ ଜନକପୁରରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ରୂପା ଜୋତା, ଅଳଙ୍କାର ଏବଂ ପୋଷାକ ସହିତ ୩୦୦୦ ରୁ ଅଧିକ ଉପହାର ଆସି ପହଞ୍ଚିଛି ।
ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୧୧ ଦିନ ଥିବା ବେଳେ, କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି ବୋଲି ମୋଦି କହିଛନ୍ତି ।
ଏହି ଉତ୍ସବର ମାହୋଲ ମଧ୍ୟରେ ପ୍ରଭୁ ରାମଲାଲାଙ୍କ ପ୍ରସାଦ ଘରକୁ ଘର ମାଗଣାରେ ବାଣ୍ଟିବାକୁ ଯୋଜନା ପ୍ରସ୍ତୁତ କରିଛି ଏକ ଘରୋଇ କମ୍ପାନୀ। KhadiOrganic ନାମକ ଏକ ୱେବସାଇଟ୍ କହିଛି ଯେ ରାମ ମନ୍ଦିରରୁ ଆସିଥିବା ପ୍ରସାଦକୁ ପ୍ରତ୍ୟେକ ଘରେ ପହଞ୍ଚାଇବ।
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ । ରାତିରେ ବହୁଗୁଣ ବଢ଼ିଯାଉଛି ରାମ ମନ୍ଦିର ଗର୍ଭଗୃହ ସୌନ୍ଦର୍ଯ୍ୟ । ପଥରର ସୂକ୍ଷ୍ମ କାରିଗରୀକୁ ଅଧିକ ଆକର୍ଷଣୀୟ କରୁଛି ସୌମ୍ୟ-ଶୁଭ୍ର ଆଲୋକ ସଜ୍ଜା । ପବିତ୍ର ମୁହୂର୍ତ୍ତ ଯେତିକି ପାଖେଇ ଆସୁଛି, ସେତେ ଦିବ୍ୟ ହୋଇଉଠୁଛି ଅଯୋଧ୍ୟା ।
ଜାନୁଆରୀ ୧୪ରୁ ୨୫ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ୧୦୦ଏକର ଜାଗାରେ କୁଡ଼ିଆ ବି ନିର୍ମିତ ହୋଇଛି ।
ଗତକାଲି ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିଲେ ।
ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଉପହାରର ସୁଅ। ସୁନା-ରୁପାଠୁ ନେଇ ମନ୍ଦିର ପାଇଁ ଘଣ୍ଟି, ନାଗରା ଓ ଆଲମାରି। ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ।
ଦଳ ଅଭିଯୋଗ କରିଛି, ଅଯୋଧ୍ୟା ରାମ ମନ୍ଦିରକୁ ବିଜେପି ବହୁ ଦିନରୁ ଏକ ରାଜନୈତିକ ପ୍ରସଙ୍ଗ କରିଛି । କେବଳ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପି ଓ ଆରଏସଏସର ପ୍ରରୋଚରନାରେ ମନ୍ଦିର ନିର୍ମାଣ ଅସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏବେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।
ହାଇଦ୍ରାବାଦର ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ରାମଙ୍କ ପାଇଁ ଚରଣପାଦୁକା ଧରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁ ରାସ୍ତାରେ ପ୍ରଭୁ ଶ୍ରୀରାମ ରାମେଶ୍ୱର ଯାଇଥିଲେ, ସେହି ରାସ୍ତା ଦେଇ ଚଲ୍ଲା ଶ୍ରୀନିବାସ ଅଯୋଧ୍ୟା ବାହାରିଛନ୍ତି ।