Advertisment

ପ୍ରାଣପ୍ରତିଷ୍ଠା ପୂର୍ବରୁ ଦିବ୍ୟରୂପରେ ଭବ୍ୟ ଶ୍ରୀରାମ ମନ୍ଦିର

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭବ୍ୟ ଶ୍ରୀରାମ ମନ୍ଦିରର ଦିବ୍ୟ ରୂପ। ସୁଗନ୍ଧ ପୁଷ୍ପରେ ପ୍ରସ୍ଫୁଟିତ ନବନିର୍ମିତ ମନ୍ଦିର।ଆକର୍ଷଣୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ। ଯେମିତି ସ୍ୱର୍ଗପୁରୀ ପାଲଟିଛି ଶ୍ରୀରାମ ଜନ୍ମଭୂମି।

author-image
Santosh Kumar Sahoo

ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ । ମଝିରେ ଆଉ ମାତ୍ର ଗୋଟିଏ ଦିନ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପରିସରରେ ହଜାରେ ଆଠ ଯଜ୍ଞ କୁଣ୍ଡରେ ଚାଲିଛି ବେଦ ଓ ପାରାୟଣ ପାଠ । ଏପଟେ ଦିବ୍ୟ ରୂପ ନେଉଛି ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଫୁଲ ଓ ଆକୋଲମାଳାରେ ଝଲସୁଛି ରାମ ଜନ୍ମଭୂମି । ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ୫୪ଟି ଦେଶ ଶହେ ପ୍ରତିନିଧିଙ୍କୁ ପଠାଇବାକୁ ସ୍ପଷ୍ଟ କରିସାରିଛନ୍ତି । ରାମ ନଗରୀକୁ ଛୁଟିଲାଣି ଲକ୍ଷାଧିକ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସୁଅ ।

Advertisment
Ayodhya Ram Mandir Ram Mandir
Advertisment
Advertisment