• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସବୁ ପ୍ରତିକ୍ଷାର ଘଟିବ ଅନ୍ତ, ସବୁ ସ୍ୱପ୍ନ ହେବ ସାକାର , ଯାହାକୁ ଦେଖିବ ଏହି ନେତ୍ର, ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହେବ । ଆଉ ଅପେକ୍ଷା ମାତ୍ର କିଛି ଘଣ୍ଟାର ଅପେକ୍ଷା, ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିବେ । ଅଯୋଧ୍ୟାରେ ସାକାର ହେବାକୁ ଯାଉଛି ରାମଭକ୍ତଙ୍କ ସ୍ୱପ୍ନ । ସେମାନଙ୍କର ଅତି ପ୍ରିୟ ରାମଲାଲା ଆସୁଛନ୍ତି । ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଆଜିର ସୂର୍ଯ୍ୟୋଦୟ ।

ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ଅଯୋଧ୍ୟାରେ ଆଜି ବିରାଜିବେ ପ୍ରଭୁ ଶ୍ରୀରାମ । ଯେତେ ସବୁ ତପସ୍ୟା, ଯେତେ ସବୁ ଯାତନା .. ସବୁ ଆଜି ମୋକ୍ଷ ପ୍ରାପ୍ତ କରିବ ।

୮୪ ସେକେଣ୍ତର ଶୁଭ ମୂହୁର୍ତ୍ତରେ ବିରାଜିବେ ପ୍ରଭୁ । ଗତ ୧୧ ଦିନ ଧରି କଠୋର ବ୍ରତ ପାଳନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ ଯଜମାନ । ପ୍ରାଣ ପ୍ରତିଷ୍ଠା ଉତ୍ସବ୧୨.୧୫ ରୁ ୧୨.୪୫ ମଧ୍ୟରେ ଶେଷ ହେବ । ଏହି ଶୁଭ ସମୟ ମଧ୍ୟରେ ମାତ୍ର ୮୪ ସେକେଣ୍ତରେ ପ୍ରାଣ ପ୍ରତିଷ୍ଠା ହେବ ।

ରାମଲାଲାଙ୍କ ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ...

ଅନ୍ୟପଟେ ସ୍ୱର୍ଗପୁରୀ ପାଲଟିଛି ଅଯୋଧ୍ୟା ରାମମନ୍ଦିର ପରିସର । ଅଧଘଣ୍ଟାର ମାହେନ୍ଦ୍ର ବେଳା, ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତ । ୧୨ଟା ୨୯ରେ ରାମଲାଲାଙ୍କ ବିଗ୍ରହରେ ହେବ ପ୍ରାଣ ପ୍ରତିଷ୍ଠା । ସକାଳ ୧୦ଟାରୁ ଆରମ୍ଭ ହେବ ମଙ୍ଗଳ ଧ୍ୱନି । ଶ୍ରୀରାମଙ୍କୁ ୫୬ ପ୍ରକାର ଭୋଗ ଲାଗିହେବ ବୋଲି ଜଣା ପଡ଼ିଛି ।

ନିଜ ଭଗବାନଙ୍କୁ ସ୍ୱାଗତ କରିବା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ପୁରା ଦେଶ । ପୁର ପଲ୍ଲୀରେ ଶୁଣା ଯାଉଛି ଜୟ ଶ୍ରୀରାମ ନାରା । ଭଗବାନଙ୍କୁ ସ୍ୱାଗତ କରିବା ପାଇଁ ଯେମିତି ସୂର୍ଯ୍ୟ ଦେବତା ମଧ୍ୟ ଆଜି ନତମସ୍ତକ ହୋଇଛନ୍ତି । ମନୋରମ ପରିବେଶ .. ସବୁଆଡ଼େ ଫୁଲର ସମ୍ଭାର । ଅଯୋଧ୍ୟାର କୋଣେ କୋଣେ ପ୍ରତିଧ୍ୱନିତ ରାମଙ୍କ କମ୍ପନ ।

ଅଧିକ ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଉଡିବାକୁ ଥିବା ଧ୍ୱଜରେ କାହିଁକି ଅଛି ସୂର୍ଯ୍ୟ ଓ କୋଭିଦାର ବୃଷ