Advertisment

ଭାବରେ ଉଛୁଳୁଛି, ଭବ୍ୟତାରେ ଝଲସୁଛି ରାମ ଜନ୍ମଭୂମି; ମୋଦିଙ୍କ ସହ ଭାବ ବିନିମୟ ପାଇଁ ଉତ୍କଣ୍ଠାରେ ଓଡ଼ିଆ ଶ୍ରମିକ

ଉଛୁଳୁଛି ଅଯୋଧା, ପୁରି ଉଠୁଛି ରାମନଗରୀ । ତା’ଉପରେ ଘୁରି ବୁଲୁଛି ପୋଲିସର ଛଞ୍ଚାଣ ଆଖି । ଦିନ ହୋ ୟା ରାତ୍, ୧୧୨ ହେ ଆପକେ ସାଥ୍। ଅର୍ଥାତ କୌଣସି ଅଘଟଣ ହେଲେ ୧୧୨କୁ ଡାଏଲ୍ କରିବାକୁ କହିଛି ୟୁପି ପୋଲିସ ।

author-image
Tanmay Kumar Mahalik
Ayodhya Ram Mandir

Ayodhya Ram Mandir

ଦୀର୍ଘ ୫ଶହ ବର୍ଷ ଧରି ଯେଉଁ ମାହେନ୍ଦ୍ର ବେଳାକୁ ଅପେକ୍ଷା କରିଥିଲା ସାରା ଦେଶ, ଆଉମାତ୍ର କେଇ ଘଣ୍ଟା ମଧ୍ୟରେ ପହଞ୍ଚିବ ସେହି ଭବ୍ୟ ଆଉ ଦିବ୍ୟ ମୁହୂର୍ତ୍ତ । ସେଥିପାଇଁ ଆଜି ଭକ୍ତି, ଭାବ ଆଉ ଆବେଗ ଭିତରେ ଉଛୁଳୁଛି ରାମନଗରୀ ଅଯୋଧ୍ୟା, ଉଲ୍ଲସିତ ହୋଇଛି ଭକ୍ତ ପ୍ରାଣ । ସବୁରି ମୁହଁରେ ଶୁଭୁଛି ଜୟ ଶ୍ରୀରାମ ।

Advertisment

ଉତ୍ସାହିତ ଅଯୋଧ୍ୟା, ଉଲ୍ଲସିତ ଅଯୋଧ୍ୟା, ଉତ୍ସବମୁଖର ଅଯୋଧ୍ୟା । ଭକ୍ତିରସରେ ବୁଡ଼ିଛି ଭକ୍ତପ୍ରାଣ, ଗୁଞ୍ଜରିତ ହେଉଛି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ନାମ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ଇତିହାସ ରଚିବ ଐତିହାସିକ ଅଯୋଧ୍ୟା ନଗରୀ । ଭବ୍ୟ ମନ୍ଦିରରେ ଆସ୍ଥାନକୁ ବିଜେ ହେବେ ପ୍ରଭୁ ଶ୍ରୀରାମ । ସେଥିପାଇଁ ତ ଏକ ମନ, ଏକ ପ୍ରାଣ, ଏକ ଲୟରେ କାହିଁ କେତେଦୂରରୁ ଅଯୋଧ୍ୟାକୁ ଛୁଟି ଆସିଛନ୍ତି ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ରାମପ୍ରେମୀ । ସମସ୍ତେ ଜାଣିଛନ୍ତି ପ୍ରାଣ ପ୍ରତିଷ୍ଠା ବେଳାରେ ମନ୍ଦିର ଭିତରକୁ ପ୍ରବେଶ ନିଷେଧ । କିନ୍ତୁ ଭବ୍ୟ ଆଉ ଦିବ୍ୟ ମୁହୂର୍ତ୍ତର ସାନ୍ନିଧ୍ୟ ଟିକକ ପାଇବା ପାଇଁ ବ୍ୟାକୁଳ ହୋଇ ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛନ୍ତି ସମସ୍ତେ ।

ସାଧୁସନ୍ଥ ଓ ସାଧାରଣ ଶ୍ରଦ୍ଧାଳୁଙ୍କ ବ୍ୟତୀତ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ନଗରୀକୁ ଛୁଟୁଛି ସେଲିବ୍ରିଟିଙ୍କ ସୁଅ । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ, ତାମିଲ ସୁପରଷ୍ଟାର ରଜନୀକାନ୍ତ, ଅଭିନେତା ଅନୁପମ୍ ଖେର, ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ପ୍ରମୁଖ ପହଞ୍ଚିଛନ୍ତି ଅଯୋଧ୍ୟାରେ । ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶ ବିଦେଶର ଏଭଳି ୮ ହଜାର ଅତିଥି ସାମିଲ ହେବାକୁ ଯାଉଛନ୍ତି । ସନ୍ଥ, ରାଜନେତା, କଳାକାର, ଉଦ୍ୟୋଗୀ ଓ ସେଲିବ୍ରିଟିମାନଙ୍କ ସହ ବିଦେଶରୁ ପ୍ରାୟ ୧୦୦ ଜଣ ପ୍ରତିନିଧି ଆସିବେ ଅଯୋଧ୍ୟା । ଆଉ ସମସ୍ତେ ଅତିଥି ଅଭ୍ୟାଗତଙ୍କୁ ସ୍ୱାଗତ ପାଇଁ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତୟାର ଅଛନ୍ତି ବିଭିନ୍ନ ସାଂସ୍କୃତିକ ଦଳ ।

Advertisment

ଏଠି ସଜେଇ ହୋଇଛି ସରଜୁ ଘାଟ । କାରଣ ଯେଉଁ ଶ୍ରଦ୍ଧାଳୁ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିବେ ଏଠାରେ ବୁଡ଼ ପକାଇବେ ।

ଯେଉଁମାନେ ବାନର ସେନା ଭଳି ଆସ୍ଥା ଆଉ ବିଶ୍ୱାସର ରାମ ମନ୍ଦିର ଛିଡ଼ା କରାଇଦେଲେ ଆଜି ସେହି ବିନ୍ଧାଣୀଙ୍କୁ ଭେଟି କୃତ୍ୟ କୃତ୍ୟ ଦକ୍ଷିଣ ଭାରତରୁ ଆସିଥିବା ଭକ୍ତଟିଏ ।

ଆସନ୍ତାକାଲି ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ମୋଦି ଏହି ଶ୍ରମିକ, ଯନ୍ତ୍ରୀ ଓ ସ୍ଥପତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ଓଡ଼ିଆ କାରିଗର ଏବଂ ଯନ୍ତ୍ରୀ ବି ଅଛନ୍ତି ।

ଉଛୁଳୁଛି ଅଯୋଧା, ପୁରି ଉଠୁଛି ରାମନଗରୀ । ତା’ଉପରେ ଘୁରି ବୁଲୁଛି ପୋଲିସର ଛଞ୍ଚାଣ ଆଖି । ଦିନ ହୋ ୟା ରାତ୍, ୧୧୨ ହେ ଆପକେ ସାଥ୍। ଅର୍ଥାତ କୌଣସି ଅଘଟଣ ହେଲେ ୧୧୨କୁ ଡାଏଲ୍ କରିବାକୁ କହିଛି ୟୁପି ପୋଲିସ । ସାରା ଅଯୋଧ୍ୟାକୁ ପୋଲିସ ଘୋଡ଼ାଇ ଦେଇଛି ସୁରକ୍ଷାର ଚାଦର । ଏଥିପାଇଁ ମୁତୟନ ହୋଇଛନ୍ତି NDRF, RPF, ଆଣ୍ଟି ବମ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ସହ ୧୩ ହଜାର ଫୋର୍ସ ।

ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଭକ୍ତିମୟ ପରିବେଶ । ଏବଠୁ ଶୁଭୁଛି ରାମ ନାମ, ଭାବ ଆଉ ଆବେଗର ସଂଗୀତରେ ପୁରି ଉଠିଛି ଅଯୋଧ୍ୟା ନଗରୀ । ଅଯୋଧ୍ୟାର ଲତା ମଂଗେସକର ଛକର ଦୃଶ୍ୟ । ଯେଉଁଠି ପ୍ରୟାଗରାଜ PAC ପୋଲିସ ବ୍ୟାଣ୍ଡ ପ୍ରଦର୍ଶିତ କରିଛି । ଅଯୋଧ୍ୟାରୁ କ୍ୟାମେରାପର୍ସନ ପ୍ରଭାତ ସିହ୍ନା ଏବଂ ଗୋପାଳ ବର୍ମାଙ୍କ ସହ ସୁନନ୍ଦନ ମିଶ୍ର ଓ ଶିବାନନ୍ଦ ରାଉତଙ୍କ ରିପୋର୍ଟ ଓଟିଭି ।

Ayodhya Ram Mandir
Advertisment
Advertisment