Advertisment

Ayodhya Ram Mandir; ତାମିଲନାଡୁରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ସିଧାପ୍ରସାରଣ ଉପରେ ରୋକ !

ଏନେଇ ନିର୍ମଳା ସୀତାରମଣ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ‘ତାମିଲନାଡୁ ସରକାର ୨୨ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଦେଖିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Ayodhya Ram Mandir

Ayodhya Ram Mandir

ଆସନ୍ତା ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ। ଏଥିପାଇଁ ସଜେଇ ହୋଇଛି ପୁରା ଅଯୋଧ୍ୟା ନଗରୀ। ତେବେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି। ଏହାକୁ ନେଇ ଅନେକ ସ୍ଥାନରେ ବିପକ୍ଷ ଦଳ ଏହାର ପ୍ରତିବାଦ କରୁଛନ୍ତି। ଏପରି ସ୍ଥଳେ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ପଛାଉନାହିଁ ବିଜେପି। ବର୍ତ୍ତମାନ ଏହାକୁ ନେଇ ଆଉ ଏକ ଅଭିଯୋଗ ଆଣିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।  ତାମିଲନାଡୁ ସରକାର ପ୍ରାଣପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଉପରେ ରୋକ ଲଗାଇଥିବା ସେ ଅଭିଯୋଗ ଆଣିଛନ୍ତି। 

Advertisment

ଏନେଇ ନିର୍ମଳା ସୀତାରମଣ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ‘ତାମିଲନାଡୁ ସରକାର ୨୨ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଦେଖିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି। ତାମିଲନାଡୁରେ ଶ୍ରୀରାମଙ୍କର ୨୦୦ରୁ ଅଧିକ ମନ୍ଦିର ରହିଛି। ସରକାରଙ୍କର ଏଚଆର ଆଣ୍ଡ ସିଇ ବିଭାଗ ପକ୍ଷରୁ ଏହାକୁ ବାରଣ କରାଯାଇଛି। ରାମଙ୍କ ନାଁରେ ଭଜନ, ପୂଜା, ପ୍ରସାଦବଣ୍ଟନ ଆଦି ପାଇଁ ଅନୁମତି ମିଳିପାରିବ ନାହିଁ। ତେବେ କୌଣସି ମନ୍ଦିରରେ କାର୍ଯ୍ୟକ୍ରମ ଆୟୋଜିତ ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କୌଣସି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କଲେ ପେଣ୍ଡାଲ ଭାଙ୍ଗିଦେବାକୁ ଧମକ ମଧ୍ୟ ମିଳୁଛି। ଏପରି ହିନ୍ଦୁ ବିରୋଧୀ କାର୍ଯ୍ୟକୁ ମୁଁ ନିନ୍ଦା କରୁଛି’।

ନିର୍ମଳା ସୀତାରମଣ କହିଛନ୍ତି, ତାମିଲନାଡୁରେ ଏପରି ବିଚିତ୍ର ଘଟଣା ଦେଖିବାକୁ ମିଳୁଛି। ଦେଶର କୋଣ ଅନୁକୋଣରେ ରାମ ମନ୍ଦିର ପ୍ରତିଷ୍ଠା ନେଇ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି। ମାତ୍ର ଏଠାରେ ଭଜନ ସମାରୋହ, ପ୍ରସାଦ ବଣ୍ଟନ ସହ ସିଧାପ୍ରସାରଣ ଦେଖିବା ନେଇ ମଧ୍ୟ ରୋକ ଲଗାଯାଉଛି। ଏଠାରେ ହିନ୍ଦୁ ବିରୋଧୀ କାର୍ଯ୍ୟ ଚାଲିଥିବା ସେ ଅଭିଯୋଗ ଆଣିଛନ୍ତି।

Advertisment

ତେବେ ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ କରିବା ସହ ଏହାକୁ ଖଣ୍ଡନ କରିଛନ୍ତି ତାମିଲନାଡୁ  ସରକାର। ଏଚ ଆଣ୍ଡ ସିଇ ମନ୍ତ୍ରୀ ଶେଖର ବାବୁ ନିର୍ମଳା ସୀତାରମଣଙ୍କ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି। କୌଣସି ମନ୍ଦିରରେ ଅନ୍ନଦାନ ଓ ଭଜନ ପରିବେଷଣ ନେଇ ପ୍ରତିବନ୍ଧକ ନଥିବା ସେ କହିଛନ୍ତି। ଏଥିସହ ଅର୍ଥମନ୍ତ୍ରୀ ମିଛ କଥା ପ୍ରସାର କରୁଥିବା ସେ କହିଛନ୍ତି।

Nirmala Sitharaman Ayodhya Ram Mandir
Advertisment
Advertisment