ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ ।
ଗୋଲ୍ଡେନ୍ ବୟ ନୀରଜ୍ ଚୋପ୍ରା ହଙ୍ଗେରୀରେ ହେଉଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଫିଟ୍ନେସ୍କୁ ନେଇ ଖୁବ ସଚେତନ। ଆସନ୍ତୁ ଜାଣିବା ସକାଳୁ ଉଠିବା ଠାରୁ ବେଡ୍କୁ ଯିବା ପର୍ଯ୍ୟନ୍ତ ସେ କ’ଣ ଖାଆନ୍ତି।
ଗୋଟିଏପଟେ ଆଜି ସାରା ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳୁଥିବା ବେଳେ ଅନ୍ୟପକ୍ଷେ, ପୋଖତ୍ ଖେଳାଳି କିନ୍ତୁ ଅବହେଳିତ। କୋରାପୁଟ ଜିଲ୍ଲା ପଦ୍ମପୁର ପଞ୍ଚାୟତ ବଡ଼ଦେଉଳାନୂଆ ଗାଁର ଦୃଷ୍ଟିବାଧିତ ଜାତୀୟ ଫୁଟବଲ୍ ଖେଳାଳି ସମରା ନନ୍ଦୀବାଡିଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡିଛି।
ଏସିଆଡ୍ରେ ଭଲ ପ୍ରଦର୍ଶନ କରି ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟ ରଖିଛି। ଏହାସହ ଚଳିତ ବର୍ଷ ୮୭ ମିଟର ପର୍ଯ୍ୟନ୍ତ ଜାଭଲିନ୍ ଫିଙ୍ଗିବାକୁ ଆଶାବାଦୀ ଥିବା ବିଶ୍ୱ ଆଥଲେଟିକ୍ସରେ ଦମ୍ଦାର ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ କିଶୋର ଜେନା କହିଛନ୍ତି।
ଭାରତରେ ‘ଜାତୀୟ କ୍ରୀଡ଼ା ଦିବସ’ ପ୍ରତିବର୍ଷ ୨୯ ଅଗଷ୍ଟରେ ପାଳନ କରାଯାଏ। ଏହି ‘ଜାତୀୟ କ୍ରୀଡା ଦିବସ’ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଜାତୀୟ କ୍ରୀଡା ଦିବସ ଓ ଧ୍ୟାନଚାନ୍ଦଙ୍କ ବିଷୟରେ।
କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଆଜି ଜନ୍ମଦିନ। ୨୦୧୨ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡା ଦିବସ ବା ନ୍ୟାସନାଲ୍ ସ୍ପୋର୍ଟର୍ସ ଡେ’ ଭାବେ ପାଳନ କରାଯାଉଛି।
ବିଶ୍ୱରେ ଏତେ ଖେଳ ଖେଳାଯିବା ସତ୍ତ୍ୱେ ଆପଣ ଜାଣନ୍ତି କି ଭାରତର କୌଣସି ଜାତୀୟ ଖେଳ ନାହିଁ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଭାରତର ଜାତୀୟ ଖେଳ ହକି, କିନ୍ତୁ ଏହା ନୁହେଁ। ଯଦିଓ ଲୋକେ ହକିକୁ ଜାତୀୟ ଖେଳ ଭାବେ ବିଚାର କରୁଛନ୍ତି, ତେବେ ଏହି ଖେଳକୁ କିମ୍ବା ଭାରତରେ ଖେଳାଯାଇଥିବା କୌଣସି ଖେଳକୁ ଏଯାଏ ଜାତୀୟ ଖେଳ ଭାବରେ ମାନ୍ୟତା ଦିଆଯାଇ ନାହିଁ।
ୱାର୍ଲଡ ଚାମ୍ପିୟନ୍ସର ଜାଭଲିନ୍ ଥ୍ରୋରେ ନୀରଜଙ୍କୁ ଐତିହାସିକ ସଫଳତା । ୪୦ ବର୍ଷର ରେକର୍ଡ ଭାଙ୍ଗିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା ।
ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ନୀରଜ ଚୋପ୍ରା ନିଜର ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ଏହା ପରେ ନୀରଜ ଚୋପ୍ରାଙ୍କୁ ହଙ୍ଗେରୀର ଜଣେ ମହିଳା ଭାରତୀୟ ଜାତୀୟ ପତାକା ଉପରେ ଅଟୋଗ୍ରାଫ୍ ଦେବାକୁ କହିଥିଲେ। ଉତ୍ତରରେ ନୀରଜ ହୃଦୟସ୍ପର୍ଶୀ ବିବୃତ୍ତି ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପୁରସ୍କାର ଘୋଷଣା ହୋଇଛି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଚମତ୍କାରିତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ ।
ଏଥର କିଏ ଜିତିବ ଏସିଆ କପ୍ (ଦିନିକିଆ ଫର୍ମାଟ୍) - ଭାରତ, ପାକିସ୍ତାନ, ଶ୍ରୀଲଙ୍କା ନା ବାଂଲାଦେଶ? ପ୍ରଦର୍ଶନ, ଅଭ୍ୟାସ ଓ ଟିମ୍ ଚୟନକୁ ବିଚାରକୁ ନେଲେ, ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇବ । ଦିନିକିଆ ବିଶ୍ୱକପ୍ ପୂର୍ବରୁ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଜିତିଲେ ରୋହିତ ସେନାର ମନୋବଳ ବଢ଼ିବ, ହେଲେ ପରାଜୟ ସ୍ଥଳେ ତୃତୀୟ ବିଶ୍ୱକପ୍ ମୁକୁଟ ସ୍ୱପ୍ନ ଦିଗହରା ହେବ ।
ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଲେ ନୀରଜ ଚୋପ୍ରା..୮୮. ୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦ..ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରାଦେଶ ଉତ୍ସବମୁଖର
ରାଉରକେଲାରେ ସବିର ବକ୍ସ । ପିଲାଙ୍କୁ ଦେଉଛନ୍ତି ସ୍ୱତନ୍ତ୍ର ତାଲିମ୍...ଅଲମ୍ପିକ ଲାଗି ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଗଦା ହେବ ମେଡାଲ ଉପରେ ମେଡାଲ
ଯୋଗ୍ୟତା ହାସଲ କରିଥିବା ପ୍ରଥମ ୧୨ ଜଣଙ୍କ ମଧ୍ୟରେ ସେ ନବମ ସ୍ଥାନରେ ରହି ପଦକ ଦୌଡରେ ସାମିଲ ହୋଇଛନ୍ତି । କିଶୋର ଜେନାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪ ଦଶମିକ ୩୮ ମିଟର ।
ଚାମ୍ପିଅନ୍ ହୋଇଥିବା କାର୍ଲସେନଙ୍କୁ ୧ ଲକ୍ଷ ୧୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଛି।
ବିରାଟଙ୍କ ଫିଟନେସ୍ ଏସିଆ କପ୍ରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।
ଜିମ୍ବାୱେର କିମ୍ବଦନ୍ତୀ କ୍ରିକେଟର ହିଥ ଷ୍ଟ୍ରିକ ଜୀବିତ ରହିଛନ୍ତି। ସେ ନିଜେ ତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିନ୍ତି।
କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନୂଆ ଦାୟିତ୍ୱ ମିଳିଛି। ଆଗାମୀ ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ଭୋଟ୍ ଦେବାଲାଗି ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନ ସଚିନ ତେନ୍ଦୁଲକରଙ୍କୁ ନ୍ୟାସନାଲ୍ ଆଇକନ୍ କରିଛନ୍ତି।
କେ.ଏଲ୍ ରାହୁଲ, ଶ୍ରେୟସ ଆୟାର ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ,ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ
ନିକଟରେ ଆନ୍ତର୍ଜାତିକ କ୍ରିକେଟ୍ରେ ୧୫ ବର୍ଷ ପୂର୍ଣ୍ଣ କରିଛନ୍ତି ବିଶ୍ୱ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର୍ ଭାରତର ବିରାଟ କୋହଲି। ଟେଷ୍ଟ ହେଉ କି ଦିନିକିଆ ଆନ୍ତର୍ଜାତିକ - ଅନେକ ଉପଲବ୍ଧିର ଅଧିକାରୀ ବିରାଟଙ୍କ ବିନା ସମ୍ପୂର୍ଣ୍ଣ ହୋଇପାରେନି ଟିମ୍ ଇଣ୍ଡିଆ। ସେ ଫର୍ମରେ ଥାଆନ୍ତୁ ବା ନ ଥାଆନ୍ତୁ, ଜଣେ ଅଭିଜ୍ଞ ତଥା ଫିଟ୍ ଖେଳାଳି ଭାବେ ଟିମ୍ରେ ଅପରିହାର୍ଯ୍ୟ ହୋଇଯାଇଛି ତାଙ୍କ ଉପସ୍ଥିତି।
କାହିଁକି ଡୋପ୍ ଟେଷ୍ଟରେ ବିଫଳ ହେଲେ ଆନ୍ତର୍ଜାତିକ ଆଥଲେଟ୍ ଦୂତି ଚାନ୍ଦ । ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ୪ ବର୍ଷ ପାଇଁ ବ୍ୟାନ ହେବା ନିଜ ପକ୍ଷ ରଖିଛନ୍ତି ଦୂତି । ହେଲେ ସେ ଯେଉଁ କାରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା । କ୍ୟାନସର ଆକ୍ରାନ୍ତ ଥିବା ସମୟରେ ଖାଇଥିବା ମେଡିସିନ୍ ପାଇଁ ହୁଏତ ଏଭଳି ହୋଇଥାଇ ପାରେ ବୋଲି କହିବା ସହ ଦଣ୍ଡାଦେଶର ପୁନଃ ବିଚାର ପାଇଁ ନାଡାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଦୂତି ।
ଡୋପ୍ ଟେଷ୍ଟରେ ବିଫଳତାରୁ ଆଥଲେଟିକ୍ ଜଗତରୁ ୪ ବର୍ଷ ବାସନ୍ଦ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ କହିଛନ୍ତି- ଜାଣିଶୁଣି କୌଣସି ନିଷିଦ୍ଧ ଔଷଧ ସେବନ କରିନି ।
ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲେ ଆଥଲେଟ୍ ଦୂତି ଚାନ୍ଦ । ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ ।
ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (NADA) ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୁନାରେ ମିଳିଛି।
ଡୋପ୍ ଟେଷ୍ଟରେ ଫେଲ୍ ମାରିବା ପରେ ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ୍ ବଳବତ୍ତର ରହିବ।