• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିରାଟଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା । ଇଷ୍ଟାଗ୍ରାମରେ ପୋଷ୍ଟ କଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂ । ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି ବିରାଟ କୋହଲି । ଏନେଇ ଦେଶ ବିଦେଶରୁ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ବହୁ କ୍ରିକେଟର, ପୂର୍ବତନ କ୍ରିକେଟର, ବିଶିଷ୍ଟ ବ୍ୟକ୍ତି, ଅଭିନେତା, ଅଭିନେତ୍ରୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଯୁବରାଜ ସିଂହ ।

ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ବିରାଟଙ୍କ ନାଁରେ ଏକ ଲମ୍ବା ଲେଖା ପୋଷ୍ଟ କରିଛନ୍ତି । ପୋଷ୍ଟରେ ବିରାଟ କୋହଲିଙ୍କ ପ୍ରଶଂସା କରି ଲେଖିଛନ୍ତି, ସବୁବେଳେ ସେ ପ୍ରଦର୍ଶନ ପାଇଁ ଭୋକିଲା ଥିଲେ । ରନ କରିବାକୁ ସେ ସର୍ବଦା ଆତୁର ଥିଲେ । ତାଙ୍କର ଖେଳ ପ୍ରତି ନିଷ୍ଠା, ଅଧ୍ୟବସାୟ ଓ ପରିଶ୍ରମ ସର୍ବଦା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ରହିବ ବୋଲି କହିଛନ୍ତି ଯୁବି । ବିରାଟଙ୍କ ସହ ଖେଳିଥିବାରୁ ସେ ମଧ୍ୟ ଗର୍ବିତ ବୋଲି ନିଜ ପୋଷ୍ଟ ଦ୍ବାରା କହିଛନ୍ତି ଯୁବରାଜ ।

 
 
 
 
 
 
 
 
 
 
 
 
 
 
 

A post shared by Yuvraj Singh (@yuvisofficial)

ବିରାଟ କୋହଲି ଏବଂ ଯୁବରାଜ ସିଂ ମିଳିତ ଭାବେ ଏକଦିବସୀୟ ବିଶ୍ୱକପ ୨୦୧୧ ଜିତିଥିଲେ । ସେତେବେଳେ ଯୁବରାଜ ସିଂ ବିଶ୍ବକପର ଶ୍ରେଷ୍ଠତମ ଖେଳାଳି ହୋଇଥିଲେ । କୋହଲି ମଧ୍ୟ ପୁରା ବିଶ୍ବକପରେ ୯ ଟି ମ୍ୟାଚରୁ ୨୮୨ ରନ୍ ସ୍କୋର କରିଥିଲେ । ବାଂଲାଦେଶ ବିପକ୍ଷ ବିଶ୍ବକପ ମ୍ୟାଚରେ ସେବେ ବିରାଟ କୋହଲି ଶତକ ହାସଲ କରିଛି ।

ବର୍ତ୍ତମାନ ବିଶ୍ବକପରେ ମଧ୍ୟ ବିରାଟ କୋହଲି ଜବରଦସ୍ତ ଫର୍ମରେ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବକପରେ କୋହଲି, ସାତ ମ୍ୟାଚରୁ ୮୮.୪୦ ହାରରେ ଗୋଟେ ଶତକ ସହ ଚାରି ଅର୍ଦ୍ଧଶତକ ସହାୟତାରେ ମୋଟ ୪୪୨ ରନ କରି ସାରିଲେଣି ।