Advertisment

Happy Birthday Virat : ପ୍ରେମରେ ପକେଇଦେଲା ସାମ୍ପୁ; ବିରାଟ-ଅନୁଷ୍କାଙ୍କ ନିଆରା ଲଭ୍‌ ଷ୍ଟୋରୀ

ବିରାଟ କୋହଲିଙ୍କ ଅନେକ ଉତ୍ଥାନ-ପତ୍ତନ ବେଳେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। କେବେ ସେ ପତ୍ନୀ ଭାବରେ ତ କେବେ ପୁଣି ପ୍ରେମିକା ଆଉ କେବେ ସାଙ୍ଗଟିଏ ହୋଇ ସେ ତାଙ୍କ ସହ ଠିଆ ହୋଇଛନ୍ତି। ତେବେ ଆଜି ବିରାଟଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ନେଇ କିଛି ରୋଚକ କଥା ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
virat kohli and anushka Sharma love story

virat kohli and anushka Sharma love story

ଭାରତୀୟ କ୍ରିକେଟ୍ ଟିମ୍‌ର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୩୫ଟି ବସନ୍ତ ଅତିକ୍ରମ କଲେଣି। ଆଜି ସେ ତାଙ୍କ ୩୫ ତମ ଜନ୍ମଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳୁଛନ୍ତି। ଏହି ମ୍ୟାଚରେ ତାଙ୍କ ଠାରୁ ଶତକ ଆଶାରେ ଚାହିଁ ରହିଛନ୍ତି ପ୍ରଶଂସକ। ୨୦୦୮ ରେ ଭାରତ ପାଇଁ କ୍ୟାରିଅର୍ ଆରମ୍ଭ କରିଥିବା କୋହଲି ଅନେକ ଘାତପ୍ରତିଘାତ ଦେଇ ଆଗକୁ ଯାଇଛନ୍ତି ଆଉ ସଫଳତା ମଧ୍ୟ ପାଇଛନ୍ତି।

Advertisment

ଏହି ସମୟରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। କେବେ ସେ ପତ୍ନୀ ଭାବରେ ତ କେବେ ପୁଣି ପ୍ରେମିକା ଆଉ କେବେ ସାଙ୍ଗଟିଏ ହୋଇ ସେ ତାଙ୍କ ସହ ଠିଆ ହୋଇଛନ୍ତି। ବିରାଟ କୋହଲିଙ୍କ ସଫଳତାରେ ଅନୁଷ୍କା ଶର୍ମାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। କୋହଲି ନିଜେ ଏହାକୁ ସ୍ୱୀକାର କରିଛନ୍ତି। ବିରାଟ କହିଛନ୍ତି ଯେ ତାଙ୍କ କ୍ୟାରିୟରର ଉତ୍ଥାନ-ପତନ ସମୟରେ ଅନୁଷ୍କା ତାଙ୍କୁ ସବୁବେଳେ ସମର୍ଥନ କରିଆସୁଛନ୍ତି।

ବିରାଟ ଏବଂ ଅନୁଷ୍କା ନିଜ ନିଜ କ୍ଷେତ୍ରରେ ସଫଳତାର ଉଚ୍ଚତାକୁ ସ୍ପର୍ଶ କରୁଥିଲେ। ଏପରି ପରିସ୍ଥିତିରେ, ଉଭୟ ପରସ୍ପରଙ୍କ ବିଷୟରେ ନିଶ୍ଚିତ ଶୁଣିଥିବେ। କିନ୍ତୁ ଏକ ସାମ୍ପୁ ବିଜ୍ଞାପନର ସୁଟିଂ ଉଭୟଙ୍କୁ ପ୍ରେମରେ ପକେଇଦେଇଥିଲା। ଏଇଠି ହୋଇଥିଲ ପ୍ରଥମ ଭେଟ ଆଉ ଏଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା, ଯାହା ପରେ ପ୍ରେମରେ ପରିଣତ ହେଲା ଏବଂ ଶେଷରେ ଦୁହେଁ ବିବାହ କଲେ। ଏବେ ଦୁହେଁ ଏକ ଝିଅର ବାପାମାଆ। ଆଜି ବିରାଟଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ନେଇ କିଛି ରୋଚକ କଥା ଜାଣିନେବା।

Advertisment

ପ୍ରଥମ ଭେଟ:

ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସଙ୍କ ସହ ଏକ ବାର୍ତ୍ତାଳାପରେ ବିରାଟ ତାଙ୍କ ପ୍ରେମ କାହାଣୀ କଥା କହିଥିଲେ। ବିରାଟ କୋହଲି କହିଥିଲେ ଯେ ସେ ଅନୁଷ୍କା ଶର୍ମାଙ୍କୁ ପ୍ରଥମ ଥର ପାଇଁ ଏକ ବିଜ୍ଞାପନ ସୁଟ୍‌ର ସେଟ୍‌ରେ ଭେଟିଥିଲେ।

ସେ ସେହି ସମୟରେ ବହୁତ ନର୍ଭସ ଥିଲେ ଏବଂ ପ୍ରଥମ ବାର୍ତ୍ତାଳାପ ପରେ ସେ ଦ୍ୱିତୀୟ ଥର ଅନୁଷ୍କାଙ୍କ ସହ କଥାବାର୍ତ୍ତା ହେଲେ। ଆଉ କିଛିଥର ଭେଟାଭେଟି ପରେ ଦୁହେଁ ପରସ୍ପର ସହ ମିଶିବା ଆରମ୍ଭ କଲେ। ଏହା ପରେ ସେମାନେ ବନ୍ଧୁ ହେଲେ। ତା’ପରେ, ଉଭୟଙ୍କ ମଧ୍ୟରେ ଡେଟିଂ ପ୍ରକ୍ରିୟା ଆରମ୍ଭ ହୋଇଗଲା ଏବଂ ୨୦୧୭ ମସିହାରେ ଦୁହେଁ ବିବାହ କରିଥିଲେ।

ତେବେ ପ୍ରଥମ ମିଳନ ବିଷୟରେ ବିରାଟ କୋହଲି କହିଥିଲେ ଯେ ଯେତେବେଳେ ସେ ୨୦୧୩ରେ ଜିମ୍ବାୱେ ଗସ୍ତ ପାଇଁ ଅଧିନାୟକ ଭାବରେ ମନୋନୀତ ହୋଇଥିଲେ, ସେତେବେଳେ ତାଙ୍କ ମ୍ୟାନେଜର ତାଙ୍କ ନିକଟକୁ ଆସି କହିଥିଲେ ଯେ ତାଙ୍କର ଅନୁଷ୍କାଙ୍କ ସହ ଏକ ସୁଟିଂ କରିବାର ଅଛି, ଯେତେବେଳେ ବିରାଟ ଏହା ଶୁଣିଲେ, ସେ ବହୁତ ବିବ୍ରତ ହୋପଡିଲେ। ଅନୁଷ୍କା ସେହି ସମୟରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହୋଇଯାଇଥିଲେ ଏବଂ ବିରାଟ ତାଙ୍କ ସହ କିପରି ଯୋଗାଯୋଗ କରି ସେ ବିଷୟରେ ଜାଣି ନଥିଲେ।

ଥଟ୍ଟାମଜ୍ଜାରୁ ପ୍ରେମ:

ବିରାଟ କହିଛନ୍ତି ଯେ ଯେତେବେଳେ ସେ ଅନୁଷ୍କାଙ୍କୁ ପ୍ରଥମ ଥର ଭେଟିଥିଲେ, ସେତେବେଳେ ସେ ତାଙ୍କ ସହିତ ଏକ ଅଜବ ମଜ୍ଜା କରିଥିଲେ। ଅନୁଷ୍କା ବହୁତ ଡେଙ୍ଗା ଦେଖାଯାଉଥିଲେ, ସେ ବିରାଟଙ୍କଠାରୁ ମଧ୍ୟ ଡେଙ୍ଗା ଥିଲେ। ଏଭଳି ପରିସ୍ଥିତିରେ ସେ ଅନୁଷ୍କାଙ୍କ ହାଇ ହିଲ୍‌କୁ ନେଇ ମଜ୍ଜା କରିଥିଲେ, 'ଆପଣଙ୍କୁ ଏହାଠାରୁ ଆଉ ଲମ୍ବା ହିଲ୍ ମିଳିଲା ନାହଁ'। ଯାହାକୁ ନେଇ ଅଭିନେତ୍ରୀ କହିଥିଲେ 'କ୍ଷମା କରିବେ'? ଅଭିନେତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ବିରାଟ ଆହୁରି ନର୍ଭସ ହୋଇଯାଇଥିଲେ।

ତେବେ କିଛି ସମୟ ଏକାଠି ବିତେଇବା ପରେ ବିରାଟ ଅନୁଭବ କଲେ ଯେ ଅନୁଷ୍କା ଜଣେ ସାମାନ୍ୟ ବ୍ୟକ୍ତିତ୍ୱ ଥିବା ମଣିଷ। ଯେତେବେଳେ ସେମାନେ କଥାବାର୍ତ୍ତା କଲେ, ସେମାନେ ଜାଣିବାକୁ ପାଇଲେ ଯେ ଉଭୟଙ୍କର ବ୍ୟାକ୍‌ଗ୍ରାଉଣ୍ଡ ସମାନ। ତା’ପରେ ସେଠାରୁ ସେମାନେ ବନ୍ଧୁ ହେଲେ ଏବଂ ଧୀରେ ଧୀରେ ପରସ୍ପରକୁ ଡେଟିଂ କରିବା ଆରମ୍ଭ କଲେ। ତେବେ ଏସବୁ ପାଇଁ ବହୁ ସମୟ ଲାଗିଛି।

ବିରାଟ ୨୦୧୪ରେ ମେଲବୋର୍ଣ୍ଣରେ ଏକ ଶତକ ହାସଲ କରିଥିଲେ। ଅନୁଷ୍କା ମଧ୍ୟ ଏହି ମ୍ୟାଚ୍ ଦେଖିବାକୁ ଆସିଥିଲେ। ଶତକ ପୂରଣ କରିବା ପରେ ବିରାଟ ଷ୍ଟାଡିୟମରେ ଥିବା ଅନୁଷ୍କାଙ୍କୁ ଏକ ଫ୍ଲାଇଙ୍ଗ୍‌ କିସ୍ ଦେଇଥିଲେ। ଏହି ମ୍ୟାଚ୍ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଲା। ପ୍ରେମ ଏତେ ଶକ୍ତିଶାଳୀ ହୋଇଗଲା ଯେ ଉଭୟ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ୧୧ ଡିସେମ୍ବର ୨୦୧୭ରେ ଇଟାଲୀରେ ବିବାହ କରିଥିଲେ।

ସେମାନଙ୍କ ବିବାହକୁ ରାଜକୀୟ କରିବା ପାଇଁ ବିରାଟ-ଅନୁଷ୍କା ପାଣି ପରି ଟଙ୍କା ଖର୍ଚ୍ଚ କରିଥିଲେ। ଯେଉଁ ହୋଟେଲରେ ସେମାନେ ବିବାହ କରିଥିଲେ ସେହି ରିସର୍ଟ ତାଙ୍କ ପାଇଁ ବିଶେଷ ଭାବରେ ଡିସେମ୍ବରରେ ଖୋଲା ଯାଇଥିଲା। ନଚେତ୍ ଏହି ରିସୋର୍ଟ ସବୁବେଳେ ଏପ୍ରିଲରେ ଖୋଲେ। ବିବାହ ପାଇଁ କେବଳ ୫୦ ଜଣ ବିଶେଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଜଣେ ବ୍ୟକ୍ତି ଏଠାରେ ଏକ ସପ୍ତାହ ରହିବାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା। ଏହି ଅନୁଯାୟୀ ବିରାଟ ଏବଂ ଅନୁଷ୍କାଙ୍କ ବିବାହ ପାଇଁ ଅତିଥିମାନଙ୍କ ପାଇଁ ୪୫-୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

ସମ୍ପର୍କରେ କେଁ:

ଉଭୟ ପ୍ରେମରେ ଦୂରତା ମଧ୍ୟ ଆସିଥିଲା ଯାଗା ଉଭୟଙ୍କୁ କଷ୍ଟ ମଧ୍ୟ ଦେଇଥିଲା। ଖବର ଆସିଥିଲା ​​ଯେ ବିରାଟ ସେମାନଙ୍କ ସମ୍ପର୍କକୁ ଆଗକୁ ନେବାକୁ ଚାହୁଁଥିଲେ, କିନ୍ତୁ ଅନୁଷ୍କା ତାଙ୍କ କ୍ୟାରିୟରକୁ ଅଧିକ ସମୟ ଦେବା ପାଇଁ ସ୍ଥିର କରିନେଇଥିଲେ। ଏହା ବ୍ୟତୀତ ବିରାଟ ଅନୁଷ୍କାଙ୍କୁ ନେଇ ପୋଜେସିଭ ହେବାରେ ଲାଗିଥିଲେ ଆଉ ତାଙ୍କ ହଟ ଫଟୋସୁଟରେ ବହୁତ ରାଗିବାର ଖବର ମଧ୍ୟ ଆସିଥିଲା।

କିଛି ଲୋକ ଏହା ମଧ୍ୟ କହୁଥିଲେ ଯେ ବିରାଟ ଚାହୁଁଥିଲେ ଅନୁଷ୍କା ତାଙ୍କ କ୍ୟାରିୟର ଛାଡି ତାଙ୍କର ହୋଇଯାଆନ୍ତୁ ଏବଂ କେହି କେହି କହୁଥିଲେ ଯେ ଅନୁଷ୍କା ଚାହୁଥିଲେ ବିରାଟଙ୍କ ମାଧ୍ୟମରେ ତାଙ୍କ ଭାଇଙ୍କ କ୍ରିକେଟ୍ କ୍ୟାରିୟରରେ ଉନ୍ନତି ଆଣିବାକୁ।

କିନ୍ତୁ ଯେତେବେଳେ ବିରାଟ ଟି-ସାର୍ଟରେ 'We Are On A Break' କ୍ୟାପସନ୍ ସହ ଦେଖାଗଲେ ସେତେବେଳେ ଉଭୟଙ୍କ ମଧ୍ୟରେ ନୀରବତା ଭାଙ୍ଗିଥିଲା। ଏହା ପରେ ଦୁହେଁ ରାତ୍ରୀ ଭୋଜନ ସମୟରେ ଏକାଠି ଦେଖାଗଲେ। ତା’ପରେ ଦୁହେଁ ପଛକୁ ଚାହିଁ ନାହାନ୍ତି।

ଏହା ପରେ, ସବୁକିଛି ଠିକ୍ ହୋଇଗଲା ଏବଂ ୨୦୧୭ରେ ବିବାହ ପରେ ଦୁହେଁ ଏକ କନ୍ୟା ସନ୍ତାନର ବାପାମାଆ ହୋଇଗଲେ। ଏବେ ଶୁଣିବାକୁ ମିଳୁଛି ଯେ ଖୁବ୍ ଶୀଘ୍ର ଦୁହେଁ ଦ୍ୱିତୀୟ ସନ୍ତାନର ବାପାମାଆ ହେବାକୁ ଯାଉଛନ୍ତି।

Anushka Sharma Virat Kohli Happy Birthday
Advertisment
Advertisment