• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ପୁଣି ରନ୍ ବର୍ଷା । କେବଳ ରନ୍ ନୁହେଁ ରେକର୍ଡ ବର୍ଷା ମଧ୍ୟ ହୋଇଛି । ପୁଣି ଦେଖିବାକୁ ମିଳିଛି ହାଇସ୍କୋରିଂ ମ୍ୟାଚ୍ । ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକୀୟ ଇଂନିସର ସାକ୍ଷୀ ପାଲଟିଛନ୍ତି ଦିଲ୍ଲୀ ଦର୍ଶକ । ମାତ୍ର ୧୮ ଦିନରେ ଭାଙ୍ଗିଛି ବିଶ୍ୱକପରେ ଦ୍ରୁତତମ ଶତକ ରେକର୍ଡ । ୪୯ ବଲରେ ଶତକ ହାସଲ କରି ଦକ୍ଷିଣ ଆଫ୍ରିକାର ଆଡମ ମାକ୍ରମ ବନିଥିଲେ ଦିନିକିଆ ବିଶ୍ୱକପ ଇତିହାସର ଦ୍ରୁତତମ ଶତକ ହାସଲକାରୀ ବ୍ୟାଟର । ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ମାକ୍ରମ ଖେଳିଥିଲେ ଏହି ବିସ୍ଫୋରକ ଇଂନିସ ।

ତେବେ ମାର୍କ୍ରମଙ୍କ ରେକର୍ଡ ଭାଙ୍ଗିଛନ୍ତି ମାକ୍ସୱେଲ । ୪୦ ବଲରେ ନେଦରଲାଣ୍ଡ ବିପକ୍ଷରେ ଶତକ ହାସଲ କରି ବିଶ୍ୱକପରେ ଦ୍ରୁତତମ ଶତକ'ର ରେକର୍ଡ ନିଜ ନାମରେ କରିଛନ୍ତି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଳେନ୍ ମାକ୍ସୱେଲ୍ । ମାକ୍ସୱେଲଙ୍କ ଏହି ଧୁଆଁଧାର ଇଂନିସରେ ରହିଛି ୯ଟି ଚୌକା, ୮ ଛକା । ତେବେ ୬ ନମ୍ବର ସ୍ଥାନରେ ବ୍ୟାଟିଂ ଆସି ଶତକ ହାସଲ କରିଥିବାରୁ ମାକ୍ସୱେଲଙ୍କ ଏହି ଇଂନିସ ବିଶ୍ୱକପ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଇଂନିସ ବୋଲି କୁହାଯାଉଛି ।

ଆଇସିସି ପୁରୁଷ ବିଶ୍ୱକପ ୨୦୨୩ର ୨୪ ନମ୍ବର ମ୍ୟାଚ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ବଡ଼ ସ୍କୋର କରିବା ଲକ୍ଷ୍ୟରେ ବ୍ୟାଟିଂ କରିଥିଲା । ପ୍ରଥମରୁ ନେଦରଲାଣ୍ଡ ସ୍ପିନ ଆଟାକ କରିବାରୁ କଙ୍ଗାରୁ ଟିମ, ଓପନର ମିଚେଲ ମାର୍ଶଙ୍କ ୱିକେଟ, ଶୀଘ୍ର ହରାଇଥିଲା । ତେବେ ନିଜର ଶେଷ ବିଶ୍ୱକପ ଖେଳୁଥିବା ଭେଟେରାନ ଡେଭିଡ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ୱାର୍ଣ୍ଣର ୯୩ ବଲରୁ ୧୧ଟି ଚୌକା ଓ ୩ଟି ଛକା ସହାୟତାରେ ୧୦୪ ରନର ଦର୍ଶନୀୟ ଶତକୀୟ ଇଂନିସ ଖେଳିଥିଲେ ।

ୱାର୍ଣ୍ଣରଙ୍କ ସାଥ୍ ଦେଇଥିଲେ ଷ୍ଟିଭେନ ସ୍ମିଥ୍ । ସ୍ମିଥ୍ ୭୧ ଓ ଲାବୁସାନ ୬୨ ରନର ଅର୍ଦ୍ଧଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ । ତେବେ ଅଷ୍ଟ୍ରେଲିଆ ବ୍ୟାଟିଂର ହିରୋ ରହିଥିଲେ, ଅଲରାଉଣ୍ଡର ଗ୍ଳେନ୍ ମାକ୍ସୱେଲ୍ । ସେ ମାତ୍ର ୪୪ ବଲ୍ ଖେଳି ୯ଟି ଚୌକା ଓ ୮ଟି ବିଶାଳ ଛକା ଶହ ଶତକ ପୂରଣ କରିଥିଲେ । ଫଳରେ ଏହା ଦିନିକିଆ ବିଶ୍ୱକପ ଇତିହାସର ସବୁଠୁ ଦ୍ରୁତଶତକ ଶତକ ପାଲଟିଥିଲା । ଏଥିସହ ଅଷ୍ଟ୍ରେଲିଆର ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୯୯ ରନ୍ ସଂଗ୍ରହ କରିବା ସହ ନେଦରଲାଣ୍ଡ ସାମ୍ନାରେ ୪୦୦ ରନର ବିଜୟ ଲକ୍ଷ୍ୟ ରଖିଛି ।