• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏସିଆନ ପାରା ଗେମ୍ସ ବ୍ୟାଡମିଣ୍ଟନରେ ଭାରତକୁ ପ୍ରଥମ ପଦକ । ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ଜିତିଲେ ପ୍ରମୋଦ ଓ ମନୀଷା ଯୋଡ଼ି । ମିକ୍ସ ଡବଲ୍ସ କ୍ବାର୍ଟର ଫାଇନାଲରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ଏବଂ ମନିଷା ରାମଦାସ ଯୋଡ଼ି ଜାପାନର ତାଇଓ ଇମାଇ ଓ ନୋରିକୋ ଇତୋଙ୍କୁ ୨୧-୧୦, ୨୨-୨୦ରେ ଜିତି ସେମିରେ ପ୍ରବେଶ କରିଥିଲେ ।

ତେବେ ଉଭୟ ପୁରୁଷ ଏକକ ଓ ଯୁଗଳର ସେମିଫାଇନାଲ୍‌ରେ ପହଞ୍ଚି ଆଉ ଦୁଇଟି ପଦକ ନିଶ୍ଚିତ କରିଛନ୍ତି। ପୁରୁଷ ଏକକ ଏସ୍‌ଏଲ୍‌୩ ବର୍ଗ କ୍ବାର୍ଟର ଫାଇନାଲ୍‌ରେ ପାରାଅଲିମ୍ପିକ୍‌ ଓ ଏସୀୟ ବିଜେତା ପ୍ରମୋଦ ୨୧-୧୪, ୨୧-୮ରେ ଚୀନ୍‌ର ଜିଓଙ୍ଗ ଲିଚୁଆନ୍‌ଙ୍କୁ ପରାସ୍ତ କରିଥିଲା। ସେମିଫାଇନାଲ୍‌ରେ ସେ ଥାଇଲାଣ୍ଡର ମୋଙ୍ଗଖୋନ ବୁନସୁନଙ୍କୁ ଭେଟିବେ। ପୁରୁଷ ଯୁଗଳ ଏସ୍‌ଏଲ୍‌୩-ଏସ୍‌ଏଲ୍‌୪ର କ୍ବାର୍ଟର ଫାଇନାଲ୍‌ରେ ବିଶ୍ବର ଏକ ନମ୍ବର ଯୋଡ଼ି ପ୍ରମୋଦ ଓ ସୁକାନ୍ତ କଦମ ୨୧-୧୦, ୧୯-୨୧, ୨୧-୧୨ରେ ଥାଇଲାଣ୍ଡର ତିମାରୋମ ସିରି‌ପୋଙ୍ଗ ଓ ସାଙ୍ଗନିଲ ସିଂଘାକୁ ହରାଇ ସେମିରେ ପହଞ୍ଚିଥିଲେ। ତେବେ ସେମି ଫାଇନାଲରେ ଏହି ଯୋଡ଼ି ଇଣ୍ଡୋନେସିଆ ଖେଳାଳିଙ୍କୁ ଠାରୁ ୧୯-୨୧, ୧୪-୨୧ରେ ପରାସ୍ତ  ହେବା ସହ କାଂସ୍ୟ ପଦକରେ ସୂମିତ ରହି ଯାଇଥିଲେ ।

ଅନ୍ୟପଟେ ରାଜ୍ୟ ଖେଳାଳିଙ୍କ ମଧ୍ୟରେ ଧାବିକା ଜୟନ୍ତୀ ବେହେରା, ହୁଇଲ୍‌ଚେୟାର୍‌ ଅସିଚାଳକ ରାଖାଲ କୁମାର ସେଠୀ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ପ୍ରଥମ ଦିନରେ ସଫଳତା ପାଇ ପାରି ନାହାନ୍ତି । ୨୦୦ ମିଟରକୁ ଜୟନ୍ତୀ ୨୭.୫୮ ସେକେଣ୍ଡରେ ଅତିକ୍ରମ କରି ସପ୍ତମ ସ୍ଥାନରେ ରହିଥିଲେ । ରାଖାଲ୍‌ ସାବରେ ବର୍ଗ-ଏ’ର ସମସ୍ତ ପୁଲ୍‌ ମ୍ୟାଚ୍‌ ହାରି ବିଦାୟ ନେଇଥିଲେ। ପ୍ରଫୁଲ୍ଲ ସାବ୍‌‌ରେ ବର୍ଗ-ବି’ର ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ୨-୧୫ରେ ଥାଇଲାଣ୍ଡର ତୋଙ୍ଗଜାପୋ ପିପାତଙ୍କଠୁ ହାରି ଯାଇଥିଲେ ।

ପାରାଅଲିମ୍ପିକ୍‌ ବିଜେତା ସୁମିତ ଅନ୍ତିଲ ଗତକାଲି ଏସୀୟ ପାରା କ୍ରୀଡ଼ାର ଜାଭଲିନ୍‌ ଏଫ୍‌୬୪ ଇଭେଣ୍ଟରେ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ସେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ୭୩.୨୯ ମିଟର ଜାଭଲିନ୍‌ ଫିଙ୍ଗି ନିଜ ନାମରେ ଥିବା ପୂର୍ବ ବିଶ୍ବ ରେକର୍ଡକୁ ମଧ୍ୟ ସେ ନିଜେ ଭାଙ୍ଗି ଦେଇଥିଲେ । ଆଉ ଜଣେ ଭାରତୀୟ ପୁଷ୍ପେନ୍ଦ୍ର ସିଂହ ତୃତୀୟ ସ୍ଥାନରେ ରହି ‌କାଂସ୍ୟ ପାଇଛନ୍ତି ।

ଅଙ୍କୁର ଧାମା ପ୍ରଥମ ଭାରତୀୟ ଭାବେ ଏସୀୟ ପାରା କ୍ରୀଡ଼ାର ଗୋଟିଏ ସଂସ୍କରଣରେ ଦୁଇଟି ସ୍ବର୍ଣ୍ଣ ଜିତିବାରେ ଗୌରବ ପାଇଛନ୍ତି । ସେ ପୁରୁଷ ଟି୧୧ ୧୫୦୦ ମିଟର ଦୌଡ଼ ଓ ୫୦୦୦ ମିଟର ରେସ୍‌ରେ ଏହି ପଦକ ଜିତିଥିଲେ । ଗତକାଲି ସୁଦ୍ଧା ଭାରତର ପଦକ ସଂଖ୍ୟା ୬୪ରେ ପହଞ୍ଚିଛି ।