• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅପେକ୍ଷାର ଅନ୍ତ ଘଟିଲା । ଯେଉଁ ଇନିଂସ ପାଇଁ ଫ୍ୟାନ୍ସ ଗତ କିଛି ମ୍ୟାଚ୍‌ ହେଲା ଅପେକ୍ଷା କରିଥିଲେ । ଆଜି ତାହାର ଅନ୍ତ ଘଟିଛି । କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି । ଏକଦିବସୀୟ କ୍ରିକେଟ୍‌ରେ ୪୯ଟି ଶତକ ହାସଲ କରି ସେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ବିରାଟ ନିଜ ଜନ୍ମଦିନରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଏହି ରେକର୍ଡ ହାସଲ କରିଛନ୍ତି । ଉଭୟ ଫ୍ୟାନ୍ସ ଓ ବିରାଟ ଏହି ଶତକ ଅପେକ୍ଷାରେ ଥିଲେ । ବିଶ୍ୱକପ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ଏହି ଅବିଶ୍ୱସନୀୟ ରେକର୍ଡ ହାସଲ କରିଛନ୍ତି ।

ରେକର୍ଡ ପରେ ରେକର୍ଡର ଅଧିକାରୀ ହେଉଛନ୍ତି କିଙ୍ଗ କୋହଲି । ଅବିଶ୍ୱସନୀୟ..ଅକଳ୍ପନୀୟ..ଅସମ୍ଭବକୁ ସମ୍ଭବ କରି ଦେଖାଇବାର ନାଁ ହିଁ କୋହଲି । ଦିନେ କ୍ରିକେଟ୍‌ ସମୀକ୍ଷକମାନେ କହୁଥିଲେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେବା କୌଣସି ଖେଳାଳି ପକ୍ଷରେ ଅସମ୍ଭବ ଏବଂ କଷ୍ଟକର । କିନ୍ତୁ ଏହାକୁ ଭୁଲ୍‌ ପ୍ରମାଣିତ କରି ସଚିନ୍‌ଙ୍କ ଦିନିକିଆ ଶତକ ରେକର୍ଡର ସମକକ୍ଷ ହେଲେ କିଙ୍ଗ କୋହଲି । ସଚିନ୍‌ କିନ୍ତୁ କହିଥିଲେ ଯଦି ତାଙ୍କ ରେକର୍ଡ କିଏ ଭାଙ୍ଗିବାକୁ ସକ୍ଷମ, ସେ ହେଉଛନ୍ତି କୋହଲି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ବିରାଟ ଏହି ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ବିରାଟ ଆଜି ୩୫ ବର୍ଷରେ ପାଦ ଥାପିଛନ୍ତି । ବିରାଟଙ୍କଠାରୁ ଆଜି ପୂରା ଦେଶ ୪୯ ତମ ସେଞ୍ଚୁରୀ ଅପେକ୍ଷା କରିଥିଲେ । ବିରାଟଙ୍କ ଜନ୍ମଦିନ ଅବସରରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମ କର୍ତ୍ତୁପକ୍ଷଙ୍କ କିଛି ପକ୍ଷରୁ ନିଆରା କରିବା ପାଇଁ ୭୦ ହଜାର ଦର୍ଶକଙ୍କୁ ବିରାଟ କୋହଲିଙ୍କ ମାସ୍କ ଦିଯାଇଛି । ଯେପରିକି ଷ୍ଟାଡିୟମର ସବୁଆଡ଼େ ବିରାଟଙ୍କ ଚେହେରା ଦେଖିବାକୁ ମିଳିବ । ଆଗକୁ ମଧ୍ୟ ବିରାଟ ସଚିନ୍‌ଙ୍କ ୧୦୦ତମ ଶତକର ରେକର୍ଡର ବି ସମକକ୍ଷ ହେବେ ବୋଲି ଫ୍ୟାନ୍ସଙ୍କ ଆଶା ରହିଛି ।