Advertisment

ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ହେବେ ସୂର୍ଯ୍ୟ କୁମାର ଯାଦବ ! ରୋହିତ, ବିରାଟ ଓ ହାର୍ଦ୍ଦିକ ନେଇପାରନ୍ତି ବିଶ୍ରାମ

ନୂଆ ଅଧିନାୟକଙ୍କ ସହ ନୂଆ କୋଚ୍‌ଙ୍କୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ୍‌ ଖେଳିବ ଭାରତ। କାହିଁକି ନା ଦିନିକିଆ ବିଶ୍ୱକପ୍‌ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେବ।

author-image
Santosh Kumar Sahoo
Suryakumar Yadav

Suryakumar Yadav

ଦିନିକିଆ ବିଶ୍ୱକପ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ଭାରତ। କଙ୍ଗାରୁ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ନଭେମ୍ବର ୨୩ରେ ଖେଳାଯିବ। ତେବେ ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଅନେକ ନୂଆ ମୁହଁଙ୍କୁ ଦଳରେ ଦେଖିବାକୁ ମିଳିବେ। କାହିଁକି ନା ବିଶ୍ୱକପ ପରେ ହେବାକୁ ଥିବା ଏହି ସିରିଜ୍‌ରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯିବ। ତେଣୁ ଏହି ସିରିଜ୍‌ରେ ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଏହି ୫ ଟିକିଆ ସିରିଜ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇପାରେ ବୋଲି ସୂଚନା ମିଳିଛି ।

Advertisment

ସେହିପରି ନୂଆ ଅଧିନାୟକଙ୍କ ସହ ନୂଆ କୋଚ୍‌ଙ୍କୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ୍‌ ଖେଳିବ ଭାରତ। କାହିଁକି ନା ଦିନିକିଆ ବିଶ୍ୱକପ୍‌ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେବ। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ NCA ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ମୁଖ୍ୟ କୋଚ୍‌ର ଦାୟିତ୍ୱ ତୁଲାଇ ପାରନ୍ତି। କାହିଁକି ଯେତେବେଳେ ରାହୁଲ ଦ୍ରାବିଡଙ୍କୁ ବିଶ୍ରାମ ଦିଆଯାଏ ସେ ସମୟରେ ଭାରତୀୟ ଦଳର କୋଚିଂ ସମ୍ଭାଳିଥାନ୍ତି ଲକ୍ଷ୍ମଣ । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ୍‌ରେ ଲକ୍ଷ୍ମଣ ଭାରତୀୟ ଦଳର କୋଚିଂ ସମ୍ଭାଳିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ।

ସେହିପରି ଦଳର ସିନିୟର ଖେଳାଳିଙ୍କ ବିଶ୍ରାମ ଯୋଗୁଁ ଦଳରେ ସାମିଲ ହୋଇପାରନ୍ତି ଏସିଆନ୍ ଗେମ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଟିମ୍‌ର ଅନେକ ଖେଳାଳି। ଯଶ୍ୱସୀ ଜୟସ୍ୱାଲ, ଋତୁରାଜ ଗାଇକ୍ୱାଡ, ରିଙ୍କୁ ସିଂ ଓ ସଞ୍ଜୁ ସାମସନଙ୍କ ଭଳି ଖେଳାଳିଙ୍କୁ ଏହି ବଡ଼ ସିରିଜ୍‌ରେ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ।

Advertisment
Cricket Rahul Dravid India VVS Laxman Suryakumar Yadav
Advertisment
Advertisment