• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ବିଶ୍ୱକପରେ ଭାରତ-ସାଉଥ ଆଫ୍ରିକା ଟକ୍କର । ଅନବିଟେନ, ଇନଫର୍ମ ରୋହିତ ଆଣ୍ଡ କୋ’ର ମୁକାବିଲା ଅନ୍ୟତମ ଟାଇଟଲ ଫେଭରିଟ ଦକ୍ଷିଣ ଆଫ୍ରିକା ସହ । ଇଡେନ ଗାର୍ଡେନରେ ହେବ ଉଣେଇଶ-ବିଶ୍ ର ଟକ୍କର । ବାର୍ଥ ଡେ’ ବୟ ବିରାଟଙ୍କୁ ଅଷ୍ଟମ ବିଜୟ ସହ ଗିଫ୍ଟ ଦେବାକୁ ଯୋଜନା କରିଛି ଟିମ୍ ଇଣ୍ଡିଆ ।

ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ବର୍ତ୍ତମାନ ପର୍ଯ୍ୟନ୍ତ ଦମଦାର ରହିଛି । ପ୍ରଥମେ ବ୍ୟାଟିଂ କଲେ ଦକ୍ଷିଣ ଆଫ୍ରିକା ପାହାଡ ଭଳି ସ୍କୋର ଛିଡା କରୁଛି । ତେଣୁ ଫାଷ୍ଟ ବ୍ୟାଟିଂ କଲେ ଦଳ ବଡ ଭୟଙ୍କର ଲାଗୁଛି । ଯଦି ଦକ୍ଷିଣ ଆଫ୍ରିକା ଚେଜ୍ କରିବ ତେବେ ଭାରତ ପାଇଁ ଅପେକ୍ଷାକୃତ ସହଜ ହୋଇପାରେ ମ୍ୟାଚ । ସବୁଠାରୁ ଡେଞ୍ଜର ଖେଳାଳି କ୍ବିଣ୍ଟନ ଡିକକ, ଏପର୍ଯ୍ୟନ୍ତ ୪ଟି ଶତକ କରିସାରିଲେଣି । ୫୪୫ ରନ ରହିଛି ତାଙ୍କ ଖାତାରେ । ରେକର୍ଡ ପରେ ରେକର୍ଡ, ବଡ ଭୟଙ୍କର ବ୍ୟାଟିଂ, ଆଗ୍ରେସିଭ, କନସିଷ୍ଟାଣ୍ଟ ଲାଗୁଛନ୍ତି ।

ଆଉ ଜଣେ ଡେଞ୍ଜର ବ୍ୟାଟର୍ ହେଉଛନ୍ତି ଏଡେନ ମାରକ୍ରମ୍ । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଦମଦାର ପ୍ରଦର୍ଶନ ରହିଛି ତାଙ୍କର । ଭାନ ଡେର ଡୁସେନ ସେ ବି ତିନି ନମ୍ବରରେ ଆସି ମ୍ୟାଚର ମୋଡ ବଦଳାଇ ଦେଉଛନ୍ତି । କିଲର ମିଲର, ହେନରିକ କ୍ଲାସେନ ମଧ୍ୟ ବଡ ସର୍ଟ ଖେଳିବାରେ ମାହିର ।

ଫର୍ମରେ କେବଳ କପ୍ତାନ ବାଭୁମା ନାହାନ୍ତି ଯାହା । ଶେଷ ଆଡକୁ ମାର୍କୋ ଜାନେଶନ ବି ଅଛନ୍ତି । ତେଣୁ ଚିନ୍ତା ନାହିଁ ଦଳର ବ୍ୟାଟିଂକୁ ନେଇ । ଗେରଲାଡ କୋଇଜେ, ମାର୍କୋ ୟାନେସନ, କେଶବ ମହାରାଜଙ୍କୁ ନେଇ ବୋଲିଂ ବି ବେଶ ଶକ୍ତିଶାଳୀ । ମୋଟାମୋଟି ବିଶ୍ୱକପର ବଡ ଦାବିଦାର ଦକ୍ଷିଣ ଆଫ୍ରିକା ।

ଅନ୍ୟପଟେ ଟିମ ଇଣ୍ଡିଆ ମଧ୍ୟ ଲାଜବାବ । ରୋହିତ, ଗିଲ, ବିରାଟ ,ଶ୍ରେୟସ , କେଏଲ ରାହୁଲ ସମସ୍ତେ ଫର୍ମରେ । ବିରାଟଙ୍କ ଆଜି ଜନ୍ମଦିନ । ବୟସ ବଢୁଛି ହେଲେ ଜୋସ କମୁନି, ରନର ଭୋକ ମେଣ୍ଟିନି । ରନ ମେସିନ, ଚେଜ୍ ମାଷ୍ଟରଙ୍କୁ ଆଜି ରେକର୍ଡ ବି ଅପେକ୍ଷା କରିଛି । ବୋଲିଂରେ ସାମିଙ୍କୁ ବୁମରା ଏବଂ ସିରାଜଙ୍କର ଭରପୁର ସାଥ୍ ମିଳୁଛି । କୁଲଦୀପ ଏବଂ ଜାଡେଜା ମଧ୍ୟ ବ୍ରେକଥ୍ରୁ ଦେବାରେ ମାହିର । ବିଶ୍ୱକପରେ ଦୁଇ ଦଳ ପରସ୍ପର ବିରୋଧରେ ୫ ଥର ମୁହାଁମୁହିଁ ହୋଇଛନ୍ତି । ପଲ୍ଲା ସାଉଥ ଆଫ୍ରିକାର ଭାରି ରହିଛି । କିନ୍ତୁ ଫର୍ମକୁ ଦେଖିଲେ ଲାଗୁଛି ଏଥର ପାଳି ଟିମ୍ ଇଣ୍ଡିଆର ।

ଅନ୍ୟପଟେ ବିରାଟଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଇଡେନ ଗାର୍ଡେନରେ ବଡ଼ ଆୟୋଜନ ହୋଇଛି । ସିଏବି ପକ୍ଷରୁ କୋହଲିଙ୍କ ପାଇଁ ଏକ କେକ୍ ବରାଦ ଦିଆ ଯାଇଛି । ଷ୍ଟାଡ଼ିୟମ ସାରା କୋହଲିଙ୍କ ପାଇଁ ପାଖାପାଖି ସତୁରୀ ହଜାର ମାସ୍କ ବଣ୍ଟା ଯିବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବକପରେ କୋହଲି, ସାତ ମ୍ୟାଚରୁ ୮୮.୪୦ ହାରରେ ଗୋଟେ ଶତକ ସହ ଚାରି ଅର୍ଦ୍ଧଶତକ ସହାୟତାରେ ମୋଟ ୪୪୨ ରନ କରି ସାରିଲେଣି ।