/odishatv-khabar/media/post_attachments/uploadimage/library/16_9/16_9_0/Pak_vs_NZ_1699116375.jpg)
Pak vs NZ
ବିଶ୍ୱକପ୍ କ୍ରିକେଟରେ ପାକିସ୍ତାନକୁ ସାହା ହେଲା ବର୍ଷା। ୪ ଶହ ରନ କରିବା ସତ୍ତ୍ୱେ ହାରିଲା ନ୍ୟୁଜିଲାଣ୍ଡ। ବର୍ଷା ପାଇଁ ଡିଏଲଏସ୍ରେ ଜିତିଲା ପାକିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପାକିସ୍ତାନ ୨୧ ରନରେ ଜିତିଛି । ବେଙ୍ଗାଲୁରୁରେ ହୋଇଥିବା ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ୱିକେଟ ହରାଇ କରିଥିଲା ୪୦୧ ରନ୍ । କିୱି ପକ୍ଷରୁ ରଚିନ୍ ରବିନ୍ଦ୍ର ୧୦୮ ଓ ୱିଲିୟମସନ୍ ୯୬ ରନ୍ ସ୍କୋର କରିଥିଲେ।
ବେଙ୍ଗାଳୁରୁ: ବିଶ୍ୱକପ୍ କ୍ରିକେଟରେ ପାକିସ୍ତାନର ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ
- DLS ମେଥଡ୍ରେ ନ୍ୟୁଜିଲାଣ୍ଡକୁ ୨୧ ରନ୍ରେ ହରାଇଲା ପାକିସ୍ତାନ
- ୨୫.୩ ଓଭରରେ ଗୋଟିଏ ୱିକେଟରେ ୨୦୦ ରନ୍ କରି ଜିତିଲା#CWC23#NZvPAK#Bengaluru#OTVpic.twitter.com/G1YZKMgtMA— ଓଟିଭି (@otvkhabar) November 4, 2023
୪୦୨ ରନ ବିଜୟ ଲକ୍ଷ୍ୟର ପିଛା କରି ପାକିସ୍ତାନ ଧୁଆଁଧାର ବ୍ୟାଟିଂ କରିଥିଲା। ବିଶେଷ କରି ଫକର ଜମାନ ଚୌକା ଛକାର ବର୍ଷା କରିଥିଲେ। ସେ ୬୩ ବଲ୍ରୁ ଶତକ ହାସଲ କରିଥିଲେ। ତେବେ ପାକିସ୍ତାନ ୨୫ ଓଭର ୩ଟି ବଲରେ ୨୦୦ ରନ୍ କରିଥିବା ସମରେ ବର୍ଷା ସାଜିଥିଲା ବାଧକ। ଯାହାଫଳରେ ପାକିସ୍ତାନ ଏହି ମ୍ୟାଚ୍କୁ ୨୧ ରନରେ ବିଜୟୀ ହୋଇଛି ।
ଏହି ବିଜୟ ସହ ପୁଣି ସେମିଫାଇନାଲ ରେସ୍କୁ ଫେରିଛି ପାକିସ୍ତାନ । ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୪ଟି ବିଜୟ ଓ ୪ଟି ପରାଜୟ ସହିତ ସମାନ ପଏଣ୍ଟ ପାଇଛନ୍ତି। ଭଲ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲାଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି । ଉଭୟଙ୍କ ଶେଷ ଲିଗ୍ ମ୍ୟାଚ ହିଁ ଫଇସଲା କରିବ କିଏ ଖେଳିବ ବିଶ୍ୱକପ୍ ସେମିଫାଇନାଲ। ତେବେ ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଆଜି ହାରିବା ଯୋଗୁଁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟିମ୍ ଭାବେ ସେମିଫାଇନାଲରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)