• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗୋଆ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ତିନି ତିନିଟି ପଦକ । ୩ଟି ପଦକ ଜିଣିଲେ ୩ ଓଡ଼ିଆ ଝିଅ । ଓଡ଼ିଶା ପାଇଁ ଗୋଲ୍ଡ ଆଣି ଚମକିଛନ୍ତି ଜିମ୍ନାଷ୍ଟ ପ୍ରଣତି ନାୟକ । ୱିମେନ୍ସ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ-ଅଲ୍ ରାଉଣ୍ଡ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ଅନ୍ୟପଟେ ୱେଟଲିଫ୍ଟର ଝିଲ୍ଲି ଦଳବେହେରା ୪୯ କେଜି ଭାରତ୍ତୋଳନ ବର୍ଗରେ ବ୍ରୋଞ୍ଜ ଜିତିଛନ୍ତି । ସେ ୭୩ କେଜି ସ୍ନାଚ୍ ଓ ୯୪ କେଜି କ୍ଲିନ ଆଣ୍ତ ଜର୍କ ସହ ମୋଟ ୧୬୭ କେଜି ଭାର ଉଠାଇଥିଲେ । ଏହା ସହ ସେ ତୃତୀୟ ସ୍ଥାନରେ ରହିଥିଲେ । ତେବେ ଏହି ବର୍ଗରେ ଛଚିଶଗଡ଼ର ଜ୍ଞାନେଶ୍ବରୀ ଯାଦବ ସର୍ବାଧିକ ୧୭୭ କେଜି ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବରିୟାଣାର ପ୍ରତୀ ୧୭୪ କେଜି ଉଠାଇ ଦ୍ବିତୀୟରେ ରହିଥିଲେ ।

ସେହିପରି ସ୍ନେହା ସୋରେନ ମଧ୍ୟ ୫୫ କେଜି ୱେଟଲିଫ୍ଟିଂ ବର୍ଗରେ ବ୍ରୋଞ୍ଜ ମେଡାଲ୍ ହାସଲ କରିଛନ୍ତି । ସେ ୮୦ କେଜି ସ୍ନାଚ ଓ ୧୦୬ କେଜି କ୍ଲିନ ଆଣ୍ଡ ଜର୍କ ସହ ମୋଟ ୧୮୬ କେଜିର ଭାର ଉଠାଇଥିଲେ । ଦ୍ବିତୀୟ ସ୍ଥାନରେ ଥିବା ଶ୍ରାବଣୀ ଦାସ ମାତ୍ର ଗୋଟିଏ କେଜି ଅଧିକ ଉଠାଇଛନ୍ତି । ସେହିପରି ମଣିପୁରର ପି.ରାଣୀବାଳା ଦେବୀ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ ।

ତେବେ ଏହି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଶାରୁ ୨ ଜଣ ମହିଳା ଓ ୩ ଜଣ ପୁରୁଷ ପ୍ରତିଯୋଗୀ ଯୋଗ୍ୟତା ଅର୍ଜନ କରିଥିଲେ । ରାଜ୍ୟ ଦଳ ସହ ପ୍ରଶିକ୍ଷକ ଜଜ୍ଞେଶ୍ବର ନନ୍ଦ, କେ ଭେଙ୍କଲକ୍ଷ୍ନମୀ, ବିଦେଶୀ ପ୍ରଶିକ୍ଷକ ଜୋଲଟନ ଫକର୍ସ ଓ ରାଜ୍ୟ ଭାରତ୍ତୋଳନ ସଂଘ ସମ୍ପାଦକ କେ. ରବିକୁମାର ଗସ୍ତ କରିଛନ୍ତି ।