• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବିଶ୍ୱକପ୍‌(World Cup 2023)ରେ ଆଜି ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍‌ । ଟୁର୍ଣ୍ଣାମେଣ୍ଟର  ଏ ପର୍ଯ୍ୟନ୍ତ ନିଜର ସବୁ ମ୍ୟାଚ୍‌ ଜିତି ଅପରାଜେୟ ରହିଛି ଭାରତ ।

ଟିମ୍‌ ଇଣ୍ଡିଆର ସବୁ ଖେଳାଳି ଏବେ ଫର୍ମରେ ଅଛନ୍ତି । ବ୍ୟାଟିଂରେ କ୍ୟାପଟେନ୍ ରୋହିତ ଶର୍ମା ଭଲ ଷ୍ଟାର୍ଟ ଦେଉଥିବା ବେଳେ ବିରାଟ, କୋହଲି, ଆୟାର ଏହାକୁ କନଭର୍ଟ କରୁଛନ୍ତି । ସେହିପରି ବୋଲିଂରେ ଯଶପ୍ରୀତ୍ ବୁମ୍‌ରା ବିରୋଧୀ ବ୍ୟାଟସମ୍ୟାନ୍‌ଙ୍କୁ ବାନ୍ଧିବାରେ ସଫଳ ହୋଇଛନ୍ତି ।

ମହମ୍ମଦ ଶାମି କମବ୍ୟାକ୍ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ବେଳେ ସ୍ପିନ୍ ଡିପାର୍ଟମେଣ୍ଟରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ପ୍ରତିପକ୍ଷଙ୍କୁ ଅଡୁଆରେ ପକାଉଛନ୍ତି । ତେଣୁ ଆଜିର ମ୍ୟାଚ୍‌ ଜିତି ସ୍କୋର୍‌ ଟେବୁଲ୍‌ରେ ଟପ୍ପର ହେବାକୁ ଚେଷ୍ଟା କରିବ ଟିମ୍‌ ଇଣ୍ଡିଆ ।

ସେପଟେ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡର ଟୁର୍ଣ୍ଣାମେଣ୍ଟରେ ଦୟନୀୟ ପ୍ରଦର୍ଶନ କରିଛି । ଦଳ ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ ବାକି ୪ଟିରେ ପରାସ୍ତ ହୋଇଥିଲା ।