Advertisment

ବିଶ୍ୱକପ୍‌ ମଝିରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା; ଘରକୁ ଫେରିଗଲେ ଏହି ଷ୍ଟାର୍‌ ଅଲରାଉଣ୍ତର

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଟିମ୍‌ର ଷ୍ଟାର ଖେଳାଳି । ଟିମ୍‌ର ଏହି ଷ୍ଟାର ଅଲରାଉଣ୍ତର ଫେରିଯାଇଛନ୍ତି ଅଷ୍ଟ୍ରେଲିଆ ।

author-image
Manoranjan Behera
Mitchell Marsh

Mitchell Marsh

ବିଶ୍ୱକପ୍‌ ମଝିରେ ଟିମ୍‌ ଅଷ୍ଟ୍ରେଲିଆକୁ ବଡ଼ ଝଟକା । ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଟିମ୍‌ର ଷ୍ଟାର ଖେଳାଳି । ଟିମ୍‌ର ଏହି ଷ୍ଟାର ଅଲରାଉଣ୍ତର ଫେରିଯାଇଛନ୍ତି ଅଷ୍ଟ୍ରେଲିଆ । ଦଳରେ ବିସ୍ଫୋରକ ଅନ୍ଦାଜରେ ଓପନିଂ କରୁଥିବା ମିଚେଲ୍‌ ମାର୍ଶ ବିଶ୍ୱକପ୍‌ ଅଧାରୁ ଘରକୁ ଫେରିଯାଇଛନ୍ତି । ସେ ନିଜର ବ୍ୟକ୍ତିଗତ କାରଣରୁ ସ୍ୱଦେଶ ଫେରିଯାଇଥିବା ସୂଚନା ମିଳିଛି ।

Advertisment

ଗତକାଲି ମିଚେଲ୍‌ ମାର୍ଶ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ସ୍ୱଦେଶ ଫେରିଯାଇଥିବା ସୂଚନା ମିଳିଛି । ୩୨ ବର୍ଷୀୟ ମାର୍ଶ କେବେ ଫେରିବେ, ତା’ର ଖବର କାହା ପାଖରେ ନାହିଁ । ତେଣୁ ସେ ସମ୍ଭବତଃ ଆଉ ବିଶ୍ୱକପରେ ଅଷ୍ଟ୍ରେଲିଆ ପାଇଁ ନଜର ଆସିବେ ନାହିଁ ବୋଲି କୁହାଯାଉଛି ।

ପୂର୍ବରୁ ଷ୍ଟାର୍‌ ଅଲରାଉଣ୍ତର ଗ୍ଲେନ୍‌ ମାକ୍ସୱେଲ୍‌ଙ୍କ ଆହତ ସମସ୍ୟା ପରେ ଏବେ ମାର୍ଶ ସ୍ୱଦେଶ ଫେରିଯିବା ଅଷ୍ଟ୍ରେଲିଆକୁ ମହଙ୍ଗା ପଡ଼ିପାରେ । ଦଳର ଅଲରାଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଏଥିପାଇଁ ସେ ଇଂଲଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଛନ୍ତି। ସୋମବାର ସନ୍ଧ୍ୟାରେ ମ୍ୟାକ୍ସୱେଲ ଗୋଟିଏ ଗଲ୍ଫ ଗାଡ଼ିରେ ବସି ବୁଲୁଥିଲେ। କିନ୍ତୁ ହଠାତ ଏହା ଓଲଟି ପଡ଼ିଥିଲା। ତେଣୁ ମ୍ୟାକ୍ସୱେଲଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି ।

Advertisment

ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ନଭେମ୍ବର ୪ରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମୁକାବିଲାରେ ସେ ନଜର ଆସିବେ ନାହିଁ । ସେହିପରି ତାଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ, ତା’ର ସୂଚନା ମଧ୍ୟ କାହା ପାଖରେ ନାହିଁ ।

Australia 2023 Men's World Cup Mitchell Marsh
Advertisment
Advertisment