• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦିଲ୍ଲୀ ଓ ମୁମ୍ବାଇରେ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ୍‌ ବେଳେ ଫୁଟିବନି ବାଣ । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିସିସିଆଇ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହ ଆଇସିସିକୁ ଅବଗତ କରିଥିବା ସୂଚନା ମିଳିଛି ।

ଦିନକୁ ଦିନ ଦିଲ୍ଲୀରେ ବାୟୂ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ମୁମ୍ବାଇରେ ମଧ୍ୟ ଏହା ବଢ଼ୁଛି । ଏଭଳି ସ୍ଥିତିରେ ବାଣ ଫୁଟାଇବା ଦ୍ୱାରା ପ୍ରଦୂଷଣ ମାତ୍ରା ଆହୁରି ବଢ଼ିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଶ୍ୱକପ୍‌ ମ୍ୟାଚ୍‌ ବେଳେ ଦିଲ୍ଲୀ ଓ ମୁମ୍ବାଇରେ ବାଣ ନଫୁଟାଇବାକୁ ନିଷ୍ପତ୍ତି ନିଆଯାଇଛି । 

ସୂଚନାଥାଉ କି, ଆସନ୍ତାକାଲି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ସେହିପରି ୬ ତାରିଖ ଦିନ ଦିଲ୍ଲୀରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ।