ବିଧାନସଭାର ପ୍ରେସ୍ ଲାଉଞ୍ଜ ଓ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ା ଯାଉନଥିବାରୁ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। କେଉଁ କଥା ଲୁଚାଇବାକୁ ସରକାର ସାମ୍ବାଦିକଙ୍କୁ ଆସିବାକୁ ଦେଉନାହାନ୍ତି ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି।
ତୈଳ ଦର ବୃଦ୍ଧି ପ୍ରତିବାଦରେ ସଂସଦ ସାମ୍ନାରେ କଂଗ୍ରେସର ବିକ୍ଷୋଭ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଦଳୀୟ ନେତାଙ୍କ ବିକ୍ଷୋଭ କରିଛନ୍ତି । ତେବେ ଯୁଦ୍ଧ ଯୋଗୁ ସପ୍ଲାଏ ଚେନ୍ ପ୍ରଭାବିତ ହେଉଛି ବୋଲି ବିଜେପି କହିଛି ।
ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କ 5-T ଓ ମୋ ସରକାର ବ୍ୟବସ୍ଥାକୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତେରଛା ବାଣ ମାରିଛନ୍ତି। 5-T ଦ୍ୱାରା ସରକାରୀ ବିଭାଗ ଗୁଡ଼ିକରେ ଜାତିଭେଦ ସୃଷ୍ଟି ହେଉଥିବା ଗୃହରେ ସୌମ୍ୟ କହିଛନ୍ତି।
ବିଧାନସଭାରେ ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ମନ୍ତବ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ତୁରନ୍ତ ଭାସ୍କର ଏଥିପ୍ରତି କ୍ଷମା ମାଗନ୍ତୁ ଓ ଗୃହରେ ଦେଇଥିବା ମନ୍ତବ୍ୟକୁ ଫେରାନ୍ତୁ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
ପଂଚାୟତ ନର୍ବାଚନରେ କଂଗ୍ରେସର ପରିସ୍ଥିତି କିଛି ଅଞ୍ଚଳରେ ଭଲ ଥିବା ବେଳେ ଅନେକ ସ୍ଥାନରେ ଦଳର ଭୋଟ ବ୍ୟାଙ୍କକୁ ବିଜେଡି ଏବଂ ବିଜେପି ପୋଛି ନେଇଛନ୍ତି ।
ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ । ବାହାରେ ଧାରଣା । ରାଜପାଳଙ୍କୁ ଫେରାଦ । ଯେଉଁ ଝଡ଼ ଗଲା ବିଧାନସଭା ଅଧିବେଶନକୁ ଧୋଇ ଦେଇଥିଲା, ସେ ଝଡ଼ ଆଜି ବି ବହିଲା ।
କିଶୋରଙ୍କ ଗଡ଼ ରଖିବାକୁ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇପାରେ ବିଜେଡି । ଦଳର ନିର୍ବାଚନ ପରିଚାଳନା ଷ୍ଟ୍ରାଟେଜି ବି କିଛି ସେମିତି କହୁଛି । ହେଲେ ଏବେ ଆଉ କିଛି ରାଜନୈତିକ ଘଟଣାକୁ ନେଇ ହେଲାଣି ନୂଆ ସମୀକରଣ ।
କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ?
ନବୀନ ଦିଲ୍ଲୀ ଯାଇ ପର୍ଲାମେଣ୍ଟରେ ପହଞ୍ଚିଥିବା ବେଳେ ମୋଦି କିମ୍ବା ଅମିତ ଶାହଙ୍କୁ ଭେଟି ନାହାନ୍ତି । ହେଲେ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତାଙ୍କ ସହ ତାଙ୍କର ଭେଟଘାଟ ହୋଇଛି ।
ଗଞ୍ଜାମ ଏନ୍ଏସିରେ ୧୨ଟି ୱାର୍ଡରୁ ୧୦ଟି ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ଜିତିଥିଲେ ମଧ୍ୟ ଏନ୍ଏସି ଚେୟାରମ୍ୟାନ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢୀ ।
ଗୋଟିଏ ପଟେ ଶ୍ରୀମନ୍ଦିର ଚାରିପଟେ କାହା ଆଦେଶରେ ଖନନ କାର୍ଯ୍ୟ ଚାଲିଛି ବୋଲି ବିଜେପି ପ୍ରଶ୍ନ ଉଠାଇ ସରକାରଙ୍କୁ ଘାଇଲା କରିଥିବା ବେଳେ କଂଗ୍ରେସ ଖଣି ଦୁର୍ନୀତି କଥା ଉଠାଇଛି । ରାଜ୍ୟରୁ ଖଣି ଚୋରି ହୋଇଥିବା କହି ସରକାରଙ୍କୁ ଜୋରଦାର ଆଟାକ୍ କରିଛି କଂଗ୍ରେସ ।
ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡିକୁ ସଂସଦରେ ଉପସ୍ଥାପିତ କରିବାକୁ ସେ ବିଜେଡି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସରି ଯାଇଛି ମେୟର ନିର୍ବାଚନ। ଏବେ କିଏ ହେବ ଭୁବନେଶ୍ୱର ଡେପୁଟି ମେୟର ? ଚର୍ଚ୍ଚାରେ ଅମରେଶ ଜେନା (ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କ ନାଁ। ଏମାନଙ୍କ ବାଦ୍ ବିଜେଡିରେ ଆହୁରି ଅନେକ ଆଶାୟୀ ଅଛନ୍ତି। ଜାଣନ୍ତୁ କଣ କହୁଛି ରାଜଧାନୀ ରାଜନୀତି ଗଣିତ
ପିଏମ୍ ଅନ୍ନ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଅଗ୍ରାହ୍ୟକୁ ନେଇ ଫେରାଦ ହେଲା ।ଏନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିଜେପି ପ୍ରତିନିଧି ଦଳ । ପୂର୍ବରୁ ମାଗଣା ରାସନ ଅବଧି ବଢ଼ାଇଥିବାରୁ ବିଜେପି ପ୍ରସ୍ତାବ ଆଣିଥିଲା ।
ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବୃହତ୍ ବିଜୟ ପରେ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଆଇପିଏସ୍ ଅଫିସରମାନେ ବି ମୁଖ୍ୟମନ୍ତ୍ରୀ ଭେଟି ଜଣାଇଲେ ଅଭିନନ୍ଦନ।
ସଂଖ୍ୟା ଗରିଷ୍ଠତା ନାହିଁ। କିନ୍ତୁ ଚେୟାରମ୍ୟାନ୍ ହୋଇଛନ୍ତ। କେଉଁଠି କଂଗ୍ରେସ, କେଉଁଠି ବିଜେପି ତ ଆଉ କେଉଁଠି ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ଚେୟାରମ୍ୟାନ୍। ହେଲେ ଦଳୀୟ କାଉନସିଲର କହୁଛନ୍ତି ଆମେ ଚେୟାରମ୍ୟାନ୍ କଥାରେ ନୁହେଁ, ଦଳର କଥାରେ କାମ କରିବୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ଉଦ୍ଦେଶ୍ୟରେ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ ।
ଅମଲାମାନେ ପଦ ମର୍ଯ୍ୟାଦାର ସବୁ ସୀମାରେଖା ଟପି ଯାଇଛନ୍ତି। ଏହା ପ୍ରଶାସନିକ ଇତିହାସର ଏକ କଳଙ୍କ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି।
ଓଡ଼ିଶାରେ ସଂଗଠନ ସୁଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ୍ । ସଦସ୍ୟତା ସଂଗ୍ରହ ଅଭିଯାନକୁ ଜୋରଦାର କରିବା ପାଇଁ କଂଗ୍ରେସର ପ୍ରୟାସ । ଅଫ୍ଲାଇନ୍ ସହ ଏଣିକି ଅନ୍ଲାଇନରେ ବି ସଦସ୍ୟତା ସଂଗ୍ରହ କରାଯିବା ନେଇ ଦଳ ପକ୍ଷରୁ କୁହାଯାଇଛି । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣାକୁ ଓହ୍ଲାଇବ କଂଗ୍ରେସ । ତେବେ ୨ ଏପ୍ରିଲରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରଦର୍ଶନ ଓ ୭ ଏପ୍ରିଲରେ ଭୁବନେଶ୍ୱରରେ ପ୍ରତିବାଦ କରିବ ଦଳ ।
ବଦଳୁଛି କି ରାଜଧାନୀବାସୀଙ୍କ ମୁଡ୍? ଭୁବନେଶ୍ୱର ମହାନଗର ନିଗମର ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଏକ ଲକ୍ଷ ୧୩ ହଜାର ୪ଶହ ଭୋଟ ମିଳିବା ପରେ ଏବେ ଏଭଳି ପ୍ରଶ୍ନ ଉଠିଛି ।
ତିନି ମହାନଗର ନିଗମର ମେୟର ପଦ ହାତେଇବା ସହ କର୍ପୋରେଟର ନିର୍ବାଚନରେ ବି ସବୁଠି ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି ହେଲେ ସବୁଠି ବଢ଼ିଛି ବିଜେପିର ଭୋଟ୍ ପ୍ରତିଶତ ଏମିତିକି ଗତଥର ତୁଳନାରେ ଏଥର ଦଳର କର୍ପୋରେଟର ସଂଖ୍ୟା ବି ବଢ଼ିଛନ୍ତି କିନ୍ତୁ କେବଳ କଟକକୁ ଛାଡ଼ି ଦେଲେ ସବୁଠି ଶୋଚନୀୟ ସ୍ଥିତିରେ କଂଗ୍ରେସ
ର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା । ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା । କେବଳ ବିଜେପି କି କଂଗ୍ରେସ ନୁହନ୍ତି, ଶାସକ ବିଜେଡିର ହେଭିୱେଟ ବି ଅନେକ ସ୍ଥାନରେ ପୌରାଧ୍ୟକ୍ଷ ଆସନ ହାତେଇବାରେ ଫେଲ୍ ମାରିଛନ୍ତି ଶାସକ ବିଜେଡି । ପୌରାଧ୍ୟକ୍ଷ ଭୋଟ୍ ଅପେକ୍ଷା କାଉନସିଲର ଭୋଟରେ ୨ ପ୍ରତିଶତ ଅଧିକ ଭୋଟ୍ ପାଇଛି ।
ରାଜନୈତିକ ସମୀକ୍ଷକଙ୍କ ମତରେ ସହରାଞ୍ଚଳ ଭୋଟ୍ ବେଳେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ରହିଥାଏ । ତେଣୁ ଫଳାଫଳ ଏଭଳି ହୋଇଛି । ଆଗକୁ ସେଥିରେ ସୁଧାର ନଆସିଲେଲେ ଓ ଲୋକଙ୍କ ସମସ୍ୟା ସମାଧାନ ନକଲେ ତାର ପ୍ରଭାବ ପଡିବ ।
ବିଜେଡ଼ି କେମିତି ଜିତିଛି ଆଉ କଣ ସବୁ କରି ଜିତିଛି ସମସ୍ତେ ଜାଣିଛନ୍ତି। ଟଙ୍କା ବାଣ୍ଟିଲେ, ସରକାରୀ କଳକୁ ନିଜ ସ୍ୱାର୍ଥରେ ଲଗାଇଲେ।