• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିନାକୀଙ୍କୁ ସମ୍ବିତଙ୍କ କାଉଣ୍ଟର ଆଟାକ୍‌ । କହିଲେ GPRS ଯଦି ହୋଇଥିଲା ଏବେ କ’ଣ ଚାଲିଛି ? ରାତି ଅଧରେ ଦୁଇ ଦିନ ହେଲା କ’ଣ ହେଉଛି ? ସାଂସଦ ପିନାକୀ ମିଶ୍ର ଓଡ଼ିଶାବାସୀଙ୍କୁ ମିସ୍‌ଲିଡ୍‌ କରୁଛନ୍ତି । ଆମେ ଢ଼ୋଙ୍ଗୀ ନା ଆପଣ ଢ଼ୋଙ୍ଗୀ ? ଶ୍ରୀମନ୍ଦିର ଚାରିପଟେ ଏବେ GPRS କରାଯାଉଛି । ଗତ ଦୁଇ ଦିନ ହେବ GPRS କାମ ଚାଲିଛି ।

ଆହୁରି ଦୁଇ ଦିନ ଏଭଳି ଚାଲିବ ବୋଲି କହି ଆଜି ସକାଳୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ସମ୍ବିତ ପାତ୍ର ସିଧା ସଳଖ କହିଛନ୍ତି, ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି । ତାହା ଏବେ ସମସ୍ତଙ୍କ ସାମ୍ନାରେ ପ୍ରମାଣିତ । ସିଂହ ମୂର୍ତ୍ତୀ ଭାଙ୍ଗିବା ଖବର ସମସ୍ତଙ୍କ ସାମ୍ନାକୁ ଆସିବା ପରେ ଏବେ GPRS କରାଯାଉଛି ।

ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି ବୋଲି କହିଲେ ସମ୍ବିତ । ଗୋଟିଏ ମିଛ ଲୁଚାଇବାକୁ ହଜାରେ ମିଛ କହିବାକୁ ପଡ଼େ । ରାତି ଅଧରେ ଲୁଚାଇ ଛପାଇ କାହିଁକି GPRS ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଆଗେ ଖୋଳିଲେ ପଛରେ GPRS କରିବା ସମ୍ପୂର୍ଣ୍ଣ ଅବୈଜ୍ଞାନିକ । ASI ଜାଣିଛି କି ପୁରୀରେ ଏବେ GPRS ହେଉଛି ବୋଲି ମଧ୍ୟ ପ୍ରଶ୍ନ କଲେ ? GPRS ବେଳେ ASI ଅଧିକାରୀ ଅଛନ୍ତି କି ନାହିଁ ସ୍ପଷ୍ଟ କରନ୍ତୁ ? ବ୍ୟକ୍ତିଗତ ଭାବେ ଗାଳିଗୁଲଜ ନ କରି ଓଡ଼ିଶାବାସୀଙ୍କୁ ଉତ୍ତର ଦିଅନ୍ତୁ ସାଂସଦ ପିନାକୀ ମିଶ୍ର ବୋଲି ସମ୍ବିତ କହିଛନ୍ତି ।

ସୂଚନା ଯୋଗ୍ୟ ଦୁଇ ଦିନ ପୂର୍ବେ ପିନାକୀ ମିଶ୍ର ନିଜ ଟ୍ୱିଟ୍‌ରେ କହିଥିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ GPRS କରାଯାଇଥିଲା । ଏହାର ରିପୋର୍ଟ ମଧ୍ୟ ଅଛି । ସଠିକ୍ ସମୟରେ ଏହାକୁ ଦେଖାଯିବ ।

 

ଏହା ପୂର୍ବରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ବିତ ପାତ୍ରଙ୍କୁ ଟାର୍ଗେଟ୍‌ କରି ପିନାକୀ କହିଥିଲେ, ଯେଉଁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଶ୍ନ କରୁଛନ୍ତି । ସେମାନଙ୍କର କେବଳ ରାଜନୀତି ଉଦ୍ଦେଶ୍ୟ ରହିଛି । ସେମାନେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ସେମାନେ ସବୁ ଢ଼ୋଙ୍ଗୀ ବାବା ବୋଲି କହିଥିଲେ ପିନାକୀ ।