• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 

ଥରେ ନିର୍ବାଚନ ସରିଲେ ୫ ବର୍ଷ ପର୍ଯ୍ୟନ୍ତ ନେତାଙ୍କ ଦେଖାନଥାଏ । ଭୋଟ୍‌ ପୂର୍ବରୁ ହାତ ଯୋଡି ଭୋଟ୍‌ ନେବା ପରେ ନେତାଙ୍କ ଦର୍ଶନ ମିଳିବା ବଡ଼ କଷ୍ଟକର । ଆଉ ଭୋଟ୍‌ରଙ୍କ ଅସୁବିଧା ଶୁଣିବା ପାଇଁ ନେତାଙ୍କ ପାଖରେ ମୋଟରୁ ସମୟ ହିଁ ନଥାଏ । ଏମିତି କଥା ଆପଣ ପୂର୍ବରୁ ଅନେକ ଥର ଶୁଣିଥିବେ ଆଉ ଦେଖି ଥିବେ ନିଶ୍ଚୟ । କିନ୍ତୁ ଏଇଠି ଆମେ ଯାହା କହିବୁ ତାହା ଏହାଠାରୁ ପୂରା ଅଲଗା ।

ଆମେ ଆଜି ଜଣେ ଏମିତି ମହିଳାଙ୍କ କଥା କହିବୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କହିବେ ଆଜି କା ଦୁନିଆରେ ଏମିତି ବି ନେତା ବା ନେତ୍ରୀ କ’ଣ ସତରେ ଅଛନ୍ତି ? ମହିଳା ଜଣଙ୍କ ଗାଁ କୁ ଗାଁ ବୁଲନ୍ତି । ଅହରହ ବୁଲନ୍ତି । ଆଉ ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଆରମ୍ଭ କରି ଗାଁର ମହିଳାଙ୍କ ସହ ମଧ୍ୟ ଭଲ ମନ୍ଦ ସୁବିଧା ଅସୁବିଧା ନେଇ ସବୁ ଆଲୋଚନାକ କରନ୍ତି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ମହିଳା ଜଣକ କିଏ ? କେଉଁ ନେତା ?

ମହିଳା ଜଣକ ହେଉଛନ୍ତି ଜଣେ କାଉନସିଲର । ଆଉ ନିର୍ବାଚନ ଜିତିବା ପରେ ଏମିତି ଗାଁକୁ ଗାଁ ବୁଲି ଲୋକଙ୍କ ଅସୁବିଧା କଥା ବୁଝୁଛନ୍ତି । ଆଉ କେମିତି ସେମାନଙ୍କୁ ସରକାରୀ ସୁବିଧା ମିଳିବ ସେ କଥା ଚିନ୍ତା କରୁଛନ୍ତି । ଆଉ ନେତାଙ୍କୁ ପାଖରେ ପାଇ ନିଜର ଅସୁବିଧାର ଚିଠା ଖୋଲି ଦେଉଛନ୍ତି ଭୋଟର ।

ଭଦ୍ରକ ଜିଲ୍ଲା ଧାମନଗର, ବିଜ୍ଞାପିତ ଅଂଚଳର ମାନ୍ୟତା ପାଇବା ପରେ ପ୍ରଥମ ଥର ପୌର ନିର୍ବାଚନ ପାଇଁ ଭୋଟ ହୋଇଥିଲା । ଆଉ ଭୋଟରେ ବିଜୟୀ ହେବା ପରେ ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି ସୁବାସିନୀ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇଏ କେବଳ ଭୋଟରଙ୍କ ଅସୁବିଧା ଶୁଣୁଛନ୍ତି ତାହା ନୁହେଁ ବରଂ ଅଭିଯୋଗ ଗୁଡ଼ିକୁ ନିଜେ ଧରିଥିବା ଡାଏରୀରେ ଟିପି ରଖୁଛନ୍ତି । ଯେମିତି କି କୌଣସି ଅଭିଯୋଗ ଭୁଲି ନଯିବେ । ଆଉ ନେତ୍ରୀଙ୍କ ଏମିତି କାମକୁ ନେଇ ଭୋଟର ବି ବେଶ୍‌ ଖୁସ୍ ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଏଥର ନୁହେଁ ବରଂ ବହୁ ପୂର୍ବରୁ ସୁବାସିନୀ ଏମିତି ଗାଁକୁ ଗାଁ ବୁଲି ଲୋକଙ୍କ ଅସୁବିଧା ବୁଝନ୍ତି । ଆଉ କେମିତି ସମାଧାନ ହେବ ସେନେଇ କାମ ବି କରନ୍ତି । ତେବେ ନେତା ଥରେ ଭୋଟ୍‌ ପାଇଲେ ଭୋଟରଙ୍କ ଦୁଃଖ ଶୁଣୁନଥିବାର ଅନେକ ଅଭିଯୋଗ ଆସେ। କିନ୍ତୁ ଏ ଦୃଶ୍ୟକୁ ଦେଖିଲେ ଆପଣ ବି କହିବେ ଆମକୁ ଏମିତି ନେତା ଦରକାର ।