/odishatv-khabar/media/post_attachments/uploadimage/library/16_9/16_9_0/dggfgf_1738216486.jpg)
F-35 Fighter Jet Crash News
ସକାଳୁ ସକାଳୁ ବଡ଼ ଦୁର୍ଘଟଣାରେ ଚାଲିଗଲା ୧୯ଜଣଙ୍କ ଜୀବନ । ବିମାନ ଦୁର୍ଘଟଣା ଫଳରେ ଏମିତି ଘଟିଥିବା ଜଣାପଡିଛି । ଆମେରିକୀୟ ଯାତ୍ରୀବାହୀ ବିମାନ ସହ ଆମେରିକୀୟ ସେନା ହେଲିକପ୍ଟର ଧକ୍କାହେବାରୁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଛି । ଯାତ୍ରୀ ବିମାନ ଅବତରଣ ବେଳେ ଏମିତି ଭୟଙ୍କର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଯାତ୍ରୀବାହୀ ବିମାନ ଅବତରଣ ବେଳେ ସେନାର ବ୍ଲାକ ହକ୍ ହେଲିକପଟର ସହ ଧକ୍କା ହୋଇଛି । ଦୁଇଟି ବିମାନ ଧକ୍କାହେବା ଫଳରେ ଆକାଶରେ ଭୟଙ୍କର ଆଲୋକ ଦେଖିବାକୁ ମିଳିଥିଲା ।
ବିମାନଟି ୱାଶିଂଟନ ବିମାନ ବନ୍ଦରକୁ ଆସିବାବେଳେ ଏମିତି ଦୁର୍ଘଟଣା ଘଟିଥିଲା । ଏହାପରେ ଉଦ୍ଧାରକାର୍ଯ୍ୟ ପାଇଁ ସମସ୍ତ ବିମାନକୁ ବାତିଲ କରାଯାଇଛି । ଦୁର୍ଘଟଣାପରେ ପୋଟମ୍ୟାକ ନଦୀ (Potomac River) ନିକଟରୁ ୧୯ଟି ମୃତ ଶରୀର ଉଦ୍ଧାର କରାଯାଇଛି । ଦୁଇଟି ଫ୍ଲାଇଟରେ ପ୍ରାୟ 70 ଜଣ ଯାତ୍ରୀ ଥିବା ନେଇ ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଏଜେନ୍ସି ବିନିଯୋଗ ହୋଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
#ହେଲିକପ୍ଟର_ଦୁର୍ଘଟଣାଗ୍ରସ୍ତ
-ଆମେରିକାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
-ୱାଶିଂଟନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା
-ଅବତରଣ ବେଳେ ଦୁର୍ଘଟଣା, ମୃତାହତ ସୂଚନା ମିଳିନି
-ଉଡ଼ାଣ ଭରିବାକୁ ଥିବା ସମସ୍ତ ବିମାନ ବାତିଲ, ଉଦ୍ଧାର କାର୍ଯ୍ୟ ଜାରି#HelecopterCrash#Washington#OTVpic.twitter.com/MaVxM6dsXI— ଓଟିଭି (@otvkhabar) January 30, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)