• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡର କଣ ପାଇଁ.. ଭୟ କାହାକୁ ? କରିଡର ନିର୍ମାଣରେ ପାରଦର୍ଶିତା ଆବଶ୍ୟକ । କାହାକୁ ଡରୁଛନ୍ତି ରାଜ୍ୟ ସରକାର ? କାହିଁକି ଭୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଢ଼େ ୪ କୋଟି ଲୋକ ଜାଣି ସାରିଲେଣି ରାଜ୍ୟ ସରକାର କଣ କରୁଛନ୍ତି । ଭୁଲ କରିଛନ୍ତି ତେଣୁ ଏବେ କଭରଅପ୍ ଓ ମ୍ୟାନେଜ କରିବାକୁ ଚେଷ୍ଟା କରାଯାଉଛି ।

ଯଦି ଭୁଲ ନ ଥିଲା ତାହେଲେ ରିସେପସନ ସେଣ୍ଟର କାହିଁକି ୧୦୦ ମିଟର ବାହାରକୁ ନେଲେ ବୋଲି ପ୍ରଶ୍ନ କରିଛନ୍ତି । NMA କାହିଁକି ବିଲ୍ଡିଂ ଉଚ୍ଚତା କମ୍ କରିବା ପାଇଁ SJTAକୁ ଚିଠି ଲେଖିଲା ? ଯଦି, କୌଣସି ଭୁଲ ହୋଇନି କିମ୍ବା ଡର ନାହିଁ ତାହେଲେ ରାତି ଅନ୍ଧାରରେ କାହିଁକି GPRS କଲେ ବୋଲି ପ୍ରଶ୍ନ ଦୋହରାଇଛନ୍ତି ଅପରାଜିତା । ଶ୍ରୀମନ୍ଦିର ଚାରିପଟେ କଣ ହେଉଛି ତାହା ପ୍ରଥମେ ପୁରୀ ସାଂସଦଙ୍କୁ ଜଣାନ୍ତୁ ସରକାର, ଏହାପରେ ଅନ୍ୟ ମାନଙ୍କୁ ଜଣାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।

 

ସେହିପରି ରାତି ଅନ୍ଧକାରରେ ଚୋର ଓ ଡକାୟତମାନେ କାମ କରନ୍ତି । ଯିଏ କିଛି ଲୁଚେଇବାକୁ ଚାହାନ୍ତି ସିଏ ଏପରି ଘନ ଅନ୍ଧାରରେ କାମ କରନ୍ତି ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଦିନ ବେଳେ ଲୋକଲୋଚନରେ କାମ କରିବାରେ ବାଧା କେଉଁଠି ? ତାସହ ଗୃହ କମିଟି କାହିଁକି ଦିନରେ ଯାଇ ଅନୁଧ୍ୟାନ କରି ପ୍ରମାଣ ସଂଗ୍ରହ କରୁନି ବୋଲି ପ୍ରଶ୍ନ ଉଠାଇଛନ୍ତି ନରସିଂହ ।

ସେପଟେ ରାତି ଅଧିଆ GPRSକୁ ନେଇ ରା୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସମ୍ବିତ ପାତ୍ର । ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି ବୋଲି କହିଛନ୍ତି ସମ୍ବିତ । ଆଜି ନୂଆଦିଲ୍ଲୀରେ ଏକ ପ୍ରେସମିଟ୍ କରି ସମ୍ବିତ କହିଛନ୍ତି ଯେ, ଗୋଟିଏ ମିଛ ଲୁଚାଇବାକୁ କିଭଳି ହଜାରେ ମିଛ କହିବାକୁ ପଡ଼େ, ତାର ପ୍ରମାଣ ମିଳିଛି । ରାତି ଅଧରେ ଲୁଚାଇ ଛପାଇ କାହିଁକି GPRS ହେଉଛି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ । ଆଗେ ଖୋଳିବା ପରେ ପଛରେ GPRS କରିବା ସମ୍ପୂର୍ଣ୍ଣ ଅବୈଜ୍ଞାନିକ ବୋଲି କହିଛନ୍ତି ସମ୍ବିତ ।

ସେ ପୁରୀ ସାଂସଦଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ପିନାକୀ ବାବୁ ଖନନ ପୂର୍ବରୁ GPRS ହୋଇଛି ବୋଲି ଟ୍ୱିଟ୍ କରିଥିଲେ । ଯଦି GPRS ହୋଇଥିଲା ତାହେଲେ ଏବେ କଣ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣେ ପୁରୀରେ GPRS ହେଉଛି ବୋଲି ASI ଜାଣିଛି କି ନାହିଁ ବୋଲି ପଚାରିଛନ୍ତି ସମ୍ବିତ । GPRS  ବେଳେ ASI ଅଧିକାରୀ ଅଛନ୍ତି କି ନାହିଁ ସ୍ପଷ୍ଟ କରିବା ସହ ପିନାକୀ ବାବୁ ଏନେଇ ଫଟୋ ସହ ପ୍ରମାଣ ଭିତ୍ତିକ ତଥ୍ୟ ଦେବାକୁ ସେ ଦାବି କରିଛନ୍ତି । ଯଦି ASI ଅନୁପସ୍ଥିତିରେ GPRS  ହେଉଥାଏ, ତେବେ ତାହା ବେଆଇନ । ରାଜ୍ୟ ସରକାର ଓ ପିନାକୀ ବାବୁ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ତେଣୁ ବ୍ୟକ୍ତିଗତ ଭାବେ ଗାଳିଗୁଲଜ ନ କରି ଓଡ଼ିଶାବାସୀଙ୍କୁ ଏହାର ଉତ୍ତର ଦିଅନ୍ତୁ ବୋଲି କହିଛନ୍ତି ସମ୍ବିତ ।

ତେବେ ସମ୍ବିତ ପାତ୍ରଙ୍କ ଅଭିଯୋଗକୁ ନେଇ ବିଜେଡି ମୁଖପାତ୍ର ସୁଲତା ଦେଓ ପ୍ରତିକ୍ରିୟା ରଖିଛନ୍ତି  ା ପୁରୀ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ସମ୍ବିତ । GPRS ପୂର୍ବରୁ ହୋଇ DPR ଏନ୍ଏମ୍ଏକୁ ଦିଆଯାଇଥିଲା । ଯେଉଁ ସେବାୟତମାନେ ଜମି ଦେଇଛନ୍ତି, ସେମାନେ କେବେ ବି କ୍ଷମା କରିବେ ନାହିଁ । ସମ୍ବିତଙ୍କୁ ନିୟମିତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା କରିବେ ନାହିଁ । ତେଣୁ ସେ ରାଜନୀତି କରିବା ଛାଡ଼ନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ସୁଲତା ଦେଓ ।