Advertisment

ମହାନଦୀ ଜଳ ବିବାଦ: ଦିନେ ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇ ଥିଲେ, ଏବେ କୁଆଡ଼େ ଗଲେ ବିଜେଡି ନେତା ?

ମହାନଦୀ ସମସ୍ୟାର ସମାଧାନ ହୋଇନଥିଲେ ବି ଏବେ କୁଆଡ଼େ ଗଲେ ବିଜେଡି ନେତାମାନେ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏ ପ୍ରସଙ୍ଗକୁ ନେଇ ବିଜେଡି ଅନେକ ତୁମ୍ଭି ତୋଫାନ କରିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Mahanadi Water Issue

Mahanadi Water Issue

ମହାନଦୀ ଜଳ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଅନେକ ଥର ଚେଷ୍ଟା କରିଛନ୍ତି। ମହାନଦୀ ସମସ୍ୟାର ସମାଧାନ ହୋଇନଥିଲେ ବି ଏବେ କୁଆଡ଼େ ଗଲେ ବିଜେଡି ନେତାମାନେ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏ ପ୍ରସଙ୍ଗକୁ ନେଇ ବିଜେଡି ଅନେକ ତୁମ୍ଭି ତୋଫାନ କରିଥିଲା। ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇ ଥିଲା। ଏବେ କୁଆଡ଼େ ଗଲେ ବୋଲି ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି।

Advertisment

ସେତେବେଳେ ଛତିଶଗଡ଼ରେ ବିଜେପି ସରକାର ଥିଲା ବୋଲି ବିଜେପିକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଅନ୍ୟତମ ପୁରୋଧା ସୁଦର୍ଶନ ଦାସ ଦୋଷ ଦେଉଥିଲେ। ଏବେ ତ ସେଠି କଂଗ୍ରେସ ସରକାର। ଓଡ଼ିଶାରେ ତ କଂଗ୍ରେସ ବିଜେଡିର ବି ଟିମ୍‌ ଭାବେ କାମ କରୁଛି। ସୁଦର୍ଶନ ଦାସ ତ ସେତେବେଳେ ବହୁତ ଚିତ୍କାର କରୁଥିଲେ, ଏବେ ତ ତାଙ୍କ ଦଳର ସରକାର ଛତିଶଗଡ଼ରେ ଅଛି, ବିବାଦର ସମାଧାନ କରାନ୍ତୁ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି। ସେପଟେ ବିଜେଡି କହିଛି, ମହାନଦୀ ଜଳକୁ ଓଡ଼ିଶା ଆଣିବା ଲାଗି ରାଜ୍ୟ ସରକାର କେନ୍ଦ୍ର ସହ ଲଢେଇ କରିଛନ୍ତି। କୋର୍ଟକୁ ଯାଇଛନ୍ତି। ମହାନଦୀ ଲଢେଇରେ ସମସ୍ତେ ସାମିଲ ହେବାକୁ ଦଳ ଆହ୍ୱାନ କରିଛି। 

ଅନ୍ୟପକ୍ଷେ, ଛତିଶଗଡ଼ କଲମା ନିକଟରେ ବ୍ୟାରେଜ ହୋଇଥିବାରୁ ଛତିଶଗଡ଼ ପଟେ ମହାନଦୀର ପାଣି ଲହଡ଼ି ମାରୁଥିବା ବେଳେ ଓଡିଶା ପଟେ ଥିବା ମହାନଦୀ ସମ୍ପୂର୍ଣ୍ଣ ଶୁଷ୍କ ରହିଛି । ଏହା ହେଉଛି ବାସ୍ତବ ଚିତ୍ର ଯେଉଁଥି ପାଇଁ ବ୍ୟାରେଜର ତଳମୁଣ୍ଡରେ ଥିବା ଓଡ଼ିଶା ଚାଷୀ, ମତ୍ସ୍ୟଜୀବୀ ସିଧାସଳଖ ପ୍ରଭାବିତ ହେଉଛନ୍ତି। ତେବେ ଏହି ମାମଲା ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଅତିଶୀଘ୍ର ଏହାର ସମାଧାନ ନହେଲେ ଓଡ଼ିଶାବାସୀ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେବେ....।

Advertisment
Mahanadi Water Issue BJP Leader Pradip Purohit
Advertisment
Advertisment