• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଅନଲାଇନ୍  ଟ୍ରେଡିଂ ହେଲା କାଳ । ଲୋଭର ବଶବର୍ତ୍ତୀ ହୋଇ ଠକେଇର ଶିକାର ହେଲେ ୧୫୦ରୁ ଉର୍ଦ୍ଧ୍ବ ଲୋକ । ଅନଲାଇନ୍ ଟ୍ରେଡିଂ ଜାଲରେ ଫସି ଲକ୍ଷ ଲକ୍ଷ ଟଙ୍କା ହରାଇଲେ ଜମାକାରୀ । ଅନଲାଇନ ଟ୍ରେଡିଂ ନାମରେ ଅଳ୍ପ ଦିନରେ ଟଙ୍କା ଦୁଇଗୁଣା କରାଇଦେବା ଲୋଭ ଦେଖାଇ ଖାଜା ସାହି ଓ ଆଖପାଖ ସାହିର ୧୫୦ ରୁ ଅଧିକ ଜମାକାରୀଙ୍କ ଠାରୁ ୪ କୋଟି ଟଙ୍କା ହଡପ କରିନେଇଥିଲେ ଠକ । ଏହାପରେ ଟଙ୍କା ନଦେବାରୁ ଉକ୍ତ ଠକ ମାନଙ୍କୁ କିଛି ଯୁବକ ଅପହରଣ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ତେବେ ଠକମାନଙ୍କୁ ପୋଲିସ ଉଦ୍ଧାର କରିବାପରେ ଟଙ୍କା ବାଣ୍ଟିବାକୁ କେନ୍ଦ୍ରକରି ମାରପିଟ୍ ହୋଇଥିଲା ।

ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଘଟଣାରେ ପୋଲିସ ସମୁଦାୟ ୩ଟି ମାମଲା ରୁଜୁ କରିଛି । ପୋଲିସ ଏହି ମାମଲାରେ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହେବାପରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଟାଉନ ଥାନା ଅନ୍ତର୍ଗତ ପାତ୍ରପେଟା ସାହି ୨ୟ ଲାଇନର ସେଖ୍ ସୁଲେମାନ ଅଲ୍ଲୀ ଅନଲାଇନ୍ ଟ୍ରେଡିଂ ନାମରେ ଅଧିକ ମୁନାଫା ଦେବାକୁ କହିବାରୁ ତାଙ୍କ ସମ୍ପ୍ରଦାୟର ଆଖପାଖ ସାହିର ୧୫୦ରୁ ଉର୍ଦ୍ଧ୍ବ ଲୋକ ପ୍ରାୟ ୪କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିନିଯୋଗ କରିଥିଲେ । କିନ୍ତୁ ସେ ଟଙ୍କା ଦେଇ ନପାରିବାରୁ ତାଙ୍କୁ କିଛି ଯୁବକ ବାଇକ୍ ଓ ପରେ କାର ଯୋଗେ ଅପହରଣ କରି ନେଇଥିଲେ ।

ଏନେଇ ଖବର ପାଇ ଟାଉନଥାନା ପୋଲିସ ତାଙ୍କୁ ଦିଗପହଣ୍ଡିରୁ ଉଦ୍ଧାର କରିଥିଲା । ପୋଲିସ ଏହି ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି । ତେବେ ପରେ ତାଙ୍କ ଟଙ୍କା ଫେରସ୍ତ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ପୋଲିସ ଆଉ ୬ଜଣଙ୍କୁ ଗିରଫ କରିଛି ।

ଅପହରଣ ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ହର୍ଷ ବିହାରର ସେଖ୍ ଅଲତାଫ(୩୨), ଖାଜା ସାହିର ମହମ୍ମଦ ସତାର ଓରଫ ଇମରାନ(୩୯) ଓ ଗୋଲିଆ ସାହିର ସୟଦ ନୁର ମହମ୍ମଦ ଖାଦ୍ରି(୩୦) । ଗଣ୍ଡଗୋଳରେ ସଂପୃକ୍ତ ଥିବା ଖାଜା ସାହିର ୟୁନୁସ ଖାନ ଓ ସଲିମ ଖାନ(୩୭) ସମେତ ବିପକ୍ଷ ଗୋଷ୍ଠୀର ୩ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ବିପକ୍ଷ ଗୋଷ୍ଠୀର ଅଭିଯୁକ୍ତମାନେ ହେଲେ ଖାଜା ସାହିର ମନସୁର ବାଗ୍(୪୧), ସୟଦ ଏହସାନ ଓ ସେଖ୍ ଅଜିମ(୩୩) । ଏଭଳି ଘଟଣାକୁ ନେଇ ବ୍ରହ୍ମପୁର ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି ।

ଅଧିକ ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଲୋକେ; ଆହୁରି ବଢିବ ତାତି!

  • Reported by:
  • Jagannath Sahu

OTV is now on Whatsapp

Join and get latest news update delivered to you via whatsapp

Join Now