• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟର ଓବିସି ମାନଙ୍କୁ ଭୂଆଁ ବୁଲାଇଛନ୍ତି କି ରାଜ୍ୟ ସରକାର ? ମଧ୍ୟପ୍ରଦେଶ ଲୋକାଲ ବଡ଼ି ନିର୍ବାଚନରେ ଓବିସିଙ୍କୁ ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ଅନୁମତି ପରେ ଏବେ ବିରୋଧୀ ଉଠାଇଛନ୍ତି ଏଭଳି ପ୍ରଶ୍ନ । ବିଜେପି ରାଜ୍ୟ ସରକାରଙ୍କୁ ସିଧାସଳଖ ଭାବେ ସମାଲୋଚନା କରି କହିଛି, ରାଜ୍ୟରେ ଲୋକାଲ ବଡି ନିର୍ବାଚନ ବେଳେ ସଂରକ୍ଷଣ ପ୍ରସଙ୍ଗରେ ହାଇକୋର୍ଟରେ ରାଜ୍ୟ ସରକାର କହିଥିଲେ ଓବିସିଙ୍କ ଡାଟା ନାହିଁ । କିନ୍ତୁ ଓଡ଼ିଶାରେ ୫୪ ଭାଗ ବା ଅଢ଼େଇ କୋଟିରୁ ଅଧିକ ଓବିସି ବର୍ଗର ଲୋକେ ଅଛନ୍ତି । ଅଥଚ ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇଛି । ରାଜ୍ୟରେ ଓବିସି କମିଶନ କଣ କରୁଛି, ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛି ବିଜେପି ।

ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଓବିସିଙ୍କୁ ସଂରକ୍ଷଣ ଅନୁମତି ଦେବା ପରେ ଓଡ଼ିଶା ସରକାର କୋର୍ଟକୁ ଯିବେ କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । କେବଳ ବିଜେପି ନୁହେଁ, କଂଗ୍ରେସ ମଧ୍ୟ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି । ମଧ୍ୟପ୍ରଦେଶ ସରକାର ଯଦି ଓବିସି ବର୍ଗଙ୍କୁ ସଂରକ୍ଷଣ ଦେଇ ପାରିଲା, ଓଡିଶା ସରକାର କାହିଁକି ପାରୁନାହାଁନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତେବେ କଂଗ୍ରେସ ଏବଂ ବିଜେପିର ଏଭଳି ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।