ପଶ୍ଚିମ ଓଡ଼ିଶାର ହଟ୍ ସିଟ୍। ବଡ଼ ନେତା, ହାଇପ୍ରୋଫାଇଲ୍ ଉପନିର୍ବାଚନ। କାହା ହାତକୁ ଯିବ କ୍ଷମତା ? ବ୍ରଜରାଜନଗର ଉପନିର୍ବାଚନର ଆଜି ଭୋଟ୍ ଗଣତି। ସକାଳ ୮ ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି। ଏହାପରେ ଇଭିଏମ୍ ଗଣତି କରାଯିବ।
ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡେଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା ।
ନବ ସଂକଳ୍ପ ଶିବିରରେ ତିନି ବିଧାୟକ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ରମେଶ ଜେନାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଯୋର ଧରିଛି। ସ୍ୱାସ୍ଥ୍ୟଗତ କାରଣରୁ ଗତକାଲି ସଂକଳ୍ପ ଶିବିରରେ ଯୋଗ ଦେଇପାରିନଥିଲି ବୋଲି ତାରା ବାହିନୀପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।
କଂଗ୍ରେସର ନୂଆ ପିସିସି ସଭାପତିଙ୍କ ଚେତାବନୀ। ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ। ଶୃଙ୍ଖଳା ଭିତରେ ରହି କାମ କରାଯିବ। କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ନୂଆ ସଭାପତିଙ୍କ ନୂଆ ଷ୍ଟ୍ରାଟେଜି।
ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ତେଜିଥିବା ଗଛ ନିପାତ ବିରୋଧୀ ଅଭିଯାନ ସ୍ୱର ସହ ସ୍ୱର ମିଳାଇଛନ୍ତି ବୁଦ୍ଧିଜୀବୀ, ପରିବେଶବିତ୍, ରାଜନେତା ଓ ବୃକ୍ଷପ୍ରେମୀ ।
ବ୍ରଜରାଜନଗର ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଥିଲା ମତଦାନ । ଭୋଟ୍ ଦେବା ପାଇଁ ନିଜ ନିଜ ବୁଥରେ ସକାଳୁ ଭିଡ଼ ଲଗାଇଥିଲେ ଭୋଟର । ୮୫ ନମ୍ବର ବୁଥକୁ ଛାଡ଼ି ଆଜି ସୁରୁଖୁରୁରେ ଶେଷ ହୋଇଛି ବ୍ରଜରାଜନଗର ଉପନିର୍ବାଚନ ।
କଂଗ୍ରେସ ରାଜ୍ୟସଭା କନ୍ଦଳ । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ତେଜିଲା ବିବାଦ ।
ରାଜ୍ୟସଭାକୁ ଯିବେ ଚାରି ଯୁବ ଚେହେରା, ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ୍ ପାତ୍ର ଓ ନିରଂଜନ ବିଶି । ନାଁ ଘୋଷଣା ପରେ ନିରାଶ ହୋଇଛନ୍ତି ପୂର୍ବରୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ପାଇଥିବା ଓ ଆଶାୟୀ ଥିବା ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରଦୀପ ମାଝୀଙ୍କ ଭଳି ଅନେକ ନେତା ।
ଅସଜଡ଼ା ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ନୂଆ କରି ରାଜ୍ୟ କଂଗ୍ରେସର ମୁଖିଆ ହୋଇଥିବା ଶରତ ପଟ୍ଟନାୟକ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ରଣନୀତି ପ୍ରସ୍ତୁତି କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ନବୀନ । ମହାମାରୀ ପରେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ନବୀନ ।
ବିଜେଡି ରାଜ୍ୟସଭା ପ୍ରାର୍ଥୀ ପ୍ରସଙ୍ଗରେ, ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଆଜି ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି। ପୂରା ପ୍ରତିକ୍ରିୟା ଶୁଣିଲେ ଲାଗୁଛି- ବାବା ପାଟ୍ଟଶାଣୀ, କହିଲେ ଅଳପ, ଢୋକିଲେ ବେଶୀ ।
ଶେଷ ହେଲା ନବୀନଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ । 5-T, ସ୍ମାର୍ଟ ସ୍କୁଲ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମିଶନ୍ ଶକ୍ତି ଓ ଧାର୍ମିକ ପୀଠର ସୌନ୍ଦର୍ଯ୍ୟକରଣ ଆଦି ନୂଆ ନୂଆ ଯୋଜନା ଆରମ୍ଭ କରି ଲୋକପ୍ରିୟତା ବଜାୟ ରଖିବାକୁ ଉଦ୍ୟମ କରିଥିଲେ ରାଜ୍ୟ ସରକାର ।
ଗର୍ଜନର ଆଢୁଆଳରେ କଟାସରିଲାଣି ବର, ଅଶ୍ୱତ୍ଥ, ବଉଳ, ଆମ୍ବ, ନିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ଅଶୋକ, ରାଧାଚୁଡ଼ା ଆଦିକୁ ମିଶାଇ ପ୍ରାୟ ୪ଶହ ଗଛ । ଆଗକୁ ଆହୁରି ଟଳିବ ୪ ରୁ ୫ଶହ ଗଛ ।
ବର୍ଷ ପରେ ବର୍ଷ ରାଜଧାନୀବାସୀ ଯେଉଁ ଅସହ୍ୟ ଗ୍ରୀଷ୍ମପ୍ରବାହର ସାମ୍ନା କରୁଛନ୍ତି, ତା ପଛରେ ଉଭେଇ ଯାଉଥିବା ସବୁଜବଳୟ ବି ବହୁ ମାତ୍ରାରେ ଦାୟୀ । ଏଭଳି ସ୍ଥିତିରେ ଦଶଗୁଣ ବୃକ୍ଷରୋପଣ କରିବି କହି, ଦଶନ୍ଧି ଦଶନ୍ଧି ପୁରୁଣା ବୃକ୍ଷକୁ ନିଶ୍ଚିହ୍ନ କରିଦେବା କେତେ ଯୁକ୍ତିଯୁକ୍ତ?
ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି ।
ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ନିରଞ୍ଜନ ବିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି । ଯେଉଁଥିରେ ମହିଳା, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗ ଭଳି ସବୁ ବର୍ଗରୁ ପ୍ରତିନିଧିତ୍ୱର ସୁଯୋଗ ଉପକୂଳ ଓ ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି ।
ପଞ୍ଚମ ପାଳି ଆରମ୍ଭରେ ୫ଟି ଓ ମୋ ସରକାର ଭଳି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିଥିଲେ ନବୀନ ।
ବୁଥ୍ ଗୁଡିକରେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ ୫୦ ପ୍ରତିଶତ ବୁଥର ୱେବକାଷ୍ଟିଂ କରାଯିବ ।
୪ ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି ।
ଓଡ଼ିଶାରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଢୁଛି ରାଜ୍ୟ ସରକାରଙ୍କ ଅଡୁଆ । ବିବାଦ ଯେତିକି ବଢୁଛି, ଚାପ ସେତିକି ପଡୁଛି । ଏହା ଭିତରେ ପୁଣିଥରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ସାଂସଦ ପିନାକୀ ମିଶ୍ରଙ୍କ ଗାଡ଼ିକୁ କାଳିମାଡ଼ କରିଛନ୍ତି ଛାତ୍ର କଂଗ୍ରେସ ।
ଆରମ୍ଭରୁ ପ୍ରକଳ୍ପ କାର୍ଯ୍ୟ ଠିକ୍ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ କରିନାହାନ୍ତି ବୋଲି ସେ କହିଛନ୍ତି ।
ପ୍ରକଳ୍ପର ଷ୍ଟ୍ରକଚରାଲ ଇଂଜିନିୟର, ହେରିଟେଜ କଞ୍ଜର୍ଭେସନ ଆର୍କିଟେକ୍ଟ କିଏ?
କିଏ ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି ।