Advertisment

ଆଜି ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି, ରେଜଲ୍ଟ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ସେଲିବ୍ରେସନ୍‌

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା। ଆଜି ଦିନ ୧୧ଟାରେ ପାର୍ଲାମେଣ୍ଟ ହାଉସ୍‌ର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍‌ରେ ଭୋଟ୍‌ ଗଣତି ଆରମ୍ଭ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Counting of votes today to elect 15th President of India

Counting of votes today to elect 15th President of India

ଖୋଲିବ ବାଲଟ୍ ବକ୍ସ। ଦେଶ ପାଇବ ତାର ପଞ୍ଚଦଶ ରାଷ୍ଟ୍ରପତି। ତେବେ କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ମିଳିତ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ? ଆଜି ତାହା ଜଣାପଡ଼ିବ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା। ଏହାପରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଦେଶର ୩୦ଟି ମତଦାନ କେନ୍ଦ୍ରରୁ ବାଲଟ୍ ବକ୍ସ ସଂସଦ ଭବନରେ ପହଞ୍ଚି ସାରିଛି।  କଡ଼ା ସୁରକ୍ଷାରେ ଏହି ବକ୍ସ ସବୁ ରହିଛି।  

Advertisment

ଆଜି ଦିନ ୧୧ଟାରେ ପାର୍ଲାମେଣ୍ଟ ହାଉସ୍‌ର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍‌ରେ ଭୋଟ୍‌ ଗଣତି ଆରମ୍ଭ ହେବ। ଭୋଟ୍‌ ଗଣତି ବେଳେ ନିଜେ ପ୍ରାର୍ଥୀ ଓ ତାଙ୍କ ଦ୍ୱାରା ମନୋନୀତ ଜଣେ ପ୍ରତିନିଧି ଉପସ୍ଥିତ ରହିପାରିବେ। ଏହାଛଡ଼ା ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଅବଜରଭର, ପିଆଇବି ଦ୍ୱାରା ସ୍ୱୀକୃତିପ୍ରାପ୍ତ ତଥା ନିର୍ବାଚନ କମିଶନଙ୍କ ଅନୁମତିପତ୍ର ପାଇଥିବା ସାମ୍ବାଦିକ ମଧ୍ୟ ଗଣତି କେନ୍ଦ୍ରରେ ରହିପାରିବେ। ଭୋଟ୍‌ ଗଣତି ଶେଷ ହେବାମାତ୍ରେ ଫଳାଫଳ ଘୋଷଣା ହେବ । ଏପରିକି ଫଳାଫଳକୁ ରାଜ୍ୟସଭା ୱେବ୍‌ସାଇଟ୍‌ର ରାଷ୍ଟ୍ରପତି ନିର୍ବାଚନ ଲିଙ୍କ୍‌ରେ ଅପଲୋଡ୍ କରାଯିବ ବୋଲି ମୁଖ୍ୟ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି। 

ସେପଟେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିିତ ହୋଇଛି। ଏହି ଆଶା ଆଉ ବିଶ୍ୱାସର ସହ ରାଇରଙ୍ଗପୁରରେ ଆରମ୍ଭ ହୋଇଗଲାଣି ଉତ୍ସବ ପାଳନ ପ୍ରସ୍ତୁତି। ବିଜୟ ଉତ୍ସବର ପ୍ରସ୍ତୁତି ସ୍ୱରୂପ ରାଇରଙ୍ଗପୁର ଧର୍ମଶାଳରେ ତିଆରି ଚାଲିଛି ମିଠା, ପିଠା। ୧୦ ହଜାର ବୁନ୍ଦି ଲଡୁ ଧର୍ମଶାଳାରେ ତିଆରି କରାଯାଉଛି। ଯେଉଁଥିରେ ଲାଗିଛନ୍ତି ୨୦ ଜଣ କାରିଗର। ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହେବ। ତେଣୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଫଳାଫଳ ପରେ ରାଇରଙ୍ଗପୁର ସହରରେ ବଣ୍ଟା ହେବ ବୁନ୍ଦି ଲଡୁ।

Advertisment

Draupadi Murmu Presidential Election 2022 Presidential Election Results Yashwant Sinha
Advertisment
Advertisment