• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କିଏ ହେବେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ପଦର ଅଧିକାରୀ ? ସରିଛି ଚୟନ, ଆଜି ଫଳାଫଳର ଦିନ । ଦେଶର ୧୫ତମ ରାଷ୍ଟ୍ରପତି ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି । କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ?

ଏହାର ଗଣନା ଏବେ ସଂସଦର ୬୩ ନମ୍ବର ରୁମରେ ଚାଲିଛି । ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଅବଜରଭର, ପିଆଇବି ଦ୍ୱାରା ସ୍ୱୀକୃତିପ୍ରାପ୍ତ ତଥା ନିର୍ବାଚନ କମିଶନଙ୍କ ଅନୁମତିପତ୍ର ପାଇଥିବା ସାମ୍ବାଦିକ ମଧ୍ୟ ଗଣତି କେନ୍ଦ୍ରରେ ରହିଛନ୍ତି ।

ତେବେ ଏହାରି ଭିତରେ ଦ୍ରୌପଦୀ ମୁର୍ମୁ ଆଗୁଆ ଥିବା ଜଣାପଡ଼ିଛି । ପ୍ରଥମ ରାଉଣ୍ଡ୍‌ ଫଳାଫଳ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ୟଶୋବନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ମିଳିଛି । ପ୍ରଥମ ରାଉଣ୍ଡରେ କେବଳ ସାଂସଦ ମାନଙ୍କ ଭୋଟ୍‌ ଗଣତି ହୋଇଛି । ସମୁଦାୟ ଭୋଟରୁ ୧୫ଟି ଭୋଟ୍‌ ନାକଚ ହୋଇଛି । 

ଦ୍ରୌପଦୀ ମୁର୍ମୁଙ୍କୁ ମିଳିଥିବା ଭୋଟ୍‌ର ମୂଲ୍ୟ ୩ ଲକ୍ଷ ୭୮ ହଜାରହୋଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟ୍‌ର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ।

ସେପଟେ ଜିତିବା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଏବେଠୁ ଆରମ୍ଭ ହେଲାଣି ସେଲିବ୍ରେସନ୍ । ରାଇରଙ୍ଗପୁର ଦ୍ରୌପଦୀଙ୍କ ବାସଭବନଠୁ ଆରମ୍ଭ କରି ସହରର କୋଣ ଅନୁକୋଣରେ ଏବେ ଉତ୍ସବର ମାହୋଲ । ବିଜୟ ଉତ୍ସବର ପ୍ରସ୍ତୁତି ସ୍ୱରୂପ ରାଇରଙ୍ଗପୁରରେ ଚାଲିଛି ମିଠ ତିଆରି । ୧୦ ହଜାର ବୁନ୍ଦି ଲଡୁ ତିଆରି କରାଯାଉଛି । ଫଳାଫଳ ଆସିବା ପରେ ଏସବୁକୁ ବଣ୍ଟାଯିବ ।

ଭିଡ଼ ବଢ଼ିବା ଦୃଷ୍ଟିକୋଣରୁ ଦ୍ରୌପଦୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ା ଯାଇଛି । ତାଛଡ଼ା ଦ୍ରେପଦୀ ଶିକ୍ଷକତା କରୁଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ପାହାଡ଼ପୁର ଶ୍ୱଶୁର ଘର, ଦ୍ରୌପଦୀଙ୍କ ଦ୍ୱାରା ପ୍ରତିଷ୍ଠିତ SLS ସ୍କୁଲ ଭଳି ବିଭିନ୍ନ ଅଞ୍ଚଳରେ ନାଚ ଗୀତ, ପୂଜାର୍ଚ୍ଚନା ସହ ଭୋଜିଭାତର ଅାୟୋଜନ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now