ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟସ୍ତରୀୟ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ବୈଠକ ।
ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ ।
ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍କୁଟର ପୋଡି ଦେଇଥିବା ସହ ୩ଟି ସରକାରୀ ବସ୍ ଭଙ୍ଗାରୁଜା କରିଛନ୍ତି ।
କେବଳ ରବର୍ଟ ଭଦ୍ରା ନୁହଁ, ପୁରା ଗାନ୍ଧି ପରିବାର ହିଁ ରିଅଲ ଇଷ୍ଟେଟ କାରବାର ପ୍ରତି ମୋହଗ୍ରସ୍ତ ଥିଲା ବୋଲି କହି କଡ଼ା ସମାଲୋଚନା କରିଛନ୍ତି ସ୍ମୃତି ।
ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଗତ ୪ ତାରିଖରେ ଅସୁସ୍ଥତା ପାଇଁ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ବାଚସ୍ପତି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ଗତ ଶୁକ୍ରବାର ଦିନ ବିଧାୟକ ବିକ୍ରମ କେଶରୀ ଆରୁଖ ଏଥିପାଇଁ ନାମାଙ୍କନ ଦାଖଲ କରିଥିଲେ । ଯାହା ପରେ ଏବେ ବିକ୍ରମ କେଶରୀ ଆରୁଖ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି, ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...
ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି ।
ଆଜି ବାଚସ୍ପତି ନିର୍ବାଚନ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବାର ସୂଚନା।
ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ସମନକୁ ନେଇ ତେଜିଲା ରାଜନୀତି । ରାଜନୀତି ନ କରି ରାହୁଲ ଇଡି ଆଗରେ ହାଜର ହୁଅନ୍ତୁ ବୋଲି ବର୍ଷିଲେ ସମ୍ବିତ ।
ଖବର ଯଦି ସତ, ତେବେ ଏହା ଚିନ୍ତାଜନକ
୨୪ ନିର୍ବାଚନ ପାଇଁ ହାତରେ ହାତରେ ଆଉ ମାତ୍ର ଦୁଇ ବର୍ଷ । ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ପରେ ବିଜେପି-ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।
ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ପ୍ରାର୍ଥୀକୁ ନେଇ ରଣନୀତି ଆରମ୍ଭ ହୋଇଯାଇଛି
ବଲାଙ୍ଗିର ବିଧାୟକ କହିଛନ୍ତି, ନିରଂଜନ ଲଢୁନଥିଲେ, ନାଟକ କରୁଥିଲେ । ତେବେ ଏନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନି ।
ରାଜସ୍ଥାନରେ ତିନିଟି ଆସନରେ ବାଜି ମାରିଲା କଂଗ୍ରେସ । ବିଜେପି ଖାତାକୁ ଗଲା ଗୋଟିଏ ସିଟ୍ ।
କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି । ଏନଡିଏ ଏବଂ ଅନ୍ୟ ବିରୋଧୀ ଦଳ କାହାକୁ କରିବେ ପ୍ରାର୍ଥୀ ? ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏଥର ଏନଡିଏ ଜଣେ ଆଦିବାସୀ, ସଂଖ୍ୟାଲଘୁ ଅବା ମହିଳାଙ୍କୁ ରାଷ୍ଟ୍ରପତି କରିପାରେ ବୋଲି ଚର୍ଚ୍ଚା ହେଉଛି ।
ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଜୁଏଲ୍ ଓରାମ୍ ଓ ଦ୍ରୌପଦୀ ମୁର୍ମୁ । ନିର୍ବାଚନ ଗଣିତ କହୁଛି ନିର୍ଣ୍ଣାୟକ ସାଜିବ ବିଜେଡି ଓ YSR କଂଗ୍ରେସ ଭୋଟ୍ ।
ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ଦେଖି ନିଷ୍ପତ୍ତି ନେବେ କହିଲେ ଶଶିଭୂଷଣ ବେହେରା ।
ଜୁଏଲ ଓରାମ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଚର୍ଚ୍ଚା । ପ୍ରତିକ୍ରିୟା ରଖିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଗଣମାଧ୍ୟମର ଚର୍ଚ୍ଚା ସମ୍ପର୍କରେ କିଛି କହିବିନି କହିଲେ ।
ଏଇ ମାସ ଶେଷ ଆଡ଼କୁ ରୋମ୍ ଯିବେ ମୁଖ୍ୟମନ୍ତ୍ରୀ । ରୋମରେ ଜାତିସଂଘ ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଯୋଗ ଦେବେ । ବଖାଣିବେ ଖାଦ୍ୟ ସୁରକ୍ଷାରେ ଓଡ଼ିଶା ସଫଳତାର କାହାଣୀ।
ୟୁଏଇ ଓଡ଼ିଆ ସମାଜ ତରଫରୁ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ହେଲେ ଏନେଇ ତାରିଖ ଚୂଡାନ୍ତ ହୋଇନଥିବା ବେଳେ ଏଇ ମାସରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ ।
ବାଚସ୍ପତି ନିର୍ବାଚନ ନେଇ ଆସନ୍ତା ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ
ବିଜେପିର ଦବଦବାରେ ଚେକ୍ ଦେବାକୁ ବିଜେଡିର ୨୪ ବ୍ଳୁ ପ୍ରିଣ୍ଟ I ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ I ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ।
ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ । ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ
ନବୀନଙ୍କ କାମରାଜ ପ୍ଲାନ୍। ବହୁଦିନ ଧରି ମନ୍ତ୍ରୀପଦ ଉପଭୋଗ କରୁଥିବା ମନ୍ତ୍ରୀଙ୍କୁ ମିଳିପାରେ ସଂଗଠନ ଦାୟିତ୍ୱ। ଦଳରେ ଥିବା ବରିଷ୍ଠ ନେତାଙ୍କୁ ପୁଣି ଫେରାଇ ଆଣିଲେ ମନ୍ତ୍ରିମଣ୍ଡଳକୁ। ଫୋକସ୍ରେ ପଶ୍ଚିମ ଓଡିଶା ଓ ମହିଳା କାର୍ଡ। ସଂଗଠନରେ ଦବଦବା ରଖୁଥିବା ନେତାଙ୍କୁ ଚେକ୍ ଦେବା ପାଇଁ ବିରୋଧୀଙ୍କୁ ମନ୍ତ୍ରୀ କରାଯାଇଥିବା ଚର୍ଚ୍ଚା।
ନୂଆ ମନ୍ତ୍ରୀ, ନୂଆ ଚ୍ୟାଲେଞ୍ଜ୍। ରବିବାର ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ଥିବାରୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗରେ ପାରଦର୍ଶିତା ଆଣିବେ ତା’ ଉପରେ ରହିବ ଫୋକସ୍।
ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଦେଶ ଗସ୍ତ । ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା କହୁଛି, ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ଦୁବାଇ ଯିବେ ଏବଂ ଏହିଦିନ ଇପିକଲ୍, ଫିକି ଓ ଦୁବାଇ ସ୍ଥିତ ଇଣ୍ଡିଆନ୍ କନ୍ସୋଲେଟ୍ ପକ୍ଷରୁ ସେଠାରେ ଆୟୋଜିତ ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗ ଦେବେ ।