• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋଦିଙ୍କ ଅଭେଦ୍ୟ ଗଡ଼ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନଜର । ଗୁଜରାଟ ହାତେଇବା ଉଦ୍ଦେଶ୍ୟରେ ମାଗଣା ବିଜୁଳି ଯୋଗାଇବା ପାଇଁ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଗୁଜୁରାଟ ଗସ୍ତରେ ଅଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ପ୍ରତିଶ୍ରୁତି ବର୍ଷା କରିଛି । ଗୁଜରାଟ ଜିତଲେ ଗୁଜୁରାଟରେ ମାଗଣା ବିଦ୍ୟୁତ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ସେ କହିଛନ୍ତି, ଦେଶରେ ନିତି ପ୍ରତିଦିନ ଦରଦାମ୍‌ ମହଙ୍ଗା ହେବାରେ ଲାଗିଛି । ସାଧାରଣ ଜନତାଙ୍କ ପାଇଁ ଏହା ଏକ ବଡ ସମସ୍ୟା । ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ୍, ଡିଜେଲ, ଗ୍ୟାସର ମୂଲ୍ୟ ବୃଦ୍ଧି କରିବାରେ ଲାଗିଛି । ଏହି କ୍ରମରେ ବିଦ୍ୟୁତ୍ ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଦିଲ୍ଲୀରେ ଲୋକଙ୍କୁ ମାଗଣା ବିଦ୍ୟୁତ ବଣ୍ଟନ କରାଯାଇଛି । ପଞ୍ଜାବରେ ମଧ୍ୟ ପ୍ରତିଶ୍ରୁତି ଅନୁସାରେ ତିନି ମାସ ମଧ୍ୟରେ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯାଇଥିଲା । ସେହିଭଳି ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ପରେ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ ।

ଅରବିନ୍ଦ କେଜ୍ରୱାଲ କହିଛନ୍ତି, ପ୍ରଥମ ଗ୍ୟାରେଣ୍ଟି ଭାବରେ ଗୁଜୁରାଟରେ ମାଗଣା ବିଦ୍ୟୁତ୍ ଦେବା ପାଇଁ ପ୍ରତିଶ୍ରୁତି ଦେଉଛି । ଆପ୍‌ ସରକାର ପ୍ରତିଶ୍ରୁତି ଅନୁସାରେ କାମ କରେ । ରାଜ୍ୟରେ କାମ ନହେଲେ ପରବର୍ତ୍ତୀ ସମୟରେ ଭୋଟ୍‌ ଦିଅନ୍ତୁ ନାହିଁ ।

ବିଜୁଳିକୁ ନେଇ ଦିଲ୍ଲୀରେ ୩ଟି କାମ କରିଛି ଦଳ । ଗୁଜରାଟରେ ମଧ୍ୟ କରାଯିବ . .

ସରକାର ଗଠନର ତିନିମାସ ପରେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍

୨୪ ଘଣ୍ଟା ବିଦ୍ୟୁତ୍ ଉପଲବ୍ଧ ହେବ ଏବଂ ମାଗଣାରେ ବିଦ୍ୟୁତ୍ ପ୍ରଦାନ କରାଯିବ । ବିଦ୍ୟୁତ କାଟ ହେବ ନାହିଁ ।

ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ପୁରୁଣା ଘରୋଇ ବିଲ୍ ଛାଡ କରାଯିବ ।