ଶ୍ରୀଲଙ୍କାରେ ଖାଦ୍ୟ ସଂକଟ ଆହୁରି ବଢିବା ଆଶଙ୍କା
ରାଜନୈତିକ ଅସ୍ଥିରତା କାରଣରୁ ଶ୍ରୀଲଙ୍କାରେ ଦେଖାଦେଇଛି ଆର୍ଥିକ ସଂକଟ। ଏନେଇ ଲୋକେ ଅତ୍ୟନ୍ତ ଦୟନୀୟ ଜୀବନ କାଟୁଛନ୍ତି। ଏହି ଖବର ଜାଣି ସହିପାରି ନାହାନ୍ତି ଗାୟିକା ୟୋହାନୀ। ଏନେଇ ସେ ଭାଙ୍ଗିପଡିଥିବା କହିଛନ୍ତି।
ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ SJB, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି ।
ଶ୍ରୀଲଙ୍କାରେ ଲୋକଙ୍କ ବିରୋଧ ଓ ପ୍ରତିବାଦ ଜାରି ରହିଛି। ଗଳିକନ୍ଦିରେ ଦେଖିବାକୁ ମିଳୁଛି ପ୍ରତିବାଦର ସ୍ୱର। ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁଠି ଶୁଭୁଛି ପ୍ରତିବାଦର ସ୍ୱର।
ଗୋଟିଏପଟେ ଶ୍ରୀଲଙ୍କାରେ ଅର୍ଥନୀତି ଅତ୍ୟନ୍ତ ଖରାପ ହୋଇ ଥିବାବେଳେ ଏବେ ରାଜନୈତିକ ଅସ୍ଥିରତା ଶ୍ରୀଲଙ୍କାକୁ ଅଣନିଶ୍ୱାସୀ କଲାଣି। ସବୁ କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେବା ପରେ ବିରୋଧୀ ଦଳଙ୍କୁ ସରକାରରେ ସାମିଲ୍ ହେବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆହ୍ୱାନ ଦେଇଛନ୍ତି।
ଶ୍ରୀଲଙ୍କାରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର। ଦେଶର ରାଷ୍ଟ୍ରପତି ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ସେମାନେ ସମସ୍ତେ ଗୋଟିଏ ପରିବାରର। ଆଉ ଏବେ ଶ୍ରୀଲଙ୍କା ସଙ୍କଟ ପାଇଁ ଏଭଳି ପରିବାରବାଦ ରାଜନୀତିକୁ ଦାୟୀ କରାଯାଉଛି।
ଲଙ୍କାରେ ହାହା କାର। ସୌନ୍ଦର୍ଯ୍ୟଭରା ଶ୍ରୀଲଙ୍କା ଏବେ ଶ୍ରୀହୀନ ହୋଇଯାଇଛି। ଦେଶବ୍ୟାପୀ ଜନ ଆନ୍ଦୋଳନ ତୀବ୍ର ହେଉ ଥିବାବେଳେ ଏବେ ଶ୍ରୀଲଙ୍କାର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଏବେ ଦେଶରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର।